ନୟାଗଡ଼, (ଓଡ଼ିଶା ଲେଖା): ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗ୍ରାମିଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନର ୨୦୨୫-୨୬ ଆର୍ଥିକ ବର୍ଷରେ ପ୍ରଥମ ତ୍ରୈମାସିକ ଜିଲ୍ଲା ସ୍ତରୀୟ ଉପଦେଷ୍ଟା କମିଟି ବୈଠକ ଆଜି ଅପରାହ୍ନ ୪.୩୦ ମିନିଟ ସମୟରେ ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ନିର୍ଦ୍ଦେଶିକା ସୁଶ୍ରୀ ଵ୍ରତତୀ ନାୟକଙ୍କ ସମେତ ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ ।୨୦୨୫-୨୬ ଆର୍ଥିକ ବର୍ଷରେ ପ୍ରଥମ ତ୍ରୈମାସିକ ସମୟ ମଧ୍ୟରେ ବିଭିନ୍ନ ତାଲିମାର୍ଥିଙ୍କୁ ବିଭିନ୍ନ ଦକ୍ଷତା ଭିତ୍ତିକ ତାଲିମ ଯୋଗାଇ ଦିଆଯାଇଥିଲା । ସେଥିମଧ୍ୟରୁ ୧୩୦ ଜଣ ଉଦ୍ୟୋଗୀ ନିଜ ନିଜ ରୋଜଗାର ଆରମ୍ଭ କରି ସ୍ୱ ରୋଜଗାରି ହୋଇ ପାରିଛନ୍ତି ।


