ଭୁବନେଶ୍ଵର, (ଓଡ଼ିଶା ଲେଖା): ତିନି ନେତାଙ୍କୁ ଗୁରୁଦାୟିତ୍ୱ ଦେଲେ ନବୀନ। ତିନି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବନ୍ୟାରେ ପ୍ରଭାବିତ ଯାଜପୁର, ଭଦ୍ରକ ଓ ବାଲେଶ୍ୱରର ଲୋକଙ୍କ ଦୁଃଖ ଓ ସମସ୍ୟା ବୁଝିବା ପାଇଁ ଲୋକଙ୍କ ପାଖକୁ ତିନି ନେତାଙ୍କୁ ପଠାଇଲେ ବିଜେଡ଼ି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡିର ବରିଷ୍ଠ ନେତୃତ୍ୱ ପ୍ରଦୀପ କୁମାର ଅମାତଙ୍କୁ ଯାଜପୁର ଜିଲ୍ଲାର ଦାୟିତ୍ୱ ଦେଇଥିବା ବେଳେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଭଦ୍ରକ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ସେହିପରି ପୂର୍ବତନ ବିଧାୟକ ସଞ୍ଜୟ କୁମାର ଦାସବର୍ମାଙ୍କୁ ବାଲେଶ୍ୱର ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ଏହି ତିନି ବରିଷ୍ଠ ନେତା ବନ୍ୟାରେ ପ୍ରଭାବିତ ହୋଇଥିବା ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ସ୍ଥିତି ଅନୁଧ୍ୟାନ କରିବା ସହ ସମସ୍ୟା ପଚାରି ବୁଝିବା ବିଜେଡ଼ି ସୁପ୍ରିମୋଙ୍କ ପାଖରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି ପଦକ୍ଷେପ ଲୋକଙ୍କ ପ୍ରତି ବିଜେଡିର ଦାୟିତ୍ୱବୋଧର ଆଉ ଏକ ଉଦାହରଣ ବୋଲି କୁହାଯାଉଛି।

