Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ବ୍ଲକ୍ ସମ୍ମିଳନୀ ଗୃହରେ ଦଳୀୟ କାର୍ଯ୍ୟକ୍ରମ ଅଭିଯୋଗ: ‘ସେବା ସଙ୍କଳ୍ପ ଅଭିଯାନ’କୁ ନେଇ ବିବାଦ

Published September 3, 2026 ଜିଲ୍ଲା ଖବର ରାଜନୀତି
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲାର ସଦର ବ୍ଲକ୍ ସମ୍ମିଳନୀ ଗୃହରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ‘ସେବା ସଙ୍କଳ୍ପ ଅଭିଯାନ’ ଜିଲ୍ଲା ସଭାପତି ତାପସ ରଞ୍ଜନ ମାର୍ଥାଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସରକାରୀ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ ଗୃହକୁ ଏଭଳି ଦଳୀୟ କାର୍ଯ୍ୟକ୍ରମ ପାଇଁ ବ୍ୟବହାର କରାଯିବାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି। ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘ ୨୫ ବର୍ଷର ଜନସେବାକୁ ସ୍ମରଣ କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜନସେବାକୁ ଅଧିକ ବ୍ୟାପକ କରିବା ଉଦ୍ଦେଶ୍ୟରେ ଚଳିତ ମାସ ୧୭ ତାରିଖରୁ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ‘ସେବା ସଙ୍କଳ୍ପ ଅଭିଯାନ’ ଆୟୋଜନ କରାଯିବାକୁ ଦଳ ପକ୍ଷରୁ ଘୋଷଣା କରାଯାଇଛି। ଏହି ଅଭିଯାନ ପରିପ୍ରେକ୍ଷୀରେ ନୟାଗଡ଼ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ କର୍ମଶାଳାରେ ଜିଲ୍ଲା ପ୍ରଭାରୀ ସୁରଥ ବିଶ୍ୱାଳ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଲାଷ ପଣ୍ଡା, ଜିଲ୍ଲା ଜନଜାତି ଯୋଜନା ବୋର୍ଡ ଅଧ୍ୟକ୍ଷ ତ୍ରିନାଥ ମଲ୍ଲିକ, ଜିଲ୍ଲା ସାଧାରଣ ସମ୍ପାଦକ ରଞ୍ଜନ ପଣ୍ଡା, ନୂଆଗାଁ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ତଥା ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ସ୍ୱାଇଁଙ୍କ ସମେତ ବହୁ ଦଳୀୟ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିବା ଜଣାପଡ଼ିଛି। ତେବେ ସରକାରୀ କାର୍ଯ୍ୟାଳୟ ପରିସରରେ ଥିବା ବ୍ଲକ୍ ସମ୍ମିଳନୀ ଗୃହରେ ଏଭଳି ଏକ ରାଜନୈତିକ ଦଳର କାର୍ଯ୍ୟକ୍ରମ କିପରି ଆୟୋଜିତ ହେଲା, ତାହାକୁ ନେଇ ସାଧାରଣ ମହଲରେ ପ୍ରଶ୍ନ ଉଠିଛି। ସରକାରୀ ସମ୍ପତ୍ତି ଓ ପରିସରକୁ ଦଳୀୟ କାର୍ଯ୍ୟକ୍ରମରେ ବ୍ୟବହାର କରିବା ପାଇଁ କେଉଁ ନିୟମ ଅନୁସାରେ ଅନୁମତି ଦିଆଗଲା, ତାହା ସ୍ପଷ୍ଟ କରିବାକୁ ଦାବି ହେଉଛି। ଏହି ଘଟଣାରେ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଐଶ୍ୱର୍ଯ୍ୟା ଭୂୟାଁଙ୍କ ଭୂମିକାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। କେଉଁ ପରିସ୍ଥିତିରେ ଏବଂ କାହା ଅନୁମତି କିମ୍ବା ନିର୍ଦ୍ଦେଶରେ ସରକାରୀ ସମ୍ମିଳନୀ ଗୃହକୁ ଦଳୀୟ କାର୍ଯ୍ୟକ୍ରମ ପାଇଁ ଅନୁମତି ଦିଆଗଲା, ତାହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Preloader Image
IMG-20260815-WA0003
IMG-20260108-WA0001
Odisha Lekha September 3, 2026 September 3, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ଆପଣଙ୍କ ସଂଘର୍ଷର କାହାଣୀ, ଏବେ ‘ଓଡ଼ିଶା ଲେଖା’ରେ! Facebook | YouTube | Instagram Creator ମାନଙ୍କ ପାଇଁ ଏକ ସୁନ୍ଦର ସୁଯୋଗ!
ସ୍ୱତନ୍ତ୍ର ଖବର
ନୟାଗଡ଼ ପ୍ୟାଲେସରେ ଦାଣ୍ଡିଆ ନୃତ୍ୟ ଉତ୍ସବ:ଗୀତର ତାଳେ ତାଳେ ଝୁମିଲେ ହଜାର ହଜାର ମହିଳା
ଜିଲ୍ଲା ଖବର ମନୋରଞ୍ଜନ
ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା:ମୁଖ୍ୟ ଅଭିଯୁକ୍ତ ଜିତେନ ଗିରଫ:ଭୁବନେଶ୍ୱରରୁ ଧରି ଘଟଣାର ସିନ୍‌ ରିକ୍ରିଏସନ୍‌ କରାଇଲା ରଣପୁର ପୋଲିସ
ଅପରାଧ
ପିସିସି ଓବିସି ସେଲ୍‌ର ରାଜ୍ୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ କମଳ
ଜିଲ୍ଲା ଖବର ରାଜନୀତି

ଅଧିକ ପଢନ୍ତୁ

ଜିଲ୍ଲା ଖବରମନୋରଞ୍ଜନ

ନୟାଗଡ଼ ପ୍ୟାଲେସରେ ଦାଣ୍ଡିଆ ନୃତ୍ୟ ଉତ୍ସବ:ଗୀତର ତାଳେ ତାଳେ ଝୁମିଲେ ହଜାର ହଜାର ମହିଳା

Odisha Lekha October 17, 2026
ଜିଲ୍ଲା ଖବରରାଜନୀତି

ପିସିସି ଓବିସି ସେଲ୍‌ର ରାଜ୍ୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ କମଳ

Odisha Lekha October 17, 2026
ଜିଲ୍ଲା ଖବର

ବେହାଲ ହେଲାଣି ଶିଶୁ ଉଦ୍ୟାନ:ଶିଶୁ ମାନଙ୍କ ସୁରକ୍ଷାକୁ ନେଇ ସୃଷ୍ଟି ହେଉଛି ପ୍ରଶ୍ନବାଚୀ

Odisha Lekha October 17, 2026
ଜିଲ୍ଲା ଖବର

ଦଶହରା ଖର୍ଚ୍ଚ ପାଇଁ ଆଡ଼ଭାନ୍ସ ନମିଳିବାରୁ ସଫେଇ କର୍ମଚାରୀଙ୍କ ଧାରଣା

Odisha Lekha October 17, 2026
ଜିଲ୍ଲା ଖବର

ଛାତ୍ର ସଂସଦ ନିର୍ବାଚନ ହିଂସା:ଗୁରୁତର ଆହତ କଂଗ୍ରେସ କର୍ମୀ ପ୍ରହଲ୍ଲାଦଙ୍କୁ ଭେଟିଲେ ଅରୁଣ ସାହୁ

Odisha Lekha October 17, 2026
ଜିଲ୍ଲା ଖବର

ନୟାଗଡ଼ କଲେଜରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ: ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ଓ ମହାବିଦ୍ୟାଳୟର ବିକାଶ ପାଇଁ ନେଲେ ଶପଥ

Odisha Lekha October 16, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?