ନୟାଗଡ଼, (ଓଡ଼ିଶା ଲେଖା): ମଦରସାରେ ନାବାଳକ ଛାତ୍ରକୁ ବାଡେଇ ବାଡେଇ ହତ୍ୟା ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି l ଆଜି ଜିଲ୍ଲା ପ୍ରଶାସନ ତରଫରୁ ମୃତ ନାବାଳକ ଛାତ୍ରଙ୍କ ପରିବାର ଲୋକଙ୍କୁ ଭେଟି ସହାନୁଭୂତି ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାପଡିଛି l ସୂଚନାନୁସାରେ, ମଦରସାରେ ନାବାଳକ ମୃତ୍ୟୁ ଘଟଣାରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ l ସମଲିଙ୍ଗୀ ସମ୍ପର୍କ ନେଇ ହୋଇଥିଲା ହତ୍ୟାକାଣ୍ଡ l ହତ୍ୟା କାଣ୍ଡରେ ସାମିଲ ଥିଲେ ମଦରସାର 5ଜଣ ନାବାଳକ ଛାତ୍ର l ଗତ 4ତାରିଖରେ ନୟାଗଡ ଜ଼ିଲ୍ଲା ରଣପୁର ଥାନା ଅନ୍ତର୍ଗତ ନୀଳପଲ୍ଲୀ ମଦରସାର ପରିତକ୍ତ ଟାଙ୍କିରୁ ମିଳିଥିଲା ଫାରଦ୍ଦୁନ ଖାଁ ନାମକ 12ବାର୍ଷିୟ ନାବାଳକର ମୃତ ଦେହ l ରଣପୁର ଥାନା ପୋଲିସ ଏହି ହତ୍ୟାକାଣ୍ଡର ତଦନ୍ତ କରୁଥିବା ବେଳେ ଘଟଣାରେ ସମ୍ପୃକ୍ତ 5ଜଣ ନାବାଳକକୁ ଗିରଫ କରି ଅନୁଗୁଳ ବାଲସୁଧାର ଗୃହକୁ ପଠାଯାଇଥିବା ବେଳେ ଆଜି ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ୍ ଅନ୍ତର୍ଗତ ନୀଳପଲ୍ଲୀ ମାଡ୍ରାସ ବିଦ୍ୟାଳୟର ଛାତ୍ର ଫରାଉଦ୍ଦିନ ଖାନ ପରିବାରଙ୍କୁ ଜିଲ୍ଲା ପ୍ରଶାସନ ନୟାଗଡ଼ ସାକ୍ଷାତ କରି ସାନ୍ତ୍ଵନା ଦେଇ ଦେଇଥିଲେ। ଛାତ୍ର ଫରାଉଦ୍ଦିନ ଖାନ ପିତା ଅଲ୍ଲାଉଦିନ ଖାନ ଙ୍କୁ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ନିର୍ଦ୍ଦେଶ କ୍ରମେ ପରିବାର ବର୍ଗଙ୍କୁ ଜିଲ୍ଲା ରେଡ୍ କ୍ରସ ତରଫରୁ ୨୦୦୦୦( କୋଡ଼ିଏ ହଜାର )ଟଙ୍କା ସହାୟତା ରାଶି ଉପ ଜିଲ୍ଲାପାଳ କର୍ଣ୍ଣ ସମାଦର୍ ପ୍ରଦାନ କରିଥିଲେ। ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ସିବିୟାନ ପ୍ରଧାନ, ଲିଗାଲ ପ୍ରୋବାସେନର ଅଫିସର ମହମ୍ମଦ ଅନସାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ଉପସ୍ଥିତ ରହି ପରିବାର ବର୍ଗଙ୍କୁ ସାନ୍ତ୍ଵନା ଦେଇଥିଲେ ।


