ଓଡ଼ିଶା ଲେଖା ଅଫିସ: କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନ ତଥା ଜାତୀୟ କ୍ରୀଡା ଦିବସ ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଓଡିଶା ପୋଲିସର ୪୧ ଜଣ ଶ୍ରେଷ୍ଠ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। କଟକ ଆଇପିଏସ ମେସସ୍ଥିତ ଆର.କେ. ପାଢ଼ୀ ମେମୋରିଆଲ ହଲ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସମାରୋହରେ ଡିଜିପି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଶା ପୋଲିସର କ୍ରୀଡ଼ାବିତଙ୍କ ଉଚ୍ଚ ପ୍ରଶଂସା କରିବା ସହ ସେମାନଙ୍କ ଅସାଧାରଣ ପ୍ରତିଭା ଏବଂ କ୍ରୀଡ଼ା ଉତ୍କର୍ଷତାର ଭୁୟସୀ ପ୍ରଶଂସା କରିଥିବା ବେଳେ ୪୧ ଜଣ ଶ୍ରେଷ୍ଠ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଯାହାଫଳରେ କ୍ରୀଡ଼ାବିତ ମାନଙ୍କୁ ଆଗାମୀ ଦିନରେ ଆହୁରୀ ଭଲ ଖେଳିବା ପ୍ରେରଣା ଯୋଗାଇବ ବୋଲି ସୂଚନା ମିଳିଛି ।


