ନୟାଗଡ଼, (ଓଡ଼ିଶା ଲେଖା): ଆଜି ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ, ଆଚାର୍ଯ୍ୟଆଚାର୍ଯ୍ୟା, ଅଭିଭାବକ ଭାଇଭଉଣୀ ଯୋଗ ଦେଇଥିଲେ। ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ କୃଷ୍ଣଚନ୍ଦ୍ର ସ୍ୱାଇଁ ଦୈନନ୍ଦିନ ଜୀବନରେ ଯୋଗର ଅବଶ୍ୟକତା, ଶାରୀରିକ ଓ ମାନସିକ ସ୍ଥିରତା ପାଇଁ ଯୋଗ ନିତ୍ୟାନ୍ତ ଜରୁରୀ ବୋଲି ସମସ୍ତଙ୍କୁ ମାର୍ଗଦର୍ଶନ ଦେଇଥିଲେ।

