ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲାର ଭାପୁର ବ୍ଲକ ମୁଖ୍ୟାଳୟରେ ଜିଲ୍ଲାପାଳ ମଧୁମିତା ରଥଙ୍କ ବ୍ଲକ୍ ସ୍ତରୀୟ ଜନଶୁଣାଣି ଅନୁଷ୍ଠିତ ହୋଇଛି। ଏହି ଅଭିଯୋଗ ଶୁଣାଣି ଶିବିରରେ ମୋଟ ୭୦ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ଗ୍ରହଣ କରାଯାଇଥିବା ଅଭିଯୋଗ ମଧ୍ୟରୁ ୫୦ଟି ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ, ୧୧ଟି ଗ୍ରାମ ସମସ୍ୟା ସମ୍ପର୍କିତ ଏବଂ ୯ଟି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ (CMRF) ସମ୍ପର୍କିତ ଥିଲା। ଏହା ବ୍ୟତୀତ ରେଡ୍କ୍ରସ୍ ସମ୍ପର୍କିତ କୌଣସି ଅଭିଯୋଗ ଆସିନଥିଲା। ଶୁଣାଣି ସମୟରେ ବିଭିନ୍ନ ସମସ୍ୟା ନେଇ ଆସିଥିବା ଅଭିଯୋଗକାରୀଙ୍କଠାରୁ ଆବେଦନ ଗ୍ରହଣ କରାଯାଇ ତାହାର ଆବଶ୍ୟକ ଯାଞ୍ଚ ଓ ପଦକ୍ଷେପ ପାଇଁ ସମ୍ପୃକ୍ତ ବିଭାଗକୁ ପଠାଯାଇଥିବା ସୂଚନା ମିଳିଛି। ଏହି ଶୁଣାଣିରେ ୧୫ଟି ଅଭିଯୋଗର ସମାଧାନ/ଫଇସଲା କରାଯାଇଥିବା ବେଳେ ଅବଶିଷ୍ଟ ଅଭିଯୋଗଗୁଡ଼ିକର ନିୟମାନୁସାରେ ତଦନ୍ତ ଓ ପଦକ୍ଷେପ ନିଆଯିବ। ଆଜିର ଜନ ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳ ମଧୁମିତା ରଥଙ୍କ ସହ ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦର, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ୍ ରାଉତ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା, ଭାପୁର ବିଡ଼ିଓ ସାରଦା ପ୍ରସନ୍ନ ପଣ୍ଡା ଓ ବ୍ଲକ୍ ସ୍ତରୀୟ ସମସ୍ତ ଲାଇନ୍ ଡିପାର୍ଟମେଣ୍ଟର କର୍ମଚାରୀ ମାନେ ଉପସ୍ଥିତ ଥିଲେ।

