ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଖଣ୍ଡପଡ଼ା ରୋଡ଼ରେ ଗଢ଼ି ଉଠିଥିବା ହୋଟେଲ୍ ପ୍ରିନ୍ସର ମୁଖ୍ୟ ପରିଚାଳକ ମାମୁନ ରଉଫ୍ ଙ୍କ ନିଆରା ପଦକ୍ଷେପ ଦେଖିବାକୁ ମିଳିଛି। ଗ୍ରାହକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ପଦକ୍ଷେପ ମାନ ଆପଣେଇ ଥାଆନ୍ତି। ଡିଜିଟାଲ କ୍ରିଏଟର ମାନଙ୍କୁ ନେଇ ସମ୍ମିଳନୀ ହେଉ ବା ରଜ ଉତ୍ସବ ହେଉ, ନିଜ ହୋଟେଲ୍ ପ୍ରିନ୍ସରେ ଏସବୁ ଆୟୋଜନ କରିଆସୁଛନ୍ତି। ସେହଭଳି ଭାବରେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ରକ୍ତ ସଙ୍କଟ ଅଭାବ ଦେଖି ହୋଟେଲ୍ ପ୍ରିନ୍ସ ମାମୁନ ରଉଫ୍ ଙ୍କ ଝିଅର ଜନ୍ମଦିନ ଉପଲକ୍ଷେ ହୋଟେଲ୍ ପ୍ରିନ୍ସ ପରିସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରିଥିଲେ। ଯେଉଁଥିରେ କି ୩୯ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ରକ୍ତଦାତା ମାନଙ୍କୁ ହୋଟେଲ୍ ପ୍ରିନ୍ସ ପକ୍ଷରୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ନୟାଗଡ଼ ରକ୍ତ ଭଣ୍ଡାର ଅଧିକାରୀ ଡ଼ ପିତବାସ ନାୟକ, ସ୍ୱେଚ୍ଛାକୃତ ରକ୍ତଦାନ ପରିବାରର ମୁଖ୍ୟ ତଥା ଯୁବ ସମାଜସେବୀ ଅଶ୍ଵିନୀ କୁମାର ସେଠୀ ଓ ରକ୍ତ ଭଣ୍ଡାରର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ତେବେ ହୋଟେଲ୍ ପ୍ରିନ୍ସ ର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।


