ନୟାଗଡ଼, (ଓଡ଼ିଶା ଲେଖା): ଆଜି ଅପରାହ୍ନରେ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ। ଏହାକୁ ନେଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି। ତେବେ ଜିଲ୍ଲାରେ ୧୨୧୮୩ ଛାତ୍ର ଛାତ୍ରୀଙ୍କୁ ପଛରେ ପକାଇ ନୟାଗଡ଼ ସଦର ବ୍ଲକ କ୍ରୀଦାସପୁର ଗାଁର ସରୋଜ କୁମାର ଜେନା ୫୭୨ ମାର୍କ ରଖି A1 ଗ୍ରେଡରେ ଜିଲ୍ଲା ଟପ୍ପର ହୋଇଥିବା ଜଣାପଡ଼ିଛି। କ୍ରିଦାସପୁର ଗାଁର ଗଦାଧର ଜେନା ଓ ଜସ୍ମିନ୍ ଜେନାଙ୍କ ପୁଅ ସରୋଜ କୁମାର ଜେନା। କ୍ରିଦାସପୁର ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ ଥିଲେ। ପାଠ ପଢ଼ିବାରେ ଏକାଗ୍ରତା ବଜାୟ ରଖିବା ସହ ଭଲ ଛାତ୍ର ଭାବେ ଅଞ୍ଚଳରେ ଜଣାଶୁଣା ଥିଲେ। ଲୋକ ମାନେ ପିଲାମାନଙ୍କୁ ବିଭିନ୍ନ ବେସରକାରୀ ବିଦ୍ୟାଳୟରେ ପାଠ ପଢ଼ିବାକୁ ଚାହୁଁଥିବା ବେଳେ ତାହାକୁ ଭୁଲ୍ ପ୍ରମାଣିତ କରିଛନ୍ତି ସରୋଜ। ସରୋଜ ଦିନକୁ ୬ରୁ ୭ଘଣ୍ଟା ପରିଶ୍ରମ କରି ପାଠ ପଡୁଥିବା ବେଳେ ବାପା ମାଆ ପ୍ରେରଣା ଦେଇଆସୁଥିଲେ। ଆଜିର ଏହି ସଫଳତା ପଛରେ ବାପା ମାଆଙ୍କ ଠାରୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଆର୍ଶୀବାଦ ଓ ପ୍ରେରଣା ରହିଛି। କ୍ରିଦାସପୁର ଗାଁର ସରୋଜ ଜିଲ୍ଲା ଟପ୍ପର ହେବା ପରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଏବଂ ଗ୍ରାମବାସୀ ଓ ବିଭିନ୍ନ ମହଲରୁ ଶୁଭେଚ୍ଛା ସୁଅ ଛୁଟିବାରେ ଲାଗିଛି।


