Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ବିଜେପି ନେତାଙ୍କୁ ସାମ୍ବାଦିକ ସମ୍ମିଳନୀରେ ଧୋଇଲେ ଅରୁଣ:ବିଜେପି ସରକାର ଏବେ ପେପର୍ ଲିକ୍ ସରକାର:ଅରୁଣ

Published July 22, 2026 ରାଜ୍ୟ ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ଦିଲ୍ଲୀ ଛାତ୍ର ଆନ୍ଦୋଳନକୁ ସମର୍ଥନ କରିଥିଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । ଏନେଇ ପ୍ରତିକ୍ରିୟା ରଖିଥିଲେ ବିଜେପି ସାଂସଦ ଭର୍ତ୍ତୃହରି ମହତାବ । ମହତାବଙ୍କୁ କଡ଼ା କାଉଣ୍ଟର କରିଛନ୍ତି ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ । ଛାତ୍ରମାନଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ସ୍ୱର ଉଠାଇବା କଣ ଅପରାଧ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଅଧିକାର ଓ ନ୍ୟାୟ ପାଇଁ ଲଢ଼ୁଥିବା ଛାତ୍ରମାନଙ୍କ ସହ ଆଲୋଚନା କରିବା ପରିବର୍ତ୍ତେ ତାଙ୍କୁ ଲହୁ ଲୁହାଣ କରିବା, ମାଡ଼ ମାରିବା କେଉଁ ସୁସ୍ଥ ଗଣତନ୍ତ୍ର ବୋଲି ସେ ପ୍ରଶ୍ନ କରିଛନ୍ତି। ଏନେଇ ଅରୁଣ ସିଧାସଳଖ ଭର୍ତ୍ତୁହରିଙ୍କୁ ଆପଣ କେଉଁ ଦଳରେ ଥିଲେ, ଆପଣଙ୍କ ନେତା କିଏ ଥିଲେ ବୋଲି ପ୍ରଶ୍ନ କରିଛନ୍ତି। ଦଳ ବଦଳାଇବା ପରେ ଇତିହାସକୁ ବଦଳାନ୍ତୁ ନାହିଁ ବୋଲି କହିଛନ୍ତି। ଆଜି ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ଆଲୋଚନା କରିବା ପରିବର୍ତ୍ତେ ଛାତ୍ରମାନଙ୍କୁ ବର୍ବରଚିତ ଆକ୍ରମଣ କଣ ଦେଶ ଭକ୍ତି ବୋଲି ପ୍ରଶ୍ନ କରିଛନ୍ତି । ଜନମତକୁ ଆଧାର କରି ସାରା ଦେଶରେ ସୃଷ୍ଟି ହୋଇଥିବା ତୀବ୍ର ପ୍ରତିକ୍ରିୟା ଉପରେ ମତାମତ ଦେବା କଣ ପାପ ? ଯଦି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ମତାମତ ରଖିଛନ୍ତି, ଭାରତୀୟ ଜନତା ପାର୍ଟି ଏହାକୁ ନେଇ ଭୟଭୀତ କାହିଁକି ? ଭାରତ ବର୍ଷର ଛାତ୍ର ସମାଜ ପ୍ରତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୃଢ଼ ଯୁକ୍ତି ଓ ସମର୍ଥନ କରିବାକୁ ନେଇ ୧୨ ଜଣ ବିଜେପି ଏମ୍‌ପି ଏବଂ ଭର୍ତ୍ତୁହରୀ ମହତାବ କଟୁକ୍ତି କରିବାକୁ ଡ଼ ସାହୁ ନିନ୍ଦା କରିଛନ୍ତି । ଯଦି ସାଂସଦ ଭର୍ତ୍ତୁହରୀଙ୍କ କଥାନୁସାରେ, ଆନ୍ଦୋଳନକାରୀମାନେ ଦେଶଦ୍ରୋହୀ । ତେବେ ଏହି ଆନ୍ଦୋଳନ ପାଇଁ ଅନୁମତି କିଏ ଦେଇଛି । କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା କଣ ଦେଶଦ୍ରୋହୀଙ୍କ ସହ ଆଲୋଚନା କରୁଛନ୍ତି ? ଭାରତବର୍ଷର ସ୍ୱାଧିନତା ସଂଗ୍ରାମ ହେଉ କି ବିଭିନ୍ନ ସରକାର ସମୟରେ ଆନ୍ଦୋଳନ ହୋଇଛି । ଓଡ଼ିଶାରେ ଅନେକ ଥର ପେପର୍ ଲିକ୍ ଘଟଣା ପ୍ରସଙ୍ଗରେ ବିଧାୟକ ଅରୁଣ ବିଜୁ ଜନତା ଦଳରୁ ଭର୍ତ୍ତୁହରୀ ବାବୁ ୬ ଥର ଏମ୍‌ପି ହୋଇଥିଲେ । ସେ କଥା କଣ ଭୁଲିଗଲେ କି ? ସେତେବେଳେ ଏହି ପ୍ରସଙ୍ଗ ଉଠାଇଥିଲେ କି ? ଓଡ଼ିଶା ପେପର୍ ଲିକ୍ ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି । ସେ ଦଳ ବଦଳାଇଛନ୍ତି । ଦଳ ବଦଳାଇବାମାନେ ନୁହେଁ ଯେ, ଇତିହାସ ବଦଳାଇବା ବୋଲି କହିଛନ୍ତି । ଦଳରେ ଥିବା ବେଳେ ଆପଣ ବୁଲାଇ ବଙ୍କେଇ କାଁ ଭାଁ କିଛି କହୁଥିଲେ । ଏବେ ଭାରତୀୟ ଜନତା ପାର୍ଟିରେ ପେପର ଲିକ୍ ଉପରେ ପ୍ରଶ୍ନ ଉଠାନ୍ତୁ । ବିଜେପି ସରକାର ଏବେ ପେପର୍ ଲିକ୍ ସରକାରରେ ପରିଣତ ହୋଇଛି । ଆପଣ ଏହା ଉପରେ ପ୍ରଶ୍ନ ଉଠାନ୍ତୁ । ଜଣାପଡ଼ନ୍ତା ଆପଣଙ୍କ ପାରିବାପଣିଆ, ଜଣାପଡ଼ନ୍ତା ଆପଣ ମୁକ୍ତ ବିଚାରଧାରାର । ସେ କଥା କରିବାର ସାହାସ ଆପଣଙ୍କର ନାହିଁ । ଆପଣ ଯଦି ନକହି ପାରିବେ, ଆପଣ ଏକଛତ୍ରବାଦୀ ଦଳରେ ଅଛନ୍ତି । ନବୀନ ବାବୁଙ୍କ ସରକାରରେ ଅନେକ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି, ଯାହା ଭାରତ ବର୍ଷରେ ଅଦ୍ୱିତୀୟ ରେକର୍ଡ଼ । ବିଜେପି ସରକାରରେ ଇସ୍ତଫା ଦେବାର ନାଁ ଗନ୍ଧ ନାହିଁ, ତେଣୁ ଗୋଦରୀ ଲୋ ଗୋଡ଼ ତଳକୁ ଅନା । ଓଡ଼ିଶାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ଅଢ଼େଇ ହଜାର ଭୁଲ ବାହାରିଛି । ଆପଣ ଏନେଇ ପାଟି ଖୋଲିଛନ୍ତି କି ? କେବେ ଆପଣ ପବ୍ଲିକରେ କି ଦଳ ଭିତରେ ଏନେଇ କହିଛନ୍ତି କି ? ନବୀନଙ୍କ ନେତୃତ୍ୱରେ ଆପଣ ବହୁ ବର୍ଷ କାର୍ଯ୍ୟ କରିଛନ୍ତି । ବିଜେପି ଚାପରେ ହେଉ, କି କେଉଁ ମନ୍ତ୍ରୀ ପଦ ଲାଳସାରେ ହେଉ ନବୀନ ବାବୁଙ୍କ ବିରୁଦ୍ଧରେ କହିବା ହାସ୍ୟାସ୍ପଦ ବୋଲି ଡ଼ ଅରୁଣ କହିଛନ୍ତି ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha August 3, 2026 July 22, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନୟାଗଡ଼ ପୌରାଞ୍ଚଳରେ ଖାଦ୍ୟ ସୁରକ୍ଷା ଯାଞ୍ଚ:୪୫ କିଲୋ ବାସି ଖାଦ୍ୟ ନଷ୍ଟ, ୨୫୦୦ ଟଙ୍କା ଜରିମାନା ଆଦାୟ
ଜିଲ୍ଲା ଖବର
ଆଉ କିଛି ସମୟ ପରେ ଆରମ୍ଭ ହେବ ଛାତ୍ର ସଂସଦ ନିର୍ବାଚନର ମତଦାନ:ଅପରାହ୍ନରେ ପ୍ରକାଶ ପାଇବ ଫଳାଫଳ, ନୟାଗଡ଼ କଲେଜରେ ୨୧୦୦ ଛାତ୍ରଛାତ୍ରୀ ଦେବେ ଭୋଟ
ଜିଲ୍ଲା ଖବର
ସରିଲା ପ୍ରଚାର, ଅନ୍ଧାରି ବିଜେ ବେଳେ ହାତାହାତି! ଘଣ୍ଟାଏ ଧରି ଅଟକ ରହିଲେ ବ୍ଲକ ଅଧ୍ୟକ୍ଷ ଓ ତାଙ୍କ ପତ୍ନୀ, ଥାନାର ଦ୍ୱାରସ୍ଥ ହେଲେ କିଶୋର ସାହୁ
ଜିଲ୍ଲା ଖବର
ନୟାଗଡ଼ ଜିଲ୍ଲା ଯୋଜନା କମିଟିର ପ୍ରଥମ ବୈଠକ:୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୧,୮୧,୪୬୭ କୋଟି ଟଙ୍କାର ବଜେଟ୍
ଜିଲ୍ଲା ଖବର

ଅଧିକ ପଢନ୍ତୁ

ରାଜ୍ୟ ଖବର

ବଦଳିଲେ ଓଡ଼ିଶା ସମେତ ୬ଟି ରାଜ୍ୟର ରାଜ୍ୟପାଳ:ବ୍ରଜମୋହନ ରାମଙ୍କୁ ଓଡ଼ିଶା ରାଜ୍ୟର ନୂଆ ଦାୟିତ୍ୱ

Odisha Lekha October 12, 2026
ରାଜ୍ୟ ଖବର

ନୟାଗଡ଼ ପ୍ରଜାମଣ୍ଡଳ ମହିଳା କଲେଜରେ ଉତ୍ତେଜନା:ପୋଲିସର ଭୂମିକାକୁ ନେଇ ବିଧାୟକ ଅରୁଣଙ୍କ କ୍ଷୋଭ :ଛାତ୍ର ସଂସଦ ନିର୍ବାଚନ ନାମାଙ୍କନକୁ ନେଇ ବିବାଦ:ଅନିର୍ଦ୍ଦିଷ୍ଟ କାଳ ପାଇଁ ‘ସାଇନ୍-ଏ-ଡାଏ’ ଘୋଷଣା କଲା ପ୍ରଶାସନ

Odisha Lekha October 9, 2026
ରାଜ୍ୟ ଖବର

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

Odisha Lekha October 2, 2026
ରାଜ୍ୟ ଖବର

ମହାନଦୀ ଜଳ ବିବାଦ:ଆଜି ଦିଲ୍ଲୀରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

Odisha Lekha October 1, 2026
ଖେଳରାଜ୍ୟ ଖବର

ବିସିସିଆଇ ଚୟନ ସମିତିର ଅନ୍ତରୀଣ ଅଧ୍ୟକ୍ଷ ହେବେ ପ୍ରଜ୍ଞାନ ଓଝା:ପ୍ରିୟ ଓଡ଼ିଆ କ୍ରିକେଟରଙ୍କୁ ଶୁଭେଚ୍ଛାର ସୁଅ

Odisha Lekha October 1, 2026
ରାଜ୍ୟ ଖବର

ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା:ନବ ନିର୍ମାଣ କୃଷକ ସଂଗଠନର ଆହ୍ୱାନ:ଆଇନଶୃଙ୍ଖଳା ପାଇଁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ଚିଠି

Odisha Lekha September 29, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?