ନୟାଗଡ଼, (ଓଡ଼ିଶା ଲେଖା): ଛାତ୍ରଛାତ୍ରୀଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ଲକ୍ଷ୍ୟରେ ନୟାଗଡ଼ ରୋଟାରୀ କ୍ଲବ୍ ପକ୍ଷରୁ ନୟାଗଡ଼ ବ୍ଲକ୍ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ, କ୍ରିଦାଶପୁରକୁ ଏକ ଆକ୍ୱାଗାର୍ଡ ପ୍ରଦାନ କରାଯାଇଛି। ରୋଟାରୀ କ୍ଲବ୍ର ସଭାପତି ବାସୁଦେବ ସାହୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅନ୍ତର୍ଯ୍ୟାମୀ ପତିଙ୍କୁ ଆକ୍ୱାଗାର୍ଡ ହସ୍ତାନ୍ତର କରିଥିଲେ। ଏହି ଅବସରରେ ରୋଟାରୀ କ୍ଲବ୍ର ବରିଷ୍ଠ ସଦସ୍ୟ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ପୂର୍ବତନ ସମ୍ପାଦକ ଅବିନାଶ ସାହୁଙ୍କ ସମେତ ବିଦ୍ୟାଳୟ ପକ୍ଷରୁ ଲକ୍ଷ୍ମୀଧର ମହାପାତ୍ର ଓ ଚିତ୍ତରଞ୍ଜନ ପଣ୍ଡା ଉପସ୍ଥିତ ଥିଲେ। ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ଶୁଦ୍ଧ ପାନୀୟଜଳର ସୁବିଧା ଯୋଗାଇବା ଦିଗରେ ରୋଟାରୀ କ୍ଲବ୍ର ଏହି ପଦକ୍ଷେପକୁ ବିଦ୍ୟାଳୟ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଏଥିସହ କ୍ଲବ୍ର ସମସ୍ତ ସଦସ୍ୟଙ୍କୁ ବିଦ୍ୟାଳୟ ପକ୍ଷରୁ କୃତଜ୍ଞତା ଜଣାଯାଇଥିଲା।

