ଓଡ଼ିଶା ଲେଖା ଅଫିସ: ବର୍ତ୍ତମାନର ବଡ଼ ଦୁଃଖଦ ଖବର। ନୂଆପଡା ବିଧାୟକଙ୍କ 69ବର୍ଷରେ ପରଲୋକ ଘଟିଛି। ନୂଆପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଙ୍କ ପରଲୋକ ହୋଇଛି । ପୂର୍ବରୁ ବହୁ ବିଭାଗର ମନ୍ତ୍ରୀ ହୋଇ ସୁଚାରୁ ରୂପେ କାର୍ଯ୍ୟ କରିଥିଲେ। ସେ ବିଜୁ ଜନତା ଦଳ ତରଫରୁ 2024 ନିର୍ବାଚନ ଲଢ଼ି 10ହଜାରରୁ ଉର୍ଦ୍ଧ୍ୱ ଭୋଟ ବିଜୟୀ ହୋଇଥିଲେ। ଦଳର ସଙ୍ଗଠନକୁ ମଜଭୁତ କରିବା ସହ ଲୋକଙ୍କ ହକ୍ ପାଇଁ ସ୍ୱର ଉଠାଇବାରେ ସେ ସବୁବେଳେ ଆଗରେ ଥିଲେ। ତାଙ୍କ ବିୟୋଗ ଦଳ ପାଇଁ ଏକ ଅପୂରଣୀୟ କ୍ଷତି। ଜନସେବାରେ ତାଙ୍କର କାର୍ଯ୍ୟ ସବୁବେଳେ ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଇଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ।


