ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ସହରରେ ଉଦଘାଟନ ହୋଇଯାଇଛି ଅତ୍ୟାଧୁନିକ ଗାରମେଣ୍ଟସ ସୋରୁମ “ଅପର୍ଣ୍ଣା”। ଆଜିର ଏହି ଉଦଘାଟନି ଉତ୍ସବରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ “ଅପର୍ଣ୍ଣା” ଗାରମେଣ୍ଟସ ସୋରୁମ ଉଦଘାଟନ କରିଛନ୍ତି। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ସହ ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ପୌର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, କାଉନସିଲର ଜାନକୀ ବଲ୍ଳଭ ଜେନା, ସମାଜସେବୀ ତଥା ଶିକ୍ଷକ ଶ୍ରୀଧର ସାହୁ ପ୍ରମୁଖ ଯୋଗ ଦେଇଥିଲେ।

“ଅପର୍ଣ୍ଣା” ଗାରମେଣ୍ଟସର ମୁଖ୍ୟ ପରିଚାଳକ ରାଧେଶ୍ୟାମ ଭାଇ ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ଉଦଘାଟନ କାର୍ଯ୍ୟରେ ଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଇଥିଲେ। ଅଳକା ଗାରମେଣ୍ଟସ ଭଳି ନୂତନ ଭାବେ ଠିଆ ହୋଇଥିବା “ଅପର୍ଣ୍ଣା” ଗାରମେଣ୍ଟସ ନୟାଗଡ଼ ସହରରେ ଗ୍ରାହକ ମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା ସହ ଆଗାମୀ ଦିନରେ କଳ୍ପବଟ ବୃକ୍ଷ ଭାବେ ଛିଡା ହେବ।

ମା ଜଗତ ଜନନୀ ଙ୍କ ଆଗମନର ନବରାତ୍ର ଆରମ୍ଭ ହୋଇଥିବା ବେଳେ ଦଶହରା ପୂଜାକୁ ଲକ୍ଷ ରଖି “ଅପର୍ଣ୍ଣା” ଗାରମେଣ୍ଟସ ଧମାକା ଅଫର ଆଣିଥିବା ଜଣାପଡିଛି। ଯେଉଁ ଗ୍ରାହକ ମାନେ ଦଶହରାର ଧମାକା ଅଫରର ଫାଇଦା ଉଠାଇବାକୁ ଚାଁହୁଛନ୍ତି, ତେବେ ନୟାଗଡ଼ର ଓଡ଼ଗାଁ ରୋଡ଼ ଅବକାରୀ କାର୍ଯ୍ୟାଳୟ ସମ୍ମୁଖରେ ଥିବା “ଅପର୍ଣ୍ଣା” ଗାରମେଣ୍ଟସ ଭିଜିଟ କରନ୍ତୁ ନୂଆ ନୂଆ ପୋଷାକ କିଣନ୍ତୁ ଏବଂ ଧମାକା ଅଫରର ଫାଇଦା ଉଠାନ୍ତୁ।

