Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଗାଁ ମଞ୍ଚରେ ସମ୍ବର୍ଦ୍ଧିତ ହେଲେ ସୁନନ୍ଦା:କଂଗ୍ରେସ ସମର୍ଥିତ ଛାତ୍ରୀ ଉପସଭାପତିଙ୍କୁ ସମ୍ମାନିତ କଲେ ବିଜେପି ବିଧାୟକ

Published October 19, 2026 ଆଞ୍ଚଳିକ ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ରାଜନୈତିକ ମତପାର୍ଥକ୍ୟଠାରୁ ଊର୍ଦ୍ଧ୍ୱରେ ରହି ପ୍ରତିଭା ଓ ସଫଳତାକୁ ସମ୍ମାନ ଜଣାଇବାର ଏକ ସୁନ୍ଦର ଉଦାହରଣ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମରେ। ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ନବନିର୍ବାଚିତ ଛାତ୍ର କଂଗ୍ରେସ ସମର୍ଥିତ ଛାତ୍ରୀ ଉପସଭାପତି ସୁନନ୍ଦା ଲେଙ୍କାଙ୍କୁ ଗ୍ରାମ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଛି। ଖଣ୍ଡପଡ଼ାର ବିଜେପି ବିଧାୟକ ଇଂ. ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ଉପସ୍ଥିତିରେ ଗ୍ରାମ କମିଟି ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଓ ସମ୍ମାନ ଜଣାଯାଇଥିଲା। ସୂଚନାନୁସାରେ, ବଳରାମପ୍ରସାଦ ଗ୍ରାମରେ ଦଶହରା ପର୍ବ ଧୁମ୍‌ଧାମରେ ପାଳନ କରାଯାଇଥିଲା। ଏହି ଅବସରରେ ଗ୍ରାମର ମଙ୍ଗଳା ସାହିରେ ମା’ ମଙ୍ଗଳାଙ୍କ ଯାତ୍ରା ଉପଲକ୍ଷେ ଏକ ସାମାଜିକ ନାଟକ ‘ଦରିଆ କୂଳର ଦରଦୀ ବନ୍ଧୁ’ର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଖଣ୍ଡପଡ଼ା ବିଧାୟକ ଇଂ. ଦୁଷ୍ମନ୍ତ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାଟକର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଗ୍ରାମର ପ୍ରଦୀପ କୁମାର ଲେଙ୍କାଙ୍କ ଝିଅ ସୁନନ୍ଦା ଲେଙ୍କାଙ୍କୁ ତାଙ୍କ ନିର୍ବାଚନୀ ସଫଳତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ସୁନନ୍ଦା ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ଛାତ୍ର କଂଗ୍ରେସ ସମର୍ଥିତ ପ୍ରାର୍ଥିନୀ ଭାବେ ଉପସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରି ୩୦୦ରୁ ଅଧିକ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିଲେ। ତାଙ୍କର ଏହି ସଫଳତାରେ ଗ୍ରାମବାସୀ ଖୁସି ପ୍ରକାଶ କରିବା ସହ ଗ୍ରାମ କମିଟି ପକ୍ଷରୁ ବିଧାୟକଙ୍କ ହାତରେ ତାଙ୍କୁ ଶୁଭେଚ୍ଛା ଜଣାଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମିତି ସଭ୍ୟ ମହେଶ୍ୱର ରାଉତ, ପୂର୍ବତନ ସରପଞ୍ଚ ନିରଞ୍ଜନ ପଣ୍ଡା, ଶତ୍ରୁଘ୍ନ ବରିକ, ଗୋପାଳ ମହାନ୍ତି, ବାପୁନି ଦାଶ, ପ୍ରମୋଦ ପଢ଼ିଆରୀ, ବିରୁପାକ୍ଷ ତ୍ରିପାଠୀ, ବିଭୂତି ଦାଶ, ବିଘିନ ମହାରଣା ଓ ନାରାୟଣ ରାଉତଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।

Preloader Image
IMG-20261018-WA0166
IMG-20260108-WA0001
IMG-20261018-WA0101
Odisha Lekha October 19, 2026 October 19, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ହେଲେ ପ୍ରଜ୍ଞାନ ଓଝା
ଖେଳ
ଦଶହରାରେ ସଂଗ୍ରାମଙ୍କ ନିଆରା ପଦକ୍ଷେପ :ମହିଳାଙ୍କ ଓଠରେ ହସ ଫୁଟାଇଲେ ଡିଜିଟାଲ କ୍ରିଏଟର ସଂଗ୍ରାମ ଦାସ ଓ ତାଙ୍କ ପରିବାର
ସ୍ୱତନ୍ତ୍ର ଖବର
ଆପଣଙ୍କ ସଂଘର୍ଷର କାହାଣୀ, ଏବେ ‘ଓଡ଼ିଶା ଲେଖା’ରେ! Facebook | YouTube | Instagram Creator ମାନଙ୍କ ପାଇଁ ଏକ ସୁନ୍ଦର ସୁଯୋଗ!
ସ୍ୱତନ୍ତ୍ର ଖବର
ନୟାଗଡ଼ ପ୍ୟାଲେସରେ ଦାଣ୍ଡିଆ ନୃତ୍ୟ ଉତ୍ସବ:ଗୀତର ତାଳେ ତାଳେ ଝୁମିଲେ ହଜାର ହଜାର ମହିଳା
ଜିଲ୍ଲା ଖବର ମନୋରଞ୍ଜନ

ଅଧିକ ପଢନ୍ତୁ

ଆଞ୍ଚଳିକ ଖବର

ବାଲୁଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା:ବିନା ଅନୁମତିରେ ଡାକ୍ତର ଅନୁପସ୍ଥିତ:ସିଡିଏମ୍‌ଓଙ୍କ ଛାନଭିନ୍‌ ଆରମ୍ଭ

Odisha Lekha October 17, 2026
ଆଞ୍ଚଳିକ ଖବର

କୃଷ୍ଣ ଗୌରାଙ୍ଗ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ ନୈରାଶ୍ୟଜନକ

Odisha Lekha October 16, 2026
ଆଞ୍ଚଳିକ ଖବର

ନୟାଗଡ଼ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର:୨୦ ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ବଣ୍ଟନ

Odisha Lekha October 13, 2026
ଆଞ୍ଚଳିକ ଖବର

ନୟାଗଡ଼ରେ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ୧୦୭ତମ ଜୟନ୍ତୀ ପାଳିତ:ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ସାହିତ୍ୟପ୍ରେମୀ

Odisha Lekha October 12, 2026
ଆଞ୍ଚଳିକ ଖବର

ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବୋମାମାଡ଼: ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା :ପୋଲିସର ତଦନ୍ତ ଆରମ୍ଭ

Odisha Lekha October 11, 2026
ଆଞ୍ଚଳିକ ଖବର

ଛାତ୍ର ସଂସଦ ନିର୍ବାଚନ ବାତିଲ,କ୍ୟାମ୍ପସ ଗଣତନ୍ତ୍ରର ହତ୍ୟା: କଂଗ୍ରେସ

Odisha Lekha October 10, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?