ଓଡ଼ିଶା ଲେଖା ଅଫିସ: ବର୍ତ୍ତମାନର ବଡ଼ ଖବର । ଅଗଷ୍ଟ 29ତାରିଖ ଦିନକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି ।ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଛୁଟି ରହିବ ବୋଲି ସରକାର ଘୋଷଣା କରିଛନ୍ତି । ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅଗଷ୍ଟ 28ତାରିଖ ପଡୁଥିବା ଯୋଗୁଁ ପରବର୍ତ୍ତୀ 29ତାରିଖ ଶୁକ୍ରବାର ଦିନକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ନୂଆଖାଇ ଉତ୍ସବ ପାଇଁ ବହୁ ଦୁର ଦୁରାନ୍ତର ଆସୁଥିବା ଏବଂ ପାଳନ କରୁଥିବା ଯୋଗୁଁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି ।


