ନୟାଗଡ଼, (ଓଡ଼ିଶା ଲେଖା): ନୂତନ ଶିକ୍ଷାବର୍ଷର କିଛି ମାସ ପରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଗୁରୁଜୀ ଓ ପ୍ରଧାନ ଗୁରୁମା ମଧ୍ୟରେ ବଡ ଧରଣର ଅଦଳବଦଳ କରାଯାଇଛି। ତେବେ ନୟାଗଡ଼ ଜିଲ୍ଲା ସଦର ମହକୁମାରେ ଥିବା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଦୀର୍ଘ ବର୍ଷ ଧରି ସୁଚାରୁ ରୁପେ କାର୍ଯ୍ୟ ତୁଲାଇ ଆସୁଥିବା ପ୍ରଧାନ ଗୁରୁଜୀ ଅମ୍ବିକା ପ୍ରସାଦ ପଟ୍ଟନାୟକଙ୍କୁ ଭୁବନେଶ୍ଵର ନୀଳାନ୍ଦ୍ରି ବିହାର ଅଞ୍ଚଳରେ ଥିବା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରକୁ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ପୁରୀ ନିମାପଡ଼ା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରରେ ପ୍ରଧାନ ଗୁରୁଜୀ ସଞ୍ଜୟ କୁମାର ପ୍ରଧାନଙ୍କୁ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ନୂତନ ପ୍ରଧାନ ଗୁରୁଜୀ ଭାବେ ନିଯୁକ୍ତ କରାଯାଇଥିଲା। ପ୍ରଧାନ ଗୁରୁଜୀ ଶ୍ରୀଯୁକ୍ତ ପ୍ରଧାନ ବିଧିବଦ୍ଧ ଭାବେ ବିଦ୍ୟାଳୟରେ ଯୋଗ ବିଦ୍ୟାଳୟର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏବଂ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଉନ୍ନତି ସାଙ୍ଗକୁ ଛାତ୍ର ଛାତ୍ରୀଙ୍କ ସଫଳତା ବଜାୟ ରହିବ ବୋଲି ସେ, ଲକ୍ଷ ରଖିଛନ୍ତି।

