ନୟାଗଡ଼, (ଓଡ଼ିଶା ଲେଖା): ଆଜି ଦେବୋତ୍ତର ବିଭାଗ, ରାଜସ୍ୱ ବିଭାଗ ଓ ପୁଲିସ ଉପସ୍ଥିତିରେ ଶ୍ରୀ ରଘୁନାଥ ଜୀଉଙ୍କ ହୁଣ୍ଡି ଖୋଲାଯାଇଛି। ହୁଣ୍ଡି ମଧ୍ୟରୁ ନଗଦ ୩ ଲକ୍ଷ ୬୭ ହଜାର ୪୪୪ ଟଙ୍କା ସମେତ ସୁନା ୧୪୧ ମିଲିଗ୍ରାମ,ରୁପା ୪୦୦ ମିଲିଗ୍ରାମ ଓ ୪୦୦ ଗ୍ରାମର ଗୋଟିଏ ଘଣ୍ଟି ମିଳିଥିବା ନେଇ ଦେବୋତ୍ତର ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଜିର ଏହି ହୁଣ୍ଡି ଖୋଲା ଅଭିଯାନରେ ଓଡ଼ଗାଁ ତହସିଲଦାର ମାନସ ରଞ୍ଜନ ଭୋଇ, ଦେବୋତ୍ତର ମ୍ୟାନେଜର ତାପସରଞ୍ଜନ ପଟ୍ଟନାୟକ, ମନ୍ଦିର ସୁପରଭାଇଜର ଜିତେନ୍ଦ୍ର କୁମାର ମିଶ୍ର, ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଜ୍ୟୋସ୍ନା ଦେଇ, ପୂଜକ ପରିଷଦ ସଭାପତି ପ୍ରଫୁଲ୍ଲ ମହାପାତ୍ର, ସୁଆର ପରିଷଦ ସଭାପତି ସୁବ୍ରତ କୁମାର ପଣ୍ଡା, ସମ୍ପାଦକ କାର୍ତ୍ତିକଚନ୍ଦ୍ର ପଣ୍ଡା, ତହସିଲ କର୍ମଚାରୀ ଓ ପୁଲିସ ଉପସ୍ଥିତିରେ ହୁଣ୍ଡି ଖୋଲାଯାଇଥିଲା। ୨୦୨୫ ମସିହା ଫେବୃଆରୀ ମାସ ୨୧ ତାରିଖରେ ଶ୍ରୀ ରଘୁନାଥ ଜୀଉଙ୍କ ହୁଣ୍ଡିରୁ ୩ ଲକ୍ଷ ୫୪ ହଜାର ୫୬୦ ଟଙ୍କା ଆଦାୟ ହୋଇଥିଲା ବୋଲି ସୂଚନା ମିଳିଛି।


