Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • Home
  • Contact Us
  • About Us
© 2025 -Odisha Lekha. All Rights Reserved.

କୋଟା ହଟାଅ–ଶିକ୍ଷା ବଞ୍ଚାଅ:ରାଜ୍ୟରେ ନୟାଗଡ଼ ଓଏଭି  ଶ୍ରେଷ୍ଠ ବିବେଚିତ:ଅରୁଣ

Published May 4, 2026 ରାଜ୍ୟ ଖବର
SHARE

ସ୍ୱତନ୍ତ୍ର, (ଓଡ଼ିଶା ଲେଖା): ନୟାଗଡ଼ ବ୍ଲକର ନୋତର ଠାରେ ୧୦ବର୍ଷ ତଳେ ଗଢି ଉଠିଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ,  ଚଳିତ  ଶିକ୍ଷାବର୍ଷ ସି.ବି.ଏସ.ଇ ଦଶମ ବୋର୍ଡ ପରୀକ୍ଷାରେ ଶତ ପ୍ରତିଶତ  ଫଳାଫଳ  କରି ରାଜ୍ୟରେ ଥିବା ୩୧୬ଗୋଟି  ଓଏଭି ବିଦ୍ୟାଳୟ ମଧ୍ୟରେ ଶ୍ରେଷ୍ଠ ବିବେଚିତ ହୋଇଛି । ଏହି  ବିଦ୍ୟାଳୟର ୮୦ ପରିକ୍ଷାର୍ଥୀଙ୍କ ମଧ୍ୟରୁ ୯୯ ପ୍ରତିଶତରୁ ଅଧିକ ନମ୍ବର ୩ ଜଣ, ୯୫ ରୁ  ୯୯ ପ୍ରତିଶତ ୧୭ , ୯୦ ରୁ ୯୫ ପ୍ରତିଶତ ୧୪,  ୮୦ ରୁ ୯୦ ପ୍ରତିଶତ  ୧୬ ଓ  ୭୦ରୁ ୮୦ ପ୍ରତିଶତ ୨୨ ଜଣ ପରିକ୍ଷାର୍ଥୀ  ପାସ୍  କରିଛନ୍ତି । କେବଳ ସେତିକି ନୁହେଁ, ବିଦ୍ୟାଳୟର ଛାତ୍ରୀ ଶ୍ରେୟ ସ୍ମରଣିକା  ଓ ଛାତ୍ର ଆଶୀର୍ବାଦ ମାର୍ଥା  ୯୯.୬୦% ନମ୍ବର ରଖି  ରାଜ୍ୟରେ  ଯୁଗ୍ମ ଭାବେ ଟପର  ହୋଇଛନ୍ତି । ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ଅକ୍ଳାନ୍ତ ପ୍ରଚେଷ୍ଟା  ଓ ଗୁଣାତ୍ମକ ଶିକ୍ଷାଦାନ , ଛାତ୍ର ଛାତ୍ରୀ ମାନଙ୍କ ଅଗାଢ  ପରିଶ୍ରମ  ଓ  ଅଭିଭାବକ ମାନଙ୍କ ଦାୟୀତ୍ଵ ଯୋଗୁଁ ଏହା କେବଳ ସମ୍ଭବ ହୋଇପାରିଛି । ଏହି ବିଦ୍ୟାଳୟ ଅତୀତରେ  ୨୦୨୦-୨୧ ଓ  ୨୦୨୧-୨୨ ଶିକ୍ଷାବର୍ଷରେ ମଧ୍ୟ ରାଜ୍ୟରେ ଶ୍ରେଷ୍ଠ ବିଦ୍ୟାଳୟର ମାନ୍ୟତା ପାଇଥିଲା । ପରବର୍ତ୍ତୀ  ଶିକ୍ଷାବର୍ଷ ଗୁଡିକରେ  ଆଶାନୁରୂପକ ଫଳାଫଳ ନହେବାରୁ, ତର୍ଜମାରୁ ଜଣାଗଲାଯେ, ପ୍ରବେଶିକା ପରୀକ୍ଷାରେ  ଉତ୍ତୀର୍ଣ୍ଣ  ଛାତ୍ର ଛାତ୍ରୀ ମାନେ ଭଲ ନମ୍ବର ରଖୁଥିବା ସ୍ଥଳେ ବିଧାୟକ, ସାଂସଦ  ଓ ଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ପଢୁଥିବା  ଦୁର୍ବଳ ଶ୍ରେଣୀର  ଛାତ୍ର ଛାତ୍ରୀଙ୍କ ଫଳାଫଳ ନୈରାଶ୍ୟ ଜନକ ଅଟେ ଓ ଅନୁଷ୍ଠାନର ଫଳାଫଳ ପରୋକ୍ଷରେ ପ୍ରଭାବିତ ହେଉଛି ।  ସେମାନଙ୍କ ଯୋଗୁଁ  ବିଦ୍ୟାଳୟରେ ଧାରାବାହିକ ଭାବେ  ଏକ ପ୍ରକାରର କୋଟା  ପରିବେଶ ସୃଷ୍ଟି କରୁଛନ୍ତି । ଏଣୁ ମୁଁ ମୋର  ସୁପାରିଶକୁ ୩  ବର୍ଷ ଧରି କ୍ରମାଗତ ଭାବେ  ବନ୍ଦ କରିଦେଲି । ଯଦିଓ ସେଥିପାଇଁ ଶତାଧିକ କର୍ମୀ, ସ୍ଥାନୀୟ ବାସିନ୍ଦା , କିଛି ସମ୍ପର୍କୀୟ ଓ  ଚାକିରିଆ ମୋତେ  ଭୁଲ ବୁଝିଲେ , ଏହା ମୋ  ନିଜସ୍ଵ ନିଷ୍ପତି ଉପରେ କୌଣସି ପ୍ରଭାବ ପକାଇ ପାରିନଥିଲା । ଫଳରେ ଆଜି ନୋତର, ନୟାଗଡ଼  ସ୍ଥିତ ଓଏଭି  ଚଳିତ ବର୍ଷ ରାଜ୍ୟରେ ପୁନଃ  ଶ୍ରେଷ୍ଠ ବିଦ୍ୟାଳୟର ମାନ୍ୟତା ଲାଭ କରିପାରିଛି । ଏ ସମ୍ପର୍କରେ ଅନୁଷ୍ଠାନରେ କୋଟା ଉଚ୍ଛେଦପାଇଁ ମୁଁ  ବିଧାନସଭା ଭିତରେ ଓ ବାହାରେ ବାରମ୍ବାର  ଦାବି କରିଆସୁଛି ।  ପ୍ରତ୍ୟେକ ବିଧାୟକ କେବଳ  ୨ ଜଣଙ୍କୁ ସୁପାରିଶ କରିବାକୁ ଅନୁମତି ଥିବା  ସ୍ଥଳେ  ୨୦୦/ ୩୦୦  ରୁ ଅଧିକ ବ୍ୟକ୍ତି ଅନୁରୋଧ କରୁଛନ୍ତି । ଯାହାକି ସମସ୍ତଙ୍କୁ ସନ୍ତୁଷ୍ଟ କରିବା ସମ୍ଭବପର ନୁହେଁ ଏବଂ ଅନୁଚିତ ଭାବେ   ବାଧ୍ୟ ବାଧ୍ୟକତାରେ  ଯେଉଁ ମାନଙ୍କ ନାମ ସୁପାରିଶ କରାଯାଉଛି, ସେମାନଙ୍କ ଯୋଗୁଁ ବିଦ୍ୟାଳୟରେ ପାତର ଅନ୍ତର ନୀତି ହେଉଛି । ବିଗତ ୩  ବର୍ଷ ଧରି ମୁଁ କାହାରି ନାମକୁ  ସୁପାରିଶ ନକରିବାରୁ ଆଜି ନୋତର, ନୟାଗଡ଼  ଓଏଭି  ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ପାରିଛି । କୋଟା ଉଚ୍ଛେଦ କରିବା ନିମନ୍ତେ ସରକାର ଏବଂ ଶିକ୍ଷା ବିଭାଗ ତୁରନ୍ତ ନିଷ୍ପତ୍ତି  ନେବା ଉଚିତ । ଦଳ ମତ  ନିର୍ବିଶେଷରେ ସମସ୍ତ ବିଧାୟକ ଏହିଭଳି ଦାବି ଉତ୍ଥାପନ କଲେ ଏହି ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ  ଶିକ୍ଷାର ମାନ ବୃଦ୍ଧି ହେବା  ସହିତ ଉତ୍ତମ ଛାତ୍ର ଛାତ୍ରୀ  ସୃଷ୍ଟି ହୋଇପାରନ୍ତେ ।

Preloader Image
IMG-20260411-WA0004
IMG-20260330-WA0039
IMG-20260108-WA0001
Odisha Lekha May 4, 2026 May 4, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ପୁଣି ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ
ରାଜ୍ୟ ଖବର
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କ ସୂଚନା ଜାରି କଲା ନୟାଗଡ଼ ଜିଲ୍ଲା ପ୍ରଶାସନ
ରାଜ୍ୟ ଖବର
ଆଇପିଏସ୍ ସ୍ତରରେ ବଡ଼ ଧରଣର ବଦଳି:ନୟାଗଡ଼ର ନୂତନ ଆରକ୍ଷୀ ଅଧିକ୍ଷକ ପରମାର ସ୍ମିତ ପୁରୁଷୋତ୍ତମଦାସ
ରାଜ୍ୟ ଖବର
ବିଦ୍ୟୁତ୍ କାଟକୁ ନେଇ ଅରୁଣଙ୍କ ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ କରିବ ବିଜେଡ଼ି
ରାଜ୍ୟ ଖବର

ଅଧିକ ପଢନ୍ତୁ

ରାଜ୍ୟ ଖବର

ପୁଣି ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

Odisha Lekha May 25, 2026
ରାଜ୍ୟ ଖବର

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କ ସୂଚନା ଜାରି କଲା ନୟାଗଡ଼ ଜିଲ୍ଲା ପ୍ରଶାସନ

Odisha Lekha May 24, 2026
ରାଜ୍ୟ ଖବର

ଆଇପିଏସ୍ ସ୍ତରରେ ବଡ଼ ଧରଣର ବଦଳି:ନୟାଗଡ଼ର ନୂତନ ଆରକ୍ଷୀ ଅଧିକ୍ଷକ ପରମାର ସ୍ମିତ ପୁରୁଷୋତ୍ତମଦାସ

Odisha Lekha May 24, 2026
ରାଜ୍ୟ ଖବର

ବିଦ୍ୟୁତ୍ କାଟକୁ ନେଇ ଅରୁଣଙ୍କ ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ କରିବ ବିଜେଡ଼ି

Odisha Lekha May 23, 2026
ରାଜ୍ୟ ଖବର

ବାପ ଛେଉଣ୍ଡ ପୁଅ ଜିଲ୍ଲା ଟପ୍ପର: ସରୋଜଙ୍କୁ ସମ୍ବର୍ଦ୍ଧିତ କରି ଉତ୍ସାହିତ କଲେ ଜିଲ୍ଲାପାଳ

Odisha Lekha May 4, 2026
ରାଜ୍ୟ ଖବର

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ: ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର A1ରେ ଛାତ୍ରୀଛାତ୍ର

Odisha Lekha May 2, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?