କଟକ, (ଓଡ଼ିଶା ଲେଖା): ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଅଭିଯୋଗକୁ ନେଇ ବିଜେଡିର କିଛି ବିଧାୟକଙ୍କ ସଭ୍ୟପଦ ରଦ୍ଦ ଘଟଣା ସମ୍ପର୍କିତ ମାମଲାରେ ଓଡ଼ିଶା ହାଇକୋର୍ଟରେ ଶୁଣାଣି ହୋଇଛି। ଏହି ପ୍ରସଙ୍ଗରେ ଦାଖଲ ହୋଇଥିବା ୮ଟି ପିଟିସନ ମଧ୍ୟରୁ ଆଜି ୨ଟି ପିଟିସନର ଶୁଣାଣି କରିଛନ୍ତି ହାଇକୋର୍ଟ। ଶୁଣାଣି ସମୟରେ ହାଇକୋର୍ଟ ବାଚସ୍ପତିଙ୍କୁ ଏହି ମାମଲାରେ ତାଙ୍କ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୯ ତାରିଖ ପୂର୍ବରୁ ବାଚସ୍ପତି ନିଜର ପକ୍ଷ ଅଦାଲତରେ ଉପସ୍ଥାପନ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।
ରାଜ୍ୟସଭା କ୍ରସ୍ ଭୋଟିଂକୁ କେନ୍ଦ୍ର କରି ବିଜେଡି ବିଧାୟକଙ୍କ ବିରୋଧରେ ନିଆଯାଇଥିବା ସଭ୍ୟପଦ ରଦ୍ଦ ନିଷ୍ପତ୍ତିକୁ ନେଇ ଏହି ମାମଲାଗୁଡ଼ିକ ଦାଖଲ ହୋଇଛି। ହାଇକୋର୍ଟଙ୍କ ପରବର୍ତ୍ତୀ ଶୁଣାଣିରେ ବାଚସ୍ପତିଙ୍କ ପକ୍ଷ ଉପସ୍ଥାପନ ପରେ ମାମଲାର ଆଗାମୀ ଗତିପଥ ସ୍ପଷ୍ଟ ହେବ।
ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ପ୍ରସଙ୍ଗରେ ବାଚସ୍ପତିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ:ଆସନ୍ତା ୨୯ତାରିଖ ପୂର୍ବରୁ ପକ୍ଷ ରଖିବାକୁ ନିର୍ଦ୍ଦେଶ

