Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ସାତ ଜିଲ୍ଲାର ବାର ନୂଆ ଏନଏସି:ନୟାଗଡ଼ ଜିଲ୍ଲାର ତିନି ଅଞ୍ଚଳବାସୀଙ୍କୁ ଧୋକ୍କା

Published August 18, 2025 ରାଜ୍ୟ ଖବର
SHARE

ଓଡ଼ିଶା ଲେଖା ଅଫିସ: ନୂଆ ଏନଏସିରୁ ନିରାଶ ହେଲା ନୟାଗଡ଼ ଜିଲ୍ଲା । ଶାସକ ଦଳର ବିଧାୟକ ଯେଉଁଠି ଅଛନ୍ତି ସେହି ଅଞ୍ଚଳରେ ହେବାକୁ ଥିବା ନୂଆ ଏନଏସି ଘୋଷଣାକୁ ନିରାଶ କରିଛନ୍ତି ରାଜ୍ୟ ସରକାର । ଓଡ଼ିଶାରେ ବିଜେପି ସରକାର ଗଢିବାର ଚଉଦ ମାସ ହେଲା ପରେ ମଧ୍ୟ ନୟାଗଡ଼ ଜିଲ୍ଲାକୁ ଅବହେଳା କରୁଛନ୍ତି ରାଜ୍ୟ ସରକାର । ନୟାଗଡ଼ ଜିଲ୍ଲାରେ 4ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ବିଜେଡ଼ି 2ଟି ଏବଂ ବିଜେପି 2ଟି ନିର୍ବାଚନ ମଣ୍ଡଳୀ ବିଧାୟକ ବିଜୟୀ ହୋଇଛନ୍ତି ।କିନ୍ତୁ ବିଜେପି ବିଧାୟକ ଯେଉଁଠି ବିଜୟୀ ହୋଇଛନ୍ତି, ସେହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳରେ ନୂତନ ଏନଏସି ଗଠନ କରିବା ତତ କାଳୀନ ସରକାର ସମୟରେ ଦାବି ହୋଇ ଆସୁଥିଲା । ଏମିତିକି ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଆନ୍ଦୋଳନ କରିବା ସହ ଅହୋରାତ୍ର ଧାରଣା ବସିଥିବା ମଧ୍ୟ ବିଗତ ଦିନରେ ନଜରକୁ ଆସିଥିଲା । ତତ୍କାଳ ସରକାର ସମୟରେ ରଣପୁର ନିର୍ବାଚନ ମଣ୍ଡଳୀର ରାଜସୁନାଖଳା ଓ ଶରଣକୁଳ ଅଞ୍ଚଳକୁ ନୂତନ ଏନଏସି କରିବା ପାଇଁ ଦାବି ହେଇ ଆସୁଥିବା ବେଳେ ଖଣ୍ଡପଡା ନିର୍ବାଚନ ମଣ୍ଡଳୀର କଣ୍ଟିଲୋ ଅଞ୍ଚଳକୁ ନୂତନ ଏନଏସି ଗଠନ କରିବା ପାଇଁ ଦାବି ହୋଇଥିଲା । କିନ୍ତୁ ଦାବି ଦାବି ରହିଗଲା । ପୁରୁଣା ସରକାର ଗଲେ ନୂଆ ସରକାର ଆସିଲେ ଏବଂ ଉକ୍ତ ଅଞ୍ଚଳ ଗୁଡିକ ଶାସକ ଦଳର ବିଧାୟକ ମଧ୍ୟ ଅଛନ୍ତି । କିନ୍ତୁ ଜିଲ୍ଲାକୁ ମିଳିଲା ଶୂନ । ରାଜ୍ୟ ସରକାର 14ମାସ ସରକାର ଗଢିବା ପରେ 7ଟି ଜିଲ୍ଲାର 14ଟି ନୂତନ ଏନଏସି ଗଠନ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସେଗୁଡିକ ହେଲା ଅନୁଗୁଳ ଜିଲ୍ଲାର ପାଲଲହଡା, ସୁବର୍ଣ୍ଣପୁର ଜିଲ୍ଲାର ବିରାମହାରାଜପୁର, ବାଲେଶ୍ୱର ଜିଲ୍ଲାର ବସ୍ତା ଓ ସିମୁଳିଆ, ମୟୁରଭଞ୍ଜ ଜିଲ୍ଲାର ବେତନଟୀ, ବାଙ୍ଗିରିପୋଷି ଓ ଚିତ୍ରଡ଼ା, ରାୟଗଡା ଜିଲ୍ଲାର ବିଷମ କଟକ, ସମ୍ବଲପୁର ଜିଲ୍ଲାର ବାମରା, ରେଙ୍ଗାଲି ଓ ଭଦ୍ରକ ଜିଲ୍ଲାର ତିହିଡି, ଧୂଷୁରୀ ଅଞ୍ଚଳକୁ ଏନଏସି ଘୋଷଣା କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସରକାରଙ୍କ ଏଭଳି ଘୋଷଣାକୁ ଦେଖିଲେ ନୟାଗଡ଼ ଜିଲ୍ଲା ଶାସକ ଦଳର ଦୁଇ ବିଧାୟକଙ୍କ ପାରିବା ପଣିଆ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦି ରାଜ୍ୟ ସରକାର କଣ୍ଟିଲୋ, ରାଜସୁନାଖଳା ଓ ଶରଣକୁଳ ଅଞ୍ଚଳକୁ ନୂତନ ଏନଏସି ଘୋଷଣା ଶୀଘ୍ର ନକରନ୍ତି ତେବେ ଆଗାମୀ ଦିନରେ ଜନଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha August 18, 2025 August 18, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise1
Dead0
Wink0
ଛାତ୍ର ସଂସଦ ନିର୍ବାଚନ ହିଂସା:ଗୁରୁତର ଆହତ କଂଗ୍ରେସ କର୍ମୀ ପ୍ରହଲ୍ଲାଦଙ୍କୁ ଭେଟିଲେ ଅରୁଣ ସାହୁ
ଜିଲ୍ଲା ଖବର
ନୟାଗଡ଼ କଲେଜରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ: ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ଓ ମହାବିଦ୍ୟାଳୟର ବିକାଶ ପାଇଁ ନେଲେ ଶପଥ
ଜିଲ୍ଲା ଖବର
କୃଷ୍ଣ ଗୌରାଙ୍ଗ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ ନୈରାଶ୍ୟଜନକ
ଆଞ୍ଚଳିକ ଖବର
ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା
ସ୍ୱତନ୍ତ୍ର ଖବର

ଅଧିକ ପଢନ୍ତୁ

ରାଜ୍ୟ ଖବର

ବଦଳିଲେ ଓଡ଼ିଶା ସମେତ ୬ଟି ରାଜ୍ୟର ରାଜ୍ୟପାଳ:ବ୍ରଜମୋହନ ରାମଙ୍କୁ ଓଡ଼ିଶା ରାଜ୍ୟର ନୂଆ ଦାୟିତ୍ୱ

Odisha Lekha October 12, 2026
ରାଜ୍ୟ ଖବର

ନୟାଗଡ଼ ପ୍ରଜାମଣ୍ଡଳ ମହିଳା କଲେଜରେ ଉତ୍ତେଜନା:ପୋଲିସର ଭୂମିକାକୁ ନେଇ ବିଧାୟକ ଅରୁଣଙ୍କ କ୍ଷୋଭ :ଛାତ୍ର ସଂସଦ ନିର୍ବାଚନ ନାମାଙ୍କନକୁ ନେଇ ବିବାଦ:ଅନିର୍ଦ୍ଦିଷ୍ଟ କାଳ ପାଇଁ ‘ସାଇନ୍-ଏ-ଡାଏ’ ଘୋଷଣା କଲା ପ୍ରଶାସନ

Odisha Lekha October 9, 2026
ରାଜ୍ୟ ଖବର

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

Odisha Lekha October 2, 2026
ରାଜ୍ୟ ଖବର

ମହାନଦୀ ଜଳ ବିବାଦ:ଆଜି ଦିଲ୍ଲୀରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

Odisha Lekha October 1, 2026
ଖେଳରାଜ୍ୟ ଖବର

ବିସିସିଆଇ ଚୟନ ସମିତିର ଅନ୍ତରୀଣ ଅଧ୍ୟକ୍ଷ ହେବେ ପ୍ରଜ୍ଞାନ ଓଝା:ପ୍ରିୟ ଓଡ଼ିଆ କ୍ରିକେଟରଙ୍କୁ ଶୁଭେଚ୍ଛାର ସୁଅ

Odisha Lekha October 1, 2026
ରାଜ୍ୟ ଖବର

ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା:ନବ ନିର୍ମାଣ କୃଷକ ସଂଗଠନର ଆହ୍ୱାନ:ଆଇନଶୃଙ୍ଖଳା ପାଇଁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ଚିଠି

Odisha Lekha September 29, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?