ନୟାଗଡ଼, (ଓଡ଼ିଶା ଲେଖା): ରାଜସ୍ୱ ବିପର୍ଯ୍ୟୟ ଓ ପରିଚାଳନା ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାର ଅତିରିକ୍ତ ତହସିଲଦାର, ଡେପୁଟି କଲେକ୍ଟର ଓ ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀଙ୍କ ବିଭିନ୍ନ ସ୍ଥାନକୁ ବଦଳି କରାଯାଇଛି। ତେବେ ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ ଡେପୁଟି କଲେକ୍ଟର ତପସ୍ୱୀନ୍ ହାଁସଦାଙ୍କୁ ନାଭି ମୁମ୍ବାଇରେ ଥିବା ଓଡ଼ିଶା ଭବନକୁ ବଦଳି କରାଯାଇଛି। ତପସ୍ୱୀନ୍ ହାଁସଦା ନୟାଗଡ଼ ନିର୍ବାଚନ ସଂପର୍କିତ ବିଭାଗରେ କାର୍ଯ୍ୟରତ ରହି ସୂଚାରୁ ରୁପେ କାର୍ଯ୍ୟ ତୁଲାଇ ଆସୁଥିଲେ। ସେହିପରି ଅନୁଗୁଳ ଜିଲ୍ଲାରେ କାର୍ଯ୍ୟରତ ଆସିଷ୍ଟାଣ୍ଟ କଲେକ୍ଟର ରାକେଶ କୁମାର ନାୟକଙ୍କୁ ନୟାଗଡ଼ ଜିଲ୍ଲାକୁ ଆସିଷ୍ଟାଣ୍ଟ କଲେକ୍ଟର ଭାବରେ ବଦଳି କରାଯାଇଥିବା ସୂଚନା ମିଳିଛି।

