ଓଡ଼ିଶା ଲେଖା ଅଫିସ: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ । ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ନବୀନ। ଅପରାହ୍ନ ସମୟରେ ଦେହ ଅସୁସ୍ଥ ହେବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅପରାହ୍ନ 5ଟା ସମୟରେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ନବୀନଙ୍କ ଡିହାଡ୍ରେସନ ଯୋଗୁଁ ଅସୁସ୍ଥ ହୋଇଥିବା ପ୍ରାଥମିକ ସୂଚନା ମିଳିଛି। ଘରୋଇ ହସ୍ପିଟାଲ ଚିକିତ୍ସାରେ ନବୀନ ପଟ୍ଟନାୟକ ସୁସ୍ଥ ଥିବା ହସ୍ପିଟାଲରୁ ସୂଚନା ମିଳିଛି ।


