Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ରୋହିବାଙ୍କ ଇକୋକ୍ଲବ ଛାତ୍ରଛାତ୍ରୀଙ୍କ ଦ୍ୱାରା ବୃକ୍ଷରୋପଣ

Published September 17, 2026 ଆଞ୍ଚଳିକ ଖବର
SHARE

ଓଡ଼ଗାଁ, (ଓଡ଼ିଶା ଲେଖା): ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ନୟାଗଡ଼ ଜିଲ୍ଲା ଓ ଓଡ଼ଗାଁ ବ୍ଲକ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଓଡ଼ଗାଁ ବ୍ଲକ ରୋହିବାଙ୍କ ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ରୋହିବାଙ୍କ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ସହକାରୀ ବନ ସଂରକ୍ଷକ ଡ଼ ସତ୍ୟଜିତ କର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକ, ଓଡ଼ଗାଁ ବନପାଳ ସରିତା ବରାଳ, ବନପାଳ ଜ୍ୟୋତିର୍ମୟୀ ସାମନ୍ତରାୟ, ଲାଉଖାଳ ବନରକ୍ଷୀ ଦୀପ୍ତିମୟୀ ରାଉତ ଏବଂ କୋମଣ୍ଡ ସାଧନକେନ୍ଦ୍ର ସଂଯୋଜକ ଲଳିତମୋହନ ମିଶ୍ର ପ୍ରମୁଖ ଯୋଗଦେଇଥିଲେ ।

ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ବାରିକ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ପରେ ଅତିଥି, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଇକୋକ୍ଲବର ଛାତ୍ରଛାତ୍ରୀଙ୍କ ସହଯୋଗରେ ବିଦ୍ୟାଳୟ ଖେଳପଡ଼ିଆ ଓ ପରିସରରେ ୭୫ରୁ ଅଧିକ ବୃକ୍ଷରୋପଣ କରାଯାଇଥିଲା। ପିସ୍ତାବାଦାମ, ଗଙ୍ଗଶିଉଳି, ବଉଳ, ବେଲ, ନିମ୍ବ ଆଦି ବୃକ୍ଷ ସହିତ ବିଦ୍ୟାଳୟ ପରିସରରେ ଆତ, ଡାଳିମ୍ବ ଓ ପିଜୁଳି ଭଳି ଫଳନ୍ତି ବୃକ୍ଷ ମଧ୍ୟ ରୋପଣ କରାଯାଇଥିଲା।ବୃକ୍ଷରୋପଣ ସହ ବୃକ୍ଷ ସୁରକ୍ଷା ଉପରେ ମଧ୍ୟ ଛାତ୍ରଛାତ୍ରୀମାନେ ସଚେତନ ଥିବା ଦେଖାଯାଇଥିଲା। ପୂର୍ବରୁ ଲଗାଯାଇଥିବା ବୃକ୍ଷଗୁଡ଼ିକରେ ଛାତ୍ରଛାତ୍ରୀମାନେ ବାନ୍ଧିଥିବା ‘ସୁରକ୍ଷା କବଚ ରାଖୀ’ ଦେଖି ଅତିଥିମାନେ ଖୁସି ବ୍ୟକ୍ତ କରିବା ସହ ଛାତ୍ରଛାତ୍ରୀଙ୍କ ପରିବେଶ ସଚେତନତାକୁ ପ୍ରଶଂସା କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁରେନ୍ଦ୍ର ସେନାପତିଙ୍କ ସମେତ କୁନି ମହାଙ୍କୁଡ଼, ଦେବରାଜ ନାୟକ, ମୀନାକ୍ଷୀ ପାତ୍ର ପ୍ରମୁଖ କମିଟି ସଦସ୍ୟ-ସଦସ୍ୟାମାନେ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଡ଼ ସତ୍ୟଜିତ କର ନିଜ ବାଡ଼ିବଗିଚା ଓ ଖୋଲା ସ୍ଥାନରେ ବୃକ୍ଷରୋପଣ କରିବା ସହ ଲଗାଯାଇଥିବା ବୃକ୍ଷର ନିୟମିତ ଯତ୍ନ ଓ ସୁରକ୍ଷା ନେବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଏହାଦ୍ୱାରା ପରିବେଶର ପ୍ରାକୃତିକ ଶୀତଳୀକରଣ ସହ ପରିବେଶ ସୁରକ୍ଷାରେ ସହାୟତା ମିଳିବ ବୋଲି ସେ କହିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ପ୍ରକୃତିବନ୍ଧୁ ଶିକ୍ଷକ ସନ୍ତୋଷ କୁମାର ସାହୁ ପରିଚାଳନା କରିଥିଲେ। ଶିକ୍ଷକ ସନ୍ତୋଷ ନାହାକ, ସୂର୍ଯ୍ୟମଣି ନାୟକ, ଖୋଗେଶ୍ୱର ବେହେରା, ଆଲୋକ ନାୟକ, ବିଶ୍ୱଜିତ ନାୟକ, ରାଧାଗୋବିନ୍ଦ ନାୟକ ଏବଂ ଶିକ୍ଷୟିତ୍ରୀ ଅବନ୍ତୀ ବେହେରା, ବିଜୟଲକ୍ଷ୍ମୀ ଦଳେଇ, ରାଜଲକ୍ଷ୍ମୀ ଶ୍ରୀଚନ୍ଦନ ଓ ପଦ୍ମିନୀ କୁମାରୀ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha September 17, 2026 September 17, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ବିଜେପି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଏସ୍‌ପି କାର୍ଯ୍ୟାଳୟ ଆଗରେ କଂଗ୍ରେସର ଧାରଣା :ପ୍ରହଲ୍ଲାଦଙ୍କ ଅବସ୍ଥା ଗୁରୁତର:ଶାଶ୍ୱତଆହାତ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍ : ସରିଲା ମତଦାନ, ଫଳାଫଳକୁ ଅପେକ୍ଷା:ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୬.୫୩% ମତଦାନ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍: ଅପରାହ୍ନ ୧ଟା ସୁଦ୍ଧା ୭0% ମତଦାନ
ଜିଲ୍ଲା ଖବର
ନୟାଗଡ଼ ପୌରାଞ୍ଚଳରେ ଖାଦ୍ୟ ସୁରକ୍ଷା ଯାଞ୍ଚ:୪୫ କିଲୋ ବାସି ଖାଦ୍ୟ ନଷ୍ଟ, ୨୫୦୦ ଟଙ୍କା ଜରିମାନା ଆଦାୟ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ଆଞ୍ଚଳିକ ଖବର

ନୟାଗଡ଼ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର:୨୦ ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ବଣ୍ଟନ

Odisha Lekha October 13, 2026
ଆଞ୍ଚଳିକ ଖବର

ନୟାଗଡ଼ରେ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ୧୦୭ତମ ଜୟନ୍ତୀ ପାଳିତ:ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ସାହିତ୍ୟପ୍ରେମୀ

Odisha Lekha October 12, 2026
ଆଞ୍ଚଳିକ ଖବର

ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବୋମାମାଡ଼: ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା :ପୋଲିସର ତଦନ୍ତ ଆରମ୍ଭ

Odisha Lekha October 11, 2026
ଆଞ୍ଚଳିକ ଖବର

ଛାତ୍ର ସଂସଦ ନିର୍ବାଚନ ବାତିଲ,କ୍ୟାମ୍ପସ ଗଣତନ୍ତ୍ରର ହତ୍ୟା: କଂଗ୍ରେସ

Odisha Lekha October 10, 2026
ଆଞ୍ଚଳିକ ଖବର

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ସହିଦ କଷ୍ଟି ଡାକୁଆଙ୍କ ସହିଦ ଦିବସ ପାଳିତ:ପ୍ରଜାମଣ୍ଡଳ ଆନ୍ଦୋଳନର ଦୁର୍ଦ୍ଦର୍ଷ ନେତା ଥିଲେ କଷ୍ଟି ଡାକୁଆ

Odisha Lekha October 10, 2026
ଆଞ୍ଚଳିକ ଖବର

ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ମୁଖ୍ୟ ଫାଟକରୁ ନାଗସାପ ଉଦ୍ଧାର

Odisha Lekha October 10, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?