ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ବ୍ଲକ ବିଜୁ ମହିଳା ଜନତା ଦଳର ନୂତନ ସଭାପତି ଭାବେ ନାଟୁଗାଁ ପଞ୍ଚାୟତର ସରପଞ୍ଚ ସାଗରବାଳା ବରାଡ଼ଙ୍କୁ ନିଯୁକ୍ତ କରାଯାଇଛି। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ଓ ଦଳୀୟ ସଂଗଠନକୁ ପାଥେୟ କରି ଆଗାମୀ ଦିନରେ ନୟାଗଡ଼ ବ୍ଲକରେ ମହିଳା ସଂଗଠନକୁ ଆହୁରି ସୁଦୃଢ଼ କରିବା ନେଇ ନବନିଯୁକ୍ତ ସଭାପତି ଗୁରୁତ୍ୱାରୋପ କରିଛନ୍ତି। ନିଯୁକ୍ତି ପରେ ସାଗରବାଳା ବରାଡ଼ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ରାଜ୍ୟ ବିଜେଡ଼ି ମହିଳା ସଭାପତି ସ୍ନେହାଙ୍ଗୀନ ଛୁରିଆ,ରାଜ୍ୟ ବିଜେଡ଼ି ମହିଳା ନେତ୍ରୀ ଇରାନୀ ରାୟ ଏବଂ ଜିଲ୍ଲା ମହିଳା ସଭାପତିଙ୍କୁ କୃତଜ୍ଞତା ଜଣାଇଛନ୍ତି। ଦଳର ମହିଳା କର୍ମୀମାନଙ୍କୁ ଏକଜୁଟ କରି ନୟାଗଡ଼ ବ୍ଲକରେ ସଂଗଠନକୁ ମଜବୁତ କରିବା ତାଙ୍କର ପ୍ରମୁଖ ଲକ୍ଷ୍ୟ ରହିବ ବୋଲି ସୂଚନା ମିଳିଛି। ସାଗରବାଳା ବରାଡ଼ଙ୍କ ନିଯୁକ୍ତି ପରେ ନାଟୁଗାଁ ପଞ୍ଚାୟତ ସମେତ ଆଖପାଖ ପଞ୍ଚାୟତର ବିଜେଡ଼ି ମହିଳା କର୍ମୀ, ସରପଞ୍ଚ ଓ ସମିତି ସଭ୍ୟାମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

