ନୟାଗଡ଼, (ଓଡ଼ିଶା ଲେଖା): ଓଡ଼ିଶାର ଗଣ ପର୍ବ ରଜ ଉତ୍ସବକୁ ନେଇ ଉତ୍ସାହିତ ନଛିପୁର ଗ୍ରାମବାସୀ। ନୟାଗଡ଼ ସଦର ବ୍ଲକ ଇକିରି ପଞ୍ଚାୟତ ଅନ୍ତର୍ଗତ ନଛିପୁର ଗାଁର ଆଲୋକ ଜ୍ଯୋତି ୟୁଥ୍ କ୍ଳବ୍ ପକ୍ଷରୁ ଆୟୋଜିତ ରଜ ଉତ୍ସବରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦୁଇ ଦିନିଆ ରଜ ଉତ୍ସବକୁ ଉଦଘାଟନ କରିଛନ୍ତି। ପହିଲି ରଜରେ ନଛିପୁର ଓ ଆଖ ପାଖ ଗାଁର ମହିଳା, ଯୁବତୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା ଆରମ୍ଭ ହୋଇଥିଲା।

ତେବେ ପହିଲି ରଜର ପ୍ରଥମ ପ୍ରତିଯୋଗୀତା ପିଠା ତିଆରି କରିବା ଉପରେ ଆରମ୍ଭ ହୋଇଥିବା ବେଳେ ବିଧାୟକ ଡ଼ ସାହୁ ପ୍ରତିଯୋଗୀତାର ଜଜ୍ ହୋଇ ତିଆରି ହୋଇଥିବା ପିଠାର ଅନୁଧ୍ୟାନ କରି ଜଜ୍ ମେଣ୍ଟ ଶୁଣାଇଥିଲେ। ଏବଂ ପ୍ରତିଯୋଗୀ ମହିଳା ଓ ଯୁବତୀ ମାନଙ୍କୁ ଉପ ଢୌକନ ଦେଈ ସମ୍ବର୍ଦ୍ଧିତ କରିଥିଲେ। ଏବଂ ରଜ ଦୋଳିର ଶୁଭାରମ୍ଭ କରି ଦୋଳି ଖେଳିଥିଲେ। ଆଜିର ଏହି ଉତ୍ସବରେ ଯୋଗ ଦେଇ ଯୁବତୀ ଓ ମହିଳା ମାନଙ୍କୁ ଉତ୍ସାହିତ କରିଥିଲେ। ରଜ ଉତ୍ସବରେ ଏତେ ସୁନ୍ଦର ଭାବରେ ଆୟୋଜକ କରିଥିବା ଆଲୋକ ଜ୍ଯୋତି ୟୁଥ୍ କ୍ଳବର ସମସ୍ତ ସଦସ୍ୟ ମାନଙ୍କୁ ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇଥିଲେ। ମୁଖ୍ୟ ଅତିଥିଙ୍କ ସହ ଇକିରି ସରପଞ୍ଚଙ୍କ ପ୍ରତିନିଧି, କ୍ଳବର ସଭାପତି ଓ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ।

