Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ସୁଯୋଗ ଦେବାକୁ ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ

Published July 26, 2025 ରାଜ୍ୟ ଖବର
SHARE

ଏଣିକି କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଦୁଇବର୍ଷିଆ ବିଏଡ୍ ପାଠ୍ୟକ୍ରମ‌ ସଂପୂର୍ଣ୍ଣ କରିଥିବା ପ୍ରାର୍ଥୀଙ୍କୁ ମିଳିବ ସୁଯୋଗ । ସ୍ନାତକ ପରେ ଦୁଇବର୍ଷିଆ ବିଏଡ୍ ପ୍ରାର୍ଥୀଙ୍କୁ ଅଯୋଗ୍ୟ ଘୋଷଣା ସହିତ ତାଙ୍କ ପ୍ରାର୍ଥିତ୍ବ ଖାରଜ କରି ୨୦୨୪, ଜୁଲାଇ ୨୫ରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ତେବେ କନିଷ୍ଠ ଶିକ୍ଷକ ପଦ ପାଇଁ ୨୦୨୩ ବିଜ୍ଞପ୍ତି ଆଧ‌ା‌ରରେ ଅନୁଷ୍ଠିତ ନିଯୁକ୍ତି ପ୍ରକ୍ରିୟାର ପ୍ରକାଶିତ ପ୍ରୋଭିଜନାଲ୍‌ ମେଧା ତାଲିକାରେ ଆବେଦନକାରୀଙ୍କ ନାଁ ପୁନଃସ୍ଥାପିତ କରାଯିବ। ଏହାପରେ ଆବେଦନକାରୀଙ୍କ ନିଯୁକ୍ତି ପ୍ରସଙ୍ଗରେ ପରବର୍ତ୍ତୀ କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣ କରାଯିବ ବୋଲି ହାଇକୋର୍ଟ କହିଛନ୍ତି।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶରେ ଓସେପା ପକ୍ଷରୁ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍କୁଲଗୁଡ଼ିକରେ ପ୍ରାୟ ୨୦ ହଜାର କନିଷ୍ଠ ଶିକ୍ଷକ ପଦ ପୂରଣ ପାଇଁ ୨୦୨୩, ସେପ୍ଟେମ୍ବର ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ୨୦୨୩, ଅଗଷ୍ଟ ୨୨ରେ ପ୍ରକାଶିତ ସର୍ତ୍ତାବଳୀ ଲାଗୁ ହେବ ବୋଲି କୁହାଯାଇଥିଲା । ଏନ୍‌ସିଟିଇ ବିଜ୍ଞପ୍ତି ଅନୁସାରେ ଶିକ୍ଷାଗତ ଯୋଗ୍ୟତା ଧାର୍ଯ୍ୟ କରାଯାଇଥିବା କୁହାଯାଇଥିଲା । ପ୍ରାର୍ଥୀ ଅନ୍ୟ ଶିକ୍ଷାଗତ ଯୋଗ୍ୟତା ସହିତ ଏକବର୍ଷିଆ ବିଏଡ୍ (ସ୍ବତନ୍ତ୍ର ଶିକ୍ଷା) କରିଥିଲେ ଏହି ପଦବି ପାଇଁ ଆବେଦନ କରିପାରିବେ ବୋଲି ସ୍ପଷ୍ଟ କରାଯାଇଥିଲା । ଆବେଦନକାରୀ ଦୁଇବର୍ଷିଆ ବିଏଡ୍ (ସ୍ବତନ୍ତ୍ର ଶିକ୍ଷା) କରିଥିବା ବେଳେ ଏହି ପଦବି ପାଇଁ ଦରଖାସ୍ତ ଦାଖଲ କରିଥିଲେ । ପ୍ରକାଶିତ ଚିଠା ମେଧା ତାଲିକାରେ ଆବେଦନକାରୀ ସ୍ଥାନ ପାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଏକବର୍ଷିଆ ବିଏଡ୍ କରି ନଥିବାରୁ ଆବେଦନକାରୀଙ୍କ ପ୍ରାଥିତ୍ୱକୁ ଖାରଜ କରି ଦିଆଯାଇଥିଲା ।

Preloader Image
IMG-20260815-WA0003
IMG-20260108-WA0001
odishalekha July 26, 2025 July 26, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନୟାଗଡ଼ କଲେଜରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ: ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ଓ ମହାବିଦ୍ୟାଳୟର ବିକାଶ ପାଇଁ ନେଲେ ଶପଥ
ଜିଲ୍ଲା ଖବର
କୃଷ୍ଣ ଗୌରାଙ୍ଗ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ ନୈରାଶ୍ୟଜନକ
ଆଞ୍ଚଳିକ ଖବର
ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା
ସ୍ୱତନ୍ତ୍ର ଖବର
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର

ଅଧିକ ପଢନ୍ତୁ

ରାଜ୍ୟ ଖବର

ବଦଳିଲେ ଓଡ଼ିଶା ସମେତ ୬ଟି ରାଜ୍ୟର ରାଜ୍ୟପାଳ:ବ୍ରଜମୋହନ ରାମଙ୍କୁ ଓଡ଼ିଶା ରାଜ୍ୟର ନୂଆ ଦାୟିତ୍ୱ

Odisha Lekha October 12, 2026
ରାଜ୍ୟ ଖବର

ନୟାଗଡ଼ ପ୍ରଜାମଣ୍ଡଳ ମହିଳା କଲେଜରେ ଉତ୍ତେଜନା:ପୋଲିସର ଭୂମିକାକୁ ନେଇ ବିଧାୟକ ଅରୁଣଙ୍କ କ୍ଷୋଭ :ଛାତ୍ର ସଂସଦ ନିର୍ବାଚନ ନାମାଙ୍କନକୁ ନେଇ ବିବାଦ:ଅନିର୍ଦ୍ଦିଷ୍ଟ କାଳ ପାଇଁ ‘ସାଇନ୍-ଏ-ଡାଏ’ ଘୋଷଣା କଲା ପ୍ରଶାସନ

Odisha Lekha October 9, 2026
ରାଜ୍ୟ ଖବର

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

Odisha Lekha October 2, 2026
ରାଜ୍ୟ ଖବର

ମହାନଦୀ ଜଳ ବିବାଦ:ଆଜି ଦିଲ୍ଲୀରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

Odisha Lekha October 1, 2026
ଖେଳରାଜ୍ୟ ଖବର

ବିସିସିଆଇ ଚୟନ ସମିତିର ଅନ୍ତରୀଣ ଅଧ୍ୟକ୍ଷ ହେବେ ପ୍ରଜ୍ଞାନ ଓଝା:ପ୍ରିୟ ଓଡ଼ିଆ କ୍ରିକେଟରଙ୍କୁ ଶୁଭେଚ୍ଛାର ସୁଅ

Odisha Lekha October 1, 2026
ରାଜ୍ୟ ଖବର

ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା:ନବ ନିର୍ମାଣ କୃଷକ ସଂଗଠନର ଆହ୍ୱାନ:ଆଇନଶୃଙ୍ଖଳା ପାଇଁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ଚିଠି

Odisha Lekha September 29, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?