ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ସଦର ବ୍ଲକ ଇଟାମାଟି ଶିକ୍ଷା ଓ ବୈଷୟକ ମହାବିଦ୍ୟାଳୟରୁ ଅବସର ଗ୍ରହଣ କରିଥିବା ଇଂରାଜୀ ଅଧ୍ୟାପକ ବାଇଧର ସାହୁଙ୍କ ପରଲୋକ ଘଟିଛି। ଆଜି ରାତ୍ରୀ ୯ ଘଟିକା ସମୟରେ ଇଟାମାଟି ବାସ ଭବନରେ ଶେଷ ନିଶ୍ୱାସ ତ୍ୟାଗକରିଛନ୍ତି । ସେ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ଥିଲେ। ଇଟାମାଟି ଯୁକ୍ତ ଦୁଇ ମହାବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି ଇଂରାଜୀ ଅଧ୍ୟାପନା କରି ଛାତ୍ର ଛାତ୍ରୀଙ୍କ ମନ ଜିଣି ନେଇଥିଲେ ଇଂରାଜୀ ଅଧ୍ୟାପକ ବାଇଧର ସାହୁ। ସେ ଜଣେ ପରୋପକାରୀ ଓ ମେଳାପୀ ସ୍ୱଭାବର ଅଧ୍ୟାପକ ଥିଲେ। ତାଙ୍କର ପରଲୋକ ହେବା ଖବର ଜଣାପଡ଼ିବା ପରେ ଇଟାମାଟି ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ଦେଖା ଦେଇଛି।

