Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ବାଲୁଗାଁର ଯୁବ ସରପଞ୍ଚ ମନୋଜଙ୍କ ଅକାଳ ବିୟୋଗ:ଆକସ୍ମିକ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା, ଭାଙ୍ଗିପଡ଼ିଲେ ପରିବାର ଓ ଶୁଭେଚ୍ଛୁ

Published September 3, 2026 ଜିଲ୍ଲା ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ବାଲୁଗାଁ ପଞ୍ଚାୟତବାସୀଙ୍କ ପାଇଁ ଆସିଛି ଏକ ଅତ୍ୟନ୍ତ ଦୁଃଖଦ ଖବର। ବାଲୁଗାଁ ପଞ୍ଚାୟତର ଯୁବ ସରପଞ୍ଚ ତଥା ସରପଞ୍ଚ ସଂଘର ବ୍ଲକ୍ ସଭାପତି ଇଂ. ମନୋଜ କୁମାର ନାୟକଙ୍କ ଅକାଳ ବିୟୋଗ ଘଟିଛି। ଆଜି ରାତି ପ୍ରାୟ ସାଢ଼େ ୭ଟା ସମୟରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି।ବାଲୁଗାଁ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ କାଶୀନାଥ ନାୟକଙ୍କ ବଡ଼ ପୁଅ ଥିଲେ ମନୋଜ। ଇଞ୍ଜିନିୟରିଂ ଶିକ୍ଷା ଶେଷ କରିବା ପରେ ଲୋକଙ୍କ ସେବା କରିବା ଲକ୍ଷ୍ୟରେ ସେ ରାଜନୀତିରେ ପ୍ରବେଶ କରିଥିଲେ। ଜଣେ ଯୁବ ସଂଗଠକ ଭାବେ ସେ ଅଞ୍ଚଳରେ ବେଶ୍ ପରିଚିତ ଥିଲେ। ଏହାପରେ ୨୦୨୨ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରି ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ମନୋଜ ପଞ୍ଚାୟତବାସୀଙ୍କ ସମସ୍ୟା ସମାଧାନ ଓ ଅଞ୍ଚଳର ବିକାଶ ପାଇଁ ସକ୍ରିୟ ରହିଥିଲେ। ତାଙ୍କର ସରଳ, ମିଷ୍ଟଭାଷୀ ଓ ଲୋକାଭିମୁଖୀ ବ୍ୟବହାର ଯୋଗୁଁ ସେ ସ୍ଥାନୀୟ ଅଞ୍ଚଳରେ ଜଣେ ଲୋକପ୍ରିୟ ଯୁବ ଜନପ୍ରତିନିଧି ଭାବେ ପରିଚିତ ହୋଇଥିଲେ। ଗତକାଲି ହଠାତ୍ ଅସୁସ୍ଥ ଅନୁଭବ କରିବା ପରେ ପ୍ରଥମେ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଛି। ମନୋଜଙ୍କ ଆକସ୍ମିକ ବିୟୋଗରେ ପରିବାର, ବନ୍ଧୁ, ସହକର୍ମୀ ଓ ଶୁଭେଚ୍ଛୁଙ୍କ ମଧ୍ୟରେ ଗଭୀର ଶୋକ ଖେଳିଯାଇଛି। ତାଙ୍କର ମୃତ୍ୟୁ ଖବର ପ୍ରଚାର ହେବା ପରେ ବାଲୁଗାଁ ସମେତ ଆଖପାଖ ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି। ମନୋଜଙ୍କ ବିୟୋଗରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଓ ବିଜୁ ଜନତା ଦଳର ନାରୀନେତ୍ରୀ ଇରାନୀ ରାୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେମାନେ ମନୋଜଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରକୁ ଧୈର୍ଯ୍ୟ ପ୍ରଦାନ କରିବାକୁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

Preloader Image
IMG-20260815-WA0003
IMG-20260108-WA0001
Odisha Lekha September 3, 2026 September 3, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ଯୁବକଙ୍କୁ ନିର୍ମମ ହତ୍ୟା ଅଭିଯୋଗ, ଗଛରେ ଝୁଲୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର
ଅପରାଧ ଜିଲ୍ଲା ଖବର
ସପ୍ତମ ଶ୍ରେଣୀ ପ୍ରଶ୍ନ ବ୍ୟାଙ୍କ ପ୍ରସ୍ତୁତି ପାଇଁ ୩ ଦିନିଆ କର୍ମଶାଳା
ଆଞ୍ଚଳିକ ଖବର ଶିକ୍ଷା ଓ ନିଯୁକ୍ତି
ଆଶ୍ରମ ବିଦ୍ୟାଳୟର ୧୧ ଜଣିଆ ଯାଞ୍ଚ କମିଟି ଗଠିତ
ଜିଲ୍ଲା ଖବର
ସରକାରୀ କାର୍ଯ୍ୟାଳୟରେ ଦୃବୁର୍ତ୍ତଙ୍କ ଭଙ୍ଗାରୁଜା: ଜାତିଗତ ଆକ୍ଷେପ ଓ ମାଡ଼:ନ୍ୟାୟ ଦାବିରେ ରାଜସ୍ବ ଅଧିକାରୀଙ୍କର କାର୍ଯ୍ୟବନ୍ଦ ଆନ୍ଦୋଳନ
ଆଞ୍ଚଳିକ ଖବର

ଅଧିକ ପଢନ୍ତୁ

ଅପରାଧଜିଲ୍ଲା ଖବର

ଯୁବକଙ୍କୁ ନିର୍ମମ ହତ୍ୟା ଅଭିଯୋଗ, ଗଛରେ ଝୁଲୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର

Odisha Lekha September 4, 2026
ଜିଲ୍ଲା ଖବର

ଆଶ୍ରମ ବିଦ୍ୟାଳୟର ୧୧ ଜଣିଆ ଯାଞ୍ଚ କମିଟି ଗଠିତ

Odisha Lekha September 3, 2026
ଜିଲ୍ଲା ଖବର

କଟକ ‘ପ୍ରଗତି ମିଲ୍କ’ କାରଖାନାରେ ଭୟାବହ ଅଗ୍ନିକାଣ୍ଡ

Odisha Lekha September 3, 2026
ଜିଲ୍ଲା ଖବରରାଜନୀତି

ବ୍ଲକ୍ ସମ୍ମିଳନୀ ଗୃହରେ ଦଳୀୟ କାର୍ଯ୍ୟକ୍ରମ ଅଭିଯୋଗ: ‘ସେବା ସଙ୍କଳ୍ପ ଅଭିଯାନ’କୁ ନେଇ ବିବାଦ

Odisha Lekha September 3, 2026
ଜିଲ୍ଲା ଖବର

ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ ମେଡିକାଲ ଅଫିସର:ଡାକ୍ତରଙ୍କୁ ୩ ବର୍ଷ ଜେଲ୍‌,୨୦ ହଜାର ଟଙ୍କା ଜରିମାନା

Odisha Lekha September 2, 2026
ଜିଲ୍ଲା ଖବରଦୁର୍ଘଟଣା

ମହିପୁର ଇଥାଇନ୍ କମ୍ପାନୀରେ ବିସ୍ଫୋରଣ: ୪ ଶ୍ରମିକ ଗୁରୁତର

Odisha Lekha September 2, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?