ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ବାର ଆସୋସିଏସନ ପୂର୍ବତନ ସଭାପତି ବୃନ୍ଦାବନ ପଣ୍ଡାଙ୍କ ଆଜି ସକାଳରେ ପରଲୋକ ହୋଇଛି । ସେ ଜଣେ ପରୋପକାରୀ, ମିଷ୍ଟଭାସି ଓ ସ୍ନେହୀ ଆଦର ବ୍ୟକ୍ତିତ୍ୱ ଭାବେ ପରିଚିତ ଲାଭ କରିଥିଲେ । ଦୀର୍ଘ ବର୍ଷ ଧରି ଲୋକଙ୍କୁ ଆଇନ ସମ୍ବନ୍ଧରେ ସାହାଯ୍ୟ ସହଯୋଗ କରିଆସୁଥିଲେ । ନୟାଗଡ଼ ଜିଲ୍ଲାର ଜଣାଶୁଣା ଆଇନଜୀବୀ ଭାବେ ପରିଚୟ ସୃଷ୍ଟି କରିଥିବା ବୃନ୍ଦାବନ ପଣ୍ଡାଙ୍କର 74ବର୍ଷ ବୟସରେ ଆଜି ପରଲୋକ ଘଟିଛି । ନୟାଗଡ଼ ସହରରେ ଶୋକର ଛାୟା ଖେଳିଯାଇଛି ।


