କଟକ, (ଓଡ଼ିଶା ଲେଖା): କଟକ ଜଗତପୁରସ୍ଥିତ ‘ପ୍ରଗତି ମିଲ୍କ’ କାରଖାନାର ୟୁନିଟ୍-୩ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହଠାତ୍ କାରଖାନାରେ ନିଆଁ ଲାଗିବା ପରେ ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀର ୩ଟି ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଜୋରଦାର ଉଦ୍ୟମ ଚଳାଇଛନ୍ତି। ନିଆଁର ପ୍ରକୋପ ଅଧିକ ଥିବାରୁ ଅଗ୍ନିଶମ କର୍ମଚାରୀମାନେ ସତର୍କତାର ସହ ଅଗ୍ନି ନିର୍ବାପନ କାର୍ଯ୍ୟ ଜାରି ରଖିଛନ୍ତି। ତେବେ ଅଗ୍ନିକାଣ୍ଡର ସଠିକ୍ କାରଣ ଏଯାବତ୍ ସ୍ପଷ୍ଟ ହୋଇନାହିଁ। ଏହି ଘଟଣାରେ କେତେ ପରିମାଣର କ୍ଷୟକ୍ଷତି ହୋଇଛି, ସେନେଇ ମଧ୍ୟ ସଠିକ୍ ଆକଳନ ମିଳିନାହିଁ। ଅଗ୍ନି ନିର୍ବାପନ ପରେ ହିଁ କ୍ଷୟକ୍ଷତିର ପରିମାଣ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।

