ନୟାଗଡ଼, (ଓଡ଼ିଶା ଲେଖା): ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ପଛୁଆ ବର୍ଗ ଓ ସଂଖ୍ୟା ଲଘୁ କଲ୍ୟାଣ ବିଭାଗ ଆନୁକୁଲ୍ୟରେ ହଷ୍ଟେଲର ସୁପରିଚାଳନା ସହ ଅନ୍ତେବାସୀ ଓ ଅନ୍ତବାସିିନୀଙ୍କ ସୁରକ୍ଷା ଓ ଶିକ୍ଷା ଲାଗି ପ୍ରଧାନ ଶିକ୍ଷକ ତଥା ହଷ୍ଟେଲ ପରିଚାଳକ ମାନଙ୍କୁ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ କର୍ମଶାଳା “ଚାଲ ସୁରକ୍ଷା ଲାଗି କଥା ହେବା” ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମକୁ ଡେପୁଟି କଲେକ୍ଟର ତପସ୍ଵିନୀ ହାଁସଦା ଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ | ନୟାଗଡ ଜିଲ୍ଲାର ସମସ୍ତ ବ୍ଲକର ମଙ୍ଗଳ ସଂପ୍ରସାରଣ ଅଧିକାରୀ ,୩୯ ଗୋଟି ହଷ୍ଟେଲର ପ୍ରଧାନ ଶିକ୍ଷକ ତଥା ପରିଚାଳକମାନେ ଯୋଗ ଦେଇଥିଲେ | ଅତିରିକ୍ତ ଜିଲ୍ଲା ମଂଙ୍ଗଳ ଅଧିକାରୀ ଦୁଷ୍ମନ୍ତ ପୃଷ୍ଟି ଏବଂ ଜିଲ୍ଲା ଶିଶୁ ଅଧିକାରୀ ମହମ୍ମଦ ଅର୍ସଦ ଅନସାରୀ, ଅମିୟବାଳା ପଟ୍ଟନାୟକ ଫ୍ରିଲନ୍ସର ଭୁବନେଶ୍ଵର, ଭିମସେନ ମହାରଣା ପ୍ରଶିକ୍ଷକ ଉପସ୍ଥିତ ରହି କର୍ମଶାଳାକୁ ପରିଚାଳନା କରିଥିଲେ | ଏହି କାର୍ଯ୍ୟକ୍ରମକୁ ଚିତରଞ୍ଜନ ବେହେରା ଜିଲ୍ଲା ମଙ୍ଗଳ ଅଧିକାରୀ ପରିଚାଳନା କରିଥିଲେ |


