Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ନୟାଗଡ଼ରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ:ଯଥାଶୀଘ୍ର କ୍ଷତିପୂରଣ ଦେବାକୁ ବୀମା ସଂସ୍ଥାଙ୍କୁ ନିର୍ଦ୍ଦେଶ

Published September 13, 2025 ରାଜ୍ୟ ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶକ୍ରମେ ଜିଲ୍ଲା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧକ୍ଷ ଆନନ୍ଦ ନାରାୟଣ ମହାରଣା ଓ ସଚିବ ଅଞ୍ଜଳି ମଚ୍ଛଖଣ୍ଡଙ୍କ ପ୍ରତ୍ଯକ୍ଷ ତତ୍ଵବଧାନରେ  ଶନିବାର ପୂର୍ବାହ୍ନରେ ନୟାଗଡ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଲୋକ ଅଦାଲତରେ  ୬ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ  ବାବଦକୁ ୪୦ଲକ୍ଷ ୮୫ହଜାର ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ସେହିପରି ୧୪୨ ଦେୱାନି ମାମଲା ଫଇସଲା କରାଯାଇଥିଲା। 

ଏନ.ଆଇ.ଆକ୍ଟ କେସ ୯ଟି ଫଇସଲା କରାଯାଇ ୧୪ ଲକ୍ଷ ୬୬ ହଜାର ଏକଶହ ଟଙ୍କା ଆଦାୟ କରଯାଇଥିଲା ଏବଂ ବିବାହ ଜନିତ ୧୫ଟି ମାମଲା, ଅନ୍ଯାନ୍ଯ ଫୌଜଦାରୀ ୧୯୨ଟି ମାମଲା ଫଇସଲା କରଯାଇଥିଲା ।  ବ୍ଯାଙ୍କରୁ ଋଣ ନେଇ ଋଣ ପରିଶୋଧ କରିନଥିବା  ୧୧୩ଜଣ ଋଣ ଗ୍ରହିତାଙ୍କଠାରୁ ୪୨ଲକ୍ଷ ୩୮ହଜାର ୧୮୫ ଟଙ୍କା ଦେବା ପାଇଁ ରାଜିନାମା ସ୍ବାକ୍ଷରିତ କରାଯାଇଥିଲା । ସେହିପରି ୬୭୮୮ଟି ରାଜସ୍ୱ ମାମଲା ଫଇସଲା କରାଯାଇ ୫ଲକ୍ଷ ୪୯ହଜାର ୧୮୬ ଟଙ୍କା ଆଦାୟ କରଯାଇଥିଲା ଏବଂ ଅନ୍ଯାନ୍ଯ ଦେୱାନି ୭୯ ଟି ମାମଲାର ଫଇସଲା ହୋଇଥିଲା ।

ବିଦ୍ୟୁତ ସମ୍ବନ୍ଧୀୟ ୦୩ଟି ମାମଲା ଫଇସଲା ହୋଇଥିଲା । ରଫାଯୋଗ୍ୟ ଫୌଜଦାରି ମାମଲା ୦୧ଟି ଫଇସଲା କରାଯାଇ ୧୫୦୦ ଟଙ୍କା ଆଦାୟ କରଯାଇଥିଲା ।  ଏହି ଲୋକ ଅଦାଲତରେ ଜିଲ୍ଲା ଓ ଦୌରା ଜଜ  ଆନନ୍ଦ ନାରାୟଣ ମହାରଣା, ପରିବାର ଅଦାଲତ ବିଚାରପତି ଡ଼ ଇନ୍ଦୁ ଶର୍ମା, ଅତିରିକ୍ତ  ଜିଲ୍ଲା ଓ ଦୌରାଜଜ ରିଜା ରାୟ , ବରିଷ୍ଠ ଦେୱାନି ଅଦାଲତ ବିଚାରପତି ସତ୍ୟବ୍ରତ ରଣା , ବରିଷ୍ଠ ଦେୱାନି ଅଦାଲତ ବିଚାରପତି(ଏଲ ଆର ଆଣ୍ଡ ଏଲ ଟିଭି ) ରବି ନାରାୟଣ ବେହେରା, ଉପଖଣ୍ଡ ଫୌଜଦାରୀ  ବିଚାରପତି ସମାପିକା ସମଦର୍ଶିନୀ, ଜେଏମଏଫସି ଲଲିତା ପାତ୍ର ଏବଂ ଶୁଶ୍ରିତା ମିଶ୍ର  ଉପସ୍ଥିତ ରହି ନିଜ ନିଜ ଅଦାଲତ ପରିଚାଳନା କରିଥିବା ବେଳେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶୃତିସ୍ନିଗ୍ଧା ଦାସ , ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଚ୍ଛଖଣ୍ଡ, ବରିଷ୍ଠ ଦେୱାନି ବିଚାରପତି ତଥା ସହକାରୀ ଦୌରାଜଜ  ( ମହିଳା ଅଦାଲତ) ସ୍ଵୟଂ ପ୍ରଭା ଆଚାର୍ଯ୍ୟ  ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଲୋକ ଅଦାଲତକୁ ସଫଳ କରିବା ପାଇଁ ସରକାରୀ ଓକିଲ ଦଣ୍ଡପାଣି ସ୍ଵାଇଁ, ବରିଷ୍ଠ ଅଧିବକ୍ତା ରମେଶ ଚନ୍ଦ୍ର ମହାରଣା, ଏବଂ ଜିଲ୍ଲା ଆଇନ ସେବା  ପ୍ରାଧିକରଣର ସମସ୍ତ କର୍ମଚାରୀ ଓ ସମସ୍ତ ନ୍ୟାୟ ଅଧିକାର ମିତ୍ର ଉପସ୍ଥିତ ରହି ସହଯୋଗ କରିଥିଲେ ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha September 13, 2025 September 13, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନେପାଳ ବନ୍ୟାରେ ଭାରତର ବଡ଼ ସହାୟତା:ପ୍ରଥମ ଦେଶ ଭାବେ ୬୮ ଟନ୍‌ ରିଲିଫ ସାମଗ୍ରୀ ପଠାଇଲା ଭାରତ, ବିଶ୍ୱର ବିଭିନ୍ନ ଦେଶ ବି ବଢ଼ାଇଲେ ସହାୟତାର ହାତ
ଦେଶ ବିଦେଶ
ନୟାଗଡ଼ ବିଜେଡ଼ି କାର୍ଯ୍ୟାଳୟରେ ‘Gen Z Inspection’ କାର୍ଯ୍ୟକ୍ରମ
ଜିଲ୍ଲା ଖବର
ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ;ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା:୧୦ ପ୍ରଶ୍ନର ଜବାବ୍ ମାଗିଲେ ଅରୁଣ
ରାଜନୀତି ରାଜ୍ୟ ଖବର
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ସୌମ୍ୟ ରଞ୍ଜନ:ସାହସିକତା ପାଇଁ ପାଇଲେ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର
ରାଜ୍ୟ ଖବର

ଅଧିକ ପଢନ୍ତୁ

ରାଜନୀତିରାଜ୍ୟ ଖବର

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ;ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା:୧୦ ପ୍ରଶ୍ନର ଜବାବ୍ ମାଗିଲେ ଅରୁଣ

Odisha Lekha August 30, 2026
ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ସୌମ୍ୟ ରଞ୍ଜନ:ସାହସିକତା ପାଇଁ ପାଇଲେ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର

Odisha Lekha August 30, 2026
ରାଜନୀତିରାଜ୍ୟ ଖବର

ଅପାରଗ ଜିଲ୍ଲା ପ୍ରଶାସନ:ଜିଲ୍ଲା ପରିଷଦ ସଦସ୍ୟଙ୍କୁ ସରକାରୀ କାର୍ଯ୍ୟକ୍ରମରେ ନିମନ୍ତ୍ରଣ, ଅନ୍ୟପଟେ ଥାନାରେ ଅଟକ ରଖିବାକୁ ନିର୍ଦ୍ଦେଶ: ଥାନା ସମ୍ମୁଖରେ ବିଜେଡ଼ି ନେତା ଓ କର୍ମୀଙ୍କ ଧାରଣା

Odisha Lekha August 28, 2026
ରାଜ୍ୟ ଖବର

ସଂଖ୍ୟାଲଘୁ ସେଲ: ନିଯୁକ୍ତ ହେଲେ ସାଂଗଠନିକ ସଭାପତି ଓ ସାଧାରଣ ସମ୍ପାଦକ

Odisha Lekha August 26, 2026
ରାଜ୍ୟ ଖବର

ବନ୍ୟା ପ୍ରଭାବିତ ଲୋକଙ୍କ ସମସ୍ୟା ବୁଝିବେ ନେତା:୩ନେତାଙ୍କୁ ଦାୟିତ୍ବ ଦେଲେ ନବୀନ

Odisha Lekha August 17, 2026
ରାଜ୍ୟ ଖବର

ବିଜେପି ନେତାଙ୍କୁ ସାମ୍ବାଦିକ ସମ୍ମିଳନୀରେ ଧୋଇଲେ ଅରୁଣ:ବିଜେପି ସରକାର ଏବେ ପେପର୍ ଲିକ୍ ସରକାର:ଅରୁଣ

Odisha Lekha July 22, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?