ଓଡ଼ିଶା ଲେଖା ଅଫିସ: ବର୍ତ୍ତମାନର ବଡ଼ ଖବର, ଟାଟାପାୱାରର ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ବିଭାଗ ରେଡ ମାରିଛି । ଇଲେକ୍ଟ୍ରି ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ରେଡ କରିଥିଲା । ତେବେ ଏହି ନିର୍ବାହୀ ଯନ୍ତ୍ରୀ ଜଣଙ୍କ ହେଉଛନ୍ତି ଟାଟାପାୱାର ର ନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ରାୟ । ସୂଚନାନୁସାରେ, ଭୁବନେଶ୍ୱର ଟାଟାପାୱାର ନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ରାୟ ଜଣେ ବିଦ୍ୟୁତ ବିଭାଗ ଠିକାଦାର ଠାରୁ ବିଲ କରାଇଦେବା ପାଇଁ ଲାଞ୍ଚ ମାଗିଥିଲେ । ଖାଲି ସେତିକି ବିଭିନ୍ନ ସମୟରେ ଅନ୍ୟ ଠିକାଦାରଙ୍କୁ ମଧ୍ୟ ଶୋଷଣ କରୁଥିଲେ, ଯାହାକୁ ନେଇ ତାଙ୍କ ନାମରେ ଭିଜିଲାନ୍ସରେ ମଧ୍ୟ ମାମଲା ହୋଇଥିଲା । ସେହିଦିନ ଠାରୁ ନିର୍ବାହୀ ଯନ୍ତ୍ରୀଙ୍କ ଉପରେ ଭିଜିଲାନ୍ସ ଟିମ ନଜର ରଖିଥିଲା । ତେବେ ଆଜି ଜଣେ ଠିକାଦାରଙ୍କ ଠାରୁ ୨o ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଟିମ ରେଡ ହ୍ୟାଣ୍ଡରେ ଚଢ଼ାଉ କରିଥିଲା । ଘର ରେଡ ସମୟରେ ନଗଦ ୯ ଲକ୍ଷ ୫୩ ହଜାର ଟଙ୍କା ବାହାରିଥିବା ବେଳେ ବହୁ ସୁନା ଅଳଙ୍କାର ମଧ୍ୟ ଜବତ କରିଛି । ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଛି ।


