ଓଡ଼ିଶା ଲେଖା ଅଫିସ:ପୁରୀ-କୋଣାର୍କ ଅଞ୍ଚଳ ବାସୀଙ୍କ ଆସିଲା ଖୁସିର ଖବର । ଅକ୍ରକ୍ଷେତ୍ର କୋଣାର୍କ ଗଡିବ ଭୀଷ୍ଟାଡମ ଟ୍ରେନ ।ଏଥିଲାଗି କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ମିଳିଛି ଗ୍ରୀନ ସିଗନାଲ । ପୁରୀ-କୋଣାର୍କ 32କିମି ରେଳ ଲାଇନ ବିଛହେବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ 492କୋଟି ଟଙ୍କା ମଞ୍ଜୁର ହୋଇଛି । ଏନେଇ ଜମି ଅଧିଗ୍ରହଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ରେଳ ଲାଇନ ବିଛାଗଲେ ଭୁବନେଶ୍ୱର, ପୁରୀ ଓ କୋଣାର୍କ କୁ ଯୋଡ଼ି ହେବ । କୋଣାର୍କ ଅଞ୍ଚଳ ବାସୀଙ୍କ ବହୁ ଦିନର ସ୍ବପ୍ନ ବାସ୍ତବତାରେ ପରିଣତ ହେବାକୁ ଯାଉଛି । ଉକ୍ତ ପ୍ରକଳ୍ପ ହେଲେ ପର୍ଯ୍ୟଟନର ବିକାଶ ହେବା ଆର୍ଥିକ ଅଭିବୃଦ୍ଧିର ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି । ନୂଆଗାଁରେ 80ଏକର ଜମିରେ ହେବ ଷ୍ଟେସନ । ରେଳ ଲାଇନ ନିର୍ମାଣ ସମୟରେ 8ଟି ବଡ଼ ପୋଲ, 27ଟି ଛୋଟ ପୋଲ 2ଟି ଓଭର ବ୍ରିଜ ନିର୍ମାଣ ହେବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।


