ନୟାଗଡ଼, (ଓଡ଼ିଶା ଲେଖା): ପବିତ୍ର ଗଣେଶ ପୂଜା ଅବସରରେ ନୟାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ଓଡ଼ଗାଁ ବ୍ଲକ ଅଞ୍ଚଳର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି ବିଧାୟକ ଡ଼ ଅରୁଣ କୁମାର ସାହୁ। ବିଧାୟକ ଡ଼ ସାହୁ ରବିଗାଡ଼ିଆ ପଞ୍ଚାୟତର କୁରୁମବାଙ୍କତରା ବଡ଼ସାହି, ଗିରିଡ଼ିପଲ୍ଲୀ ପଞ୍ଚାୟତର ଚାରିଛକ ଏବଂ ତୋଟାସାହିରେ ଯୁବକ ବନ୍ଧୁମାନଙ୍କ ଦ୍ୱାରା ଆୟୋଜିତ ଗଣେଶ ପୂଜା ମଣ୍ଡପ ବୁଲି ଶ୍ରୀଗଣେଶଙ୍କ ଦର୍ଶନ କରିଥିଲେ।

ଏହି ଅବସରରେ ସେ ବିଘ୍ନନାଶକ ଗଣେଶଙ୍କ ଆଶୀର୍ବାଦ ଲାଭ କରିବା ସହ ଅଞ୍ଚଳବାସୀଙ୍କ ସୁଖ, ସମୃଦ୍ଧି ଓ ଦୁଃଖ ଦୂରୀକରଣ ପାଇଁ ପ୍ରାର୍ଥନା କରିଥିଲେ। ବିଭିନ୍ନ ପୂଜା କମିଟିର ଯୁବକମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ।ଏହି ପରିଦର୍ଶନ ସମୟରେ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ବିଜୁ ଜନତା ଦଳର ବ୍ଲକ ସଭାପତି ନିତ୍ୟାନନ୍ଦ ପ୍ରଧାନ ଏବଂ ଜିଲ୍ଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ପ୍ରଭାତ ପ୍ରଧାନଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

