ନୟାଗଡ଼, (ଓଡ଼ିଶା ଲେଖା): ପୋଲିସ ବିଭାଗର ତାଜା ସୂଚନା ।ପୋଲିସ ଚାକିରୀରୁ ନିଲମ୍ବିତ ଚର୍ଚ୍ଚିତ ଏସଡିପିଓ ମଦନ ମୋହନ ପ୍ରଧାନ । ଏନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ସୂଚନା ମିଳିଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନାରେ ଜଣେ ବିବାହିତା ମହିଳାଙ୍କୁ ଖଣ୍ଡପଡ଼ା ତତକାଳୀନ ଏସଡ଼ିପିଓ ମଦନ ମୋହନ ପ୍ରଧାନ ଅଶ୍ଳୀଳ ମେସେଜ କରିବା ଏବଂ ଅଶ୍ଳୀଳ ଫୋଟୋ ମାଗିବା ଏବଂ ମହିଳାଙ୍କ ସହ ରାତି ବିତାଇବା ନେଇ ବାଧ୍ୟ କରିବା ଓ ପ୍ରେମ ନିବେଦନ କରିଥିଲେ। ଯଦି ରାଜି ନହୁଅନ୍ତି ତେବେ ମହିଳାଙ୍କ ସ୍ୱାମୀଙ୍କ ନାମରେ ମିଛ କେସ କରି ଗିରଫ କରିବା ଭୟ ଦେଖାଇବା ଭଳି ସାଙ୍ଘାତିକ ଅଭିଯୋଗ କରିଥିଲେ ମହିଳା। ଏବଂ ପରବର୍ତ୍ତୀ ସମୟରେ ମହିଳାଙ୍କ ଦେହକୁ ଛୁଇଁବା ପାଇଁ କହିବା ଏକ ଫୋନ ବାର୍ତାଳାପ ଭାଇରାଲ ହେବା ପରେ ଚର୍ଚ୍ଚାର ପରିସରକୁ ଆସିଥିଲେ । ପୋଲିସ ମହାନିର୍ଦ୍ଦେଶଙ୍କ ପର୍ଯ୍ୟନ୍ତ ପହଞ୍ଚିଥିଲା ଏହି ଘଟଣା । ତେବେ ପ୍ରଥମେ ଖଣ୍ଡପଡ଼ା ଏସଡ଼ିପିଓ ମଦନ ମୋହନ ପ୍ରଧାନଙ୍କୁ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରାଯାଇଥିଲା ଏବଂ ଫତେଗଡ଼ ଥାନାରେ ଏସଡିପିଓଙ୍କ ନାମରେ ମାମଲା ହୋଇଥିଲା। ଆଜି ପୋଲିସ ମହା ନିର୍ଦ୍ଦେଶକ ଏସଡିପିଓ ମଦନ ମୋହନ ପ୍ରଧାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ସୂଚନା ମିଳିଛି । ତେବେ ଆଗାମୀ ଦିନରେ ଏସଡିପିଓଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରାଯାଇଛି ।

