Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ବିଦ୍ୟୁତ୍ କାଟକୁ ନେଇ ଅରୁଣଙ୍କ ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ କରିବ ବିଜେଡ଼ି

Published May 23, 2026 ରାଜ୍ୟ ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲାରେ ବାରମ୍ବାର ବିଦ୍ୟୁତ କାଟ ନେଇ ହନ୍ତସନ୍ତ ହେଉଛନ୍ତି ଜନସାଧାରଣ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ବିଦ୍ୟୁତ୍ ବିଭାଗର ଲୁଚକାଳି ଖେଳ ଯୋଗୁଁ ଜନସଧାରଣ ବିଦ୍ୟୁତ୍ ସାମଗ୍ରୀ ପୋଡିଯିବା ଓ ନଷ୍ଟ ହେଉଥିବା ଅର୍ଥ ହାନି ହେଉଛି। ତେଣୁ ଏଭଳି ଅଭାବନୀୟ ସ୍ଥିତିକୁ ଗୁରୁତର ଭାବେ ନେଇଛି ନୟାଗଡ଼ ବିଜେଡ଼ି। ଆଜି ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ରାଜ୍ୟ ସରକାରଙ୍କ ଅପରଗତା ଯୋଗୁଁ ବିଦ୍ୟୁତ୍ ବିଭ୍ରାଟ ପରିସ୍ଥିତି ସୃଷ୍ଟି ହୋଇଥିବା କହିଛନ୍ତି । ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ବିଜୁଳି କାଟ ହେବ ନାହିଁ ବୋଲି ଘୋଷଣା କରିଥିବା ବେଳେ ଏବେ ପରିସ୍ଥିତି ଭୟଙ୍କର ସମୟରେ ବିଭିନ୍ନ ଆଳ ଦେଖାଉଥିବା ଅଭିଯୋଗ କରିଛନ୍ତି । ସାଧାରଣ ଲୋକ, ରୋଗୀ ଓ ଛାତ୍ରଛାତ୍ରୀମାନେ ବିଦ୍ୟୁତ୍ ବିଭ୍ରାଟ କାରଣରୁ ନାହିଁ ନଥିବା ହଇରାଣ ହେଉଛନ୍ତି । ଭାରପ୍ରାପ୍ତ ଟାଟା ପାୱାର ଯେଭଳି ଖାମଖିଆଲି ଢଙ୍ଗରେ ବିଜୁଳି ଶକ୍ତି ପରିଚାଳନା କରି ଲକ୍ଷ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଘୋର ସଙ୍କଟ ଭିତରକୁ ଠେଲୁଛି । ବିଜୁ ଜନତା ଦଳ ଏହାର ଦୃଢ଼ ନିନ୍ଦା କରିବା ସହିତ ତୁରନ୍ତ ଏହାର ପ୍ରତିକାର ପାଇଁ ଦାବୀ ରଖିଛି। ସ୍ମାର୍ଟ ମିଟର ବସାଇ ଅଘୋଷିତ ଭାବରେ ରାତି ଅଧିଆ ଲାଇନ କାଟି ଦେଉଥିବା ଟାଟା ପାୱାର ଯେତେବେଳେ ବିଦ୍ୟୁତ୍ ଶୁଳ୍କ ଆଦାୟରେ ଏକ ଘଣ୍ଟା ବି ବିଳମ୍ବ କରୁନାହିଁ, ସେତିକି ବେଳେ ମରାମତି ଆଳରେ ଘଣ୍ଟା ଘଣ୍ଟା, ଦିନ ଦିନ ଧରି ବିଜୁଳି କାଟିବା,  ଉପଭୋକ୍ତାଙ୍କୁ ଅନ୍ଧାରରେ ରଖିବା, ଲୋ- ଭୋଲଟେଜ ସମସ୍ୟା ସୃଷ୍ଟିକରି ଲକ୍ଷ ଲକ୍ଷ ଟଙ୍କାର ମୋଟର, କମ୍ପୁଟରକୁ ପୋଡି ଅଚଳ କରିଦେବା , ରୋଗୀ, ଵୃଦ୍ଧ, ଶିଶୁଙ୍କୁ ଗରମରେ ସଢ଼ାଇ ମାରିବା, ସ୍ୱାସ୍ଥ୍ୟକେନ୍ଦ୍ର ଓ ପାନୀୟ ଜଳ ଯୋଗାଣରେ ଅଚଳାବସ୍ଥା ସୃଷ୍ଚି ହେବା, ଅଫିସ ଦପ୍ତରର କମ୍ପ୍ୟୁଟରକୁ ନିକମା କରି ଲୋକଙ୍କ କାମରେ ବ୍ୟାଘାତ ସୃଷ୍ଟି କରିବା , ପୁଣି ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରିବା ଭଳି ଉପଭୋକ୍ତା – ବିରୋଧୀ ପଦକ୍ଷେପରେ ସାମାନ୍ୟ ହେଳା କରୁନାହିଁ ଟାଟା ପାୱାର ।

ବିଜେପି ସରକାର ତିନି ଶହ ୟୁନିଟ୍ ବିଦ୍ୟୁତ୍ ବିଲ୍ ଛାଡ କରିବାରେ ସରକାରୀ ଘୋଷଣା ନାମା ଶୀତଳ ଭଣ୍ଡାରକୁ ଚାଲି ଯାଇଛି। ସମଗ୍ର ଜିଲ୍ଲାରକୁ ନିରନ୍ତର ବିଦ୍ୟୁତ୍ ଯୋଗାଣ, ୩ ଶହ ୟୁନିଟ୍ ମାଗଣା ବିଦ୍ୟୁତ୍‌, ମାତ୍ରଧିକ ଦେୟ ଆଦାୟ କମାଇବା, କୃଷୀ କ୍ଷେତକୁ ମାଗଣ ବିଦ୍ୟୁତ୍ ଯୋଗାଣ ପାଇଁ ନୟାଗଡ଼ ବିଧାୟକ ଦାବି ରଖିଛନ୍ତି । ଆସନ୍ତା ୨୫ ତାରିଖ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଏହି ସମ୍ମିଳନୀରେ ନୟାଗଡ଼ ବ୍ଲକ ବିଜେଡି ସଭାପତି ଭଞ୍ଜକିଶୋର ମହାପାତ୍ର, ପୈାରାଞ୍ଚଳ ସଭାପତି ଦାଶରଥି ସାହୁ, ଜିଲ୍ଲା ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରା, ଜିଲ୍ଲା ପରିଷଦ ସଦସ୍ୟ ସରୋଜ କୁମାର ରଣସିଂ, ସୁବାଷ କୁମାର କହଁର, କ୍ଷୀରୋଦ କୁମାର ମହାପାତ୍ର, ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ବେହେରା, ପୂର୍ବତନ ଛାତ୍ର ବିଜେଡି ସଭାପତି ନୀଳମାଧବ ପଣ୍ଡା ପ୍ରମୂଖ ଉପସ୍ଥିତ ରହିଥିଲେ ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha May 23, 2026 May 23, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର
ବିଜେପି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଏସ୍‌ପି କାର୍ଯ୍ୟାଳୟ ଆଗରେ କଂଗ୍ରେସର ଧାରଣା :ପ୍ରହଲ୍ଲାଦଙ୍କ ଅବସ୍ଥା ଗୁରୁତର:ଶାଶ୍ୱତଆହାତ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍ : ସରିଲା ମତଦାନ, ଫଳାଫଳକୁ ଅପେକ୍ଷା:ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୬.୫୩% ମତଦାନ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍: ଅପରାହ୍ନ ୧ଟା ସୁଦ୍ଧା ୭0% ମତଦାନ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ରାଜ୍ୟ ଖବର

ବଦଳିଲେ ଓଡ଼ିଶା ସମେତ ୬ଟି ରାଜ୍ୟର ରାଜ୍ୟପାଳ:ବ୍ରଜମୋହନ ରାମଙ୍କୁ ଓଡ଼ିଶା ରାଜ୍ୟର ନୂଆ ଦାୟିତ୍ୱ

Odisha Lekha October 12, 2026
ରାଜ୍ୟ ଖବର

ନୟାଗଡ଼ ପ୍ରଜାମଣ୍ଡଳ ମହିଳା କଲେଜରେ ଉତ୍ତେଜନା:ପୋଲିସର ଭୂମିକାକୁ ନେଇ ବିଧାୟକ ଅରୁଣଙ୍କ କ୍ଷୋଭ :ଛାତ୍ର ସଂସଦ ନିର୍ବାଚନ ନାମାଙ୍କନକୁ ନେଇ ବିବାଦ:ଅନିର୍ଦ୍ଦିଷ୍ଟ କାଳ ପାଇଁ ‘ସାଇନ୍-ଏ-ଡାଏ’ ଘୋଷଣା କଲା ପ୍ରଶାସନ

Odisha Lekha October 9, 2026
ରାଜ୍ୟ ଖବର

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

Odisha Lekha October 2, 2026
ରାଜ୍ୟ ଖବର

ମହାନଦୀ ଜଳ ବିବାଦ:ଆଜି ଦିଲ୍ଲୀରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

Odisha Lekha October 1, 2026
ଖେଳରାଜ୍ୟ ଖବର

ବିସିସିଆଇ ଚୟନ ସମିତିର ଅନ୍ତରୀଣ ଅଧ୍ୟକ୍ଷ ହେବେ ପ୍ରଜ୍ଞାନ ଓଝା:ପ୍ରିୟ ଓଡ଼ିଆ କ୍ରିକେଟରଙ୍କୁ ଶୁଭେଚ୍ଛାର ସୁଅ

Odisha Lekha October 1, 2026
ରାଜ୍ୟ ଖବର

ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା:ନବ ନିର୍ମାଣ କୃଷକ ସଂଗଠନର ଆହ୍ୱାନ:ଆଇନଶୃଙ୍ଖଳା ପାଇଁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ଚିଠି

Odisha Lekha September 29, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?