Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ବାଲୁଗାଁର ଯୁବ ସରପଞ୍ଚ ମନୋଜଙ୍କ ଅକାଳ ବିୟୋଗ:ଆକସ୍ମିକ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା, ଭାଙ୍ଗିପଡ଼ିଲେ ପରିବାର ଓ ଶୁଭେଚ୍ଛୁ

Published September 3, 2026 ଜିଲ୍ଲା ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ବାଲୁଗାଁ ପଞ୍ଚାୟତବାସୀଙ୍କ ପାଇଁ ଆସିଛି ଏକ ଅତ୍ୟନ୍ତ ଦୁଃଖଦ ଖବର। ବାଲୁଗାଁ ପଞ୍ଚାୟତର ଯୁବ ସରପଞ୍ଚ ତଥା ସରପଞ୍ଚ ସଂଘର ବ୍ଲକ୍ ସଭାପତି ଇଂ. ମନୋଜ କୁମାର ନାୟକଙ୍କ ଅକାଳ ବିୟୋଗ ଘଟିଛି। ଆଜି ରାତି ପ୍ରାୟ ସାଢ଼େ ୭ଟା ସମୟରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି।ବାଲୁଗାଁ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ କାଶୀନାଥ ନାୟକଙ୍କ ବଡ଼ ପୁଅ ଥିଲେ ମନୋଜ। ଇଞ୍ଜିନିୟରିଂ ଶିକ୍ଷା ଶେଷ କରିବା ପରେ ଲୋକଙ୍କ ସେବା କରିବା ଲକ୍ଷ୍ୟରେ ସେ ରାଜନୀତିରେ ପ୍ରବେଶ କରିଥିଲେ। ଜଣେ ଯୁବ ସଂଗଠକ ଭାବେ ସେ ଅଞ୍ଚଳରେ ବେଶ୍ ପରିଚିତ ଥିଲେ। ଏହାପରେ ୨୦୨୨ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରି ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ମନୋଜ ପଞ୍ଚାୟତବାସୀଙ୍କ ସମସ୍ୟା ସମାଧାନ ଓ ଅଞ୍ଚଳର ବିକାଶ ପାଇଁ ସକ୍ରିୟ ରହିଥିଲେ। ତାଙ୍କର ସରଳ, ମିଷ୍ଟଭାଷୀ ଓ ଲୋକାଭିମୁଖୀ ବ୍ୟବହାର ଯୋଗୁଁ ସେ ସ୍ଥାନୀୟ ଅଞ୍ଚଳରେ ଜଣେ ଲୋକପ୍ରିୟ ଯୁବ ଜନପ୍ରତିନିଧି ଭାବେ ପରିଚିତ ହୋଇଥିଲେ। ଗତକାଲି ହଠାତ୍ ଅସୁସ୍ଥ ଅନୁଭବ କରିବା ପରେ ପ୍ରଥମେ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଛି। ମନୋଜଙ୍କ ଆକସ୍ମିକ ବିୟୋଗରେ ପରିବାର, ବନ୍ଧୁ, ସହକର୍ମୀ ଓ ଶୁଭେଚ୍ଛୁଙ୍କ ମଧ୍ୟରେ ଗଭୀର ଶୋକ ଖେଳିଯାଇଛି। ତାଙ୍କର ମୃତ୍ୟୁ ଖବର ପ୍ରଚାର ହେବା ପରେ ବାଲୁଗାଁ ସମେତ ଆଖପାଖ ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି। ମନୋଜଙ୍କ ବିୟୋଗରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଓ ବିଜୁ ଜନତା ଦଳର ନାରୀନେତ୍ରୀ ଇରାନୀ ରାୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେମାନେ ମନୋଜଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରକୁ ଧୈର୍ଯ୍ୟ ପ୍ରଦାନ କରିବାକୁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

Preloader Image
IMG-20261018-WA0166
IMG-20260108-WA0001
IMG-20261018-WA0101
Odisha Lekha September 3, 2026 September 3, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ହେଲେ ପ୍ରଜ୍ଞାନ ଓଝା
ଖେଳ
ଗାଁ ମଞ୍ଚରେ ସମ୍ବର୍ଦ୍ଧିତ ହେଲେ ସୁନନ୍ଦା:କଂଗ୍ରେସ ସମର୍ଥିତ ଛାତ୍ରୀ ଉପସଭାପତିଙ୍କୁ ସମ୍ମାନିତ କଲେ ବିଜେପି ବିଧାୟକ
ଆଞ୍ଚଳିକ ଖବର
ଦଶହରାରେ ସଂଗ୍ରାମଙ୍କ ନିଆରା ପଦକ୍ଷେପ :ମହିଳାଙ୍କ ଓଠରେ ହସ ଫୁଟାଇଲେ ଡିଜିଟାଲ କ୍ରିଏଟର ସଂଗ୍ରାମ ଦାସ ଓ ତାଙ୍କ ପରିବାର
ସ୍ୱତନ୍ତ୍ର ଖବର
ଆପଣଙ୍କ ସଂଘର୍ଷର କାହାଣୀ, ଏବେ ‘ଓଡ଼ିଶା ଲେଖା’ରେ! Facebook | YouTube | Instagram Creator ମାନଙ୍କ ପାଇଁ ଏକ ସୁନ୍ଦର ସୁଯୋଗ!
ସ୍ୱତନ୍ତ୍ର ଖବର

ଅଧିକ ପଢନ୍ତୁ

ଜିଲ୍ଲା ଖବରମନୋରଞ୍ଜନ

ନୟାଗଡ଼ ପ୍ୟାଲେସରେ ଦାଣ୍ଡିଆ ନୃତ୍ୟ ଉତ୍ସବ:ଗୀତର ତାଳେ ତାଳେ ଝୁମିଲେ ହଜାର ହଜାର ମହିଳା

Odisha Lekha October 17, 2026
ଜିଲ୍ଲା ଖବରରାଜନୀତି

ପିସିସି ଓବିସି ସେଲ୍‌ର ରାଜ୍ୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ କମଳ

Odisha Lekha October 17, 2026
ଜିଲ୍ଲା ଖବର

ବେହାଲ ହେଲାଣି ଶିଶୁ ଉଦ୍ୟାନ:ଶିଶୁ ମାନଙ୍କ ସୁରକ୍ଷାକୁ ନେଇ ସୃଷ୍ଟି ହେଉଛି ପ୍ରଶ୍ନବାଚୀ

Odisha Lekha October 17, 2026
ଜିଲ୍ଲା ଖବର

ଦଶହରା ଖର୍ଚ୍ଚ ପାଇଁ ଆଡ଼ଭାନ୍ସ ନମିଳିବାରୁ ସଫେଇ କର୍ମଚାରୀଙ୍କ ଧାରଣା

Odisha Lekha October 17, 2026
ଜିଲ୍ଲା ଖବର

ଛାତ୍ର ସଂସଦ ନିର୍ବାଚନ ହିଂସା:ଗୁରୁତର ଆହତ କଂଗ୍ରେସ କର୍ମୀ ପ୍ରହଲ୍ଲାଦଙ୍କୁ ଭେଟିଲେ ଅରୁଣ ସାହୁ

Odisha Lekha October 17, 2026
ଜିଲ୍ଲା ଖବର

ନୟାଗଡ଼ କଲେଜରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ: ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ଓ ମହାବିଦ୍ୟାଳୟର ବିକାଶ ପାଇଁ ନେଲେ ଶପଥ

Odisha Lekha October 16, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?