ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ପୁଲିସ ବିଭାଗ ପାଇଁ ଏକ ଖୁସି ଖବର। ନୟାଗଡ଼ରେ କାର୍ଯ୍ୟରତ ଅତିରିକ୍ତ ଏସ୍ପି ସୁବାଷ ଚନ୍ଦ୍ର ପଣ୍ଡାଙ୍କୁ ଏସ୍ପି ପାହ୍ୟାକୁ ପଦୋନ୍ନତି ମିଳିଛି। ରାଜ୍ୟ ଗୃହ ବିଭାଗ ପକ୍ଷରୁ ୧୫ ଜଣ ଅତିରିକ୍ତ ଏସ୍ପିଙ୍କୁ ପଦୋନ୍ନତି ଦିଆଯାଇଥିବା ବେଳେ ଏଥିରେ ଶ୍ରୀଯୁକ୍ତ ପଣ୍ଡାଙ୍କ ନାମ ରହିଛି। ପଦୋନ୍ନତି ପରେ ଶ୍ରୀଯୁକ୍ତ ପଣ୍ଡାଙ୍କୁ ଆର୍ୟୁସିଏଡବ୍ଲ୍ୟୁରେ ଅତିରିକ୍ତ ଏସ୍ପି ଭାବେ ଦାୟିତ୍ୱ ତୁଲାଇବାକୁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।ନୟାଗଡ଼ରେ ଅତିରିକ୍ତ ଏସ୍ପି ଭାବେ କାର୍ଯ୍ୟ କରିବା ସମୟରେ ତାଙ୍କର କାର୍ଯ୍ୟଦକ୍ଷତା ଓ ଦାୟିତ୍ୱବୋଧ ପାଇଁ ସେ ସହକର୍ମୀ ଓ ବିଭିନ୍ନ ସଂଗଠନ ମଧ୍ୟରେ ପ୍ରଶଂସିତ ହୋଇଆସିଛନ୍ତି। ତାଙ୍କର ଏହି ପଦୋନ୍ନତି ଖବର ପ୍ରଚାରିତ ହେବା ପରେ ବିଭିନ୍ନ ସଂଗଠନ, ପୁଲିସ କର୍ମଚାରୀ ଓ ଶୁଭେଚ୍ଛୁମାନେ ଶ୍ରୀଯୁକ୍ତ ପଣ୍ଡାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

