ନୟାଗଡ଼, (ଓଡ଼ିଶା ଲେଖା): ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ବିଜୁ ଜନତା ଦଳର ସଂଖ୍ୟାଲଘୁ ସେଲର ସାଂଗଠନିକ ସଭାପତି, କାର୍ଯ୍ୟକାରୀ ସଭାପତି, ପରାମର୍ଶ ଦାତା, ବରିଷ୍ଠ ସାଧାରଣ ସମ୍ପାଦକ, ସାଧାରଣ ସମ୍ପାଦକ ଓ ସମ୍ପାଦକ ନିଯୁକ୍ତ କରିଛନ୍ତି। ସଂଖ୍ୟା ଲଘୁ ସେଲର ୨ଶହରୁ ଉର୍ଦ୍ଧ୍ବ ନେତା ନେତ୍ରୀ ମାନଙ୍କୁ ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ପଟ୍ଟନାୟକ ନିଯୁକ୍ତ କରିଥିବା ବେଳେ ନୟାଗଡ଼ ଜିଲ୍ଲା ସଂଖ୍ୟା ଲଘୁ ସେଲର ସଭାପତି ଏସକେ ନଇଁମଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଉପ ସଭାପତି ଭାବେ ଗୁଲାବ ଖାଁ ଭାବେ ନିଯୁକ୍ତ କରାଯାଇଛି। ସେହିଭଳି ଭାବେ ସାଧାରଣ ସମ୍ପାଦକ ଭାବେ ଏସକେ ଇବ୍ରାହିମ୍ ଙ୍କୁ ମାନ୍ୟବର ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ନିଯୁକ୍ତ କରିଛନ୍ତି। ତେବେ ଜିଲ୍ଲାରେ ସଂଖ୍ୟାଲଘୁ ସେଲର ସଙ୍ଗଠନ ମଜଭୁତ୍ କରିବା ଦୃଢ଼ ସଂକଳ୍ପ ନେଇଛନ୍ତି। ଏହି ତିନି ନେତାଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ସେପଟେ ଏହି ତିନି ନେତା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ, ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ କୃତଜ୍ଞତା ଜଣାଇଛନ୍ତି।

