ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ସାମ୍ବାଦିକ ଭବନ ଓ ନୟାଗଡ଼ ରୋଟାରୀ କ୍ଳବ୍ ମିଳିତ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି। ଅଗଷ୍ଟ ୫ତାରିଖ ବୁଧବାର ସକାଳ ୯ଟା ସମୟରେ ପୁରୁଣା ଜେଲ ସମ୍ମୁଖରେ ଥିବା ନୟାଗଡ଼ ସାମ୍ବାଦିକ ଭବନ ପରିସରରେ ଅନୁଷ୍ଠିତ ହେବ। ସାମ୍ବାଦିକ ଭବନ ସଦସ୍ୟ ମାନେ ଓ ରୋଟାରୀ କ୍ଲବ୍ ର ସଦସ୍ୟ ମାନେ ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ଲାଗିପଡିଛନ୍ତି। ତେବେ ସ୍ୱେଚ୍ଛାକୃତ ରକ୍ତଦାତା ମାନେ ଅଗଷ୍ଟ ୫ରେ ନୟାଗଡ଼ ସାମ୍ବାଦିକ ଭବନକୁ ଆସନ୍ତୁ ଓ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରନ୍ତୁ ବୋଲି ସାମ୍ବାଦିକ ଭବନ ପକ୍ଷରୁ ଆହ୍ୱାନ ଦିଆଯାଇଛି। ଅଧିକ ଜାଣିବ ପାଇଁ କିମ୍ବା ଯୋଗା ଯୋଗ କରିବା ପାଇଁ ଭବନ ସଭାପତି ବୈଦ୍ୟଭୁଷଣ ମହାପାତ୍ର, ମୋ-୯୪୩୭୪୮୩୩୦୮, ସମ୍ପାଦକ ଅନୀଲ ପଣ୍ଡା, ମୋ-୭୩୭୭୭୧୦୦୯୭ ଓ କୋଷାଧ୍ୟକ୍ଷ ବିଶ୍ୱଜିତ୍ ନାୟକଙ୍କ ମୋ ୯୭୭୬୪୦୦୮୪୪ ସହ ଯୋଗାଯୋଗ କରିପାରିବେ।

