ନୟାଗଡ଼, (ଓଡ଼ିଶା ଲେଖା): ଭାପୁର ବ୍ଲକ ଭିତରେ ପଶିଛି ଛନକା । ସାଢ଼େ ୩ ଫୁଟ ନାଗ ସାପ ବ୍ଲକ ପରିସରରେ ପସିଥିବା ଦେଖିବାକୁ ମିଳିଛି। ଏମିତି ନାଗ ସାପକୁ ଦେଖିବାକୁ ବ୍ଲକ ପରିସରରେ ଭିଡ଼ ଦେଖିବାକୁ ମିଳିଥିବା ଆଉ କେତେକ ନାଗ ସାପକୁ ଦେଖି ଡ଼ରିକି ଚାଲିଯାଇଥିଲେ। ହଁ ଆଜ୍ଞା, କିଛି ମାସ ହେବ ଭାପୁର ବ୍ଲକକୁ ନେଇ ଚର୍ଚ୍ଚା ଲାଗିରହିଛି । ସେତିକିବେଳେ ଭାପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ନାଗ ନୁହେଁ ତ କୋଳଥିଆ ନାଗ ସାପ ପସିବା ଚର୍ଚ୍ଚାକୁ ଦ୍ବିଗୁଣିତ କରିଛି। ଯାହା ହଉ ନାଗ ସାପକୁ ଦେଖି ବ୍ଲକର ଜନପ୍ରତିନିଧି, ବ୍କକର କର୍ମଚାରୀ ଭୟଭୀତ ହୋଇପଡ଼ିଥିବା ବେଳେ ଭାପୁର ଅଞ୍ଚଳର ସାପ ଧରାଲି ତୁଷାର ଦଳବେହେରା ବ୍ଲକ ପରିସରରେ ପହଞ୍ଚି ନାଗ ସାପକୁ ଉଦ୍ଧାର କରିଥିଲେ। ଏବଂ ସୁରକ୍ଷିତ ସ୍ଥାନରେ ଛାଡିଦେଇଥିବା ସୂଚନା ମିଳିଛି।


