Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଉତ୍କଳ ସାମ୍ବାଦିକ ସଂଘର ପ୍ରତିବାଦ ସଭା:କଥା ଦେଇ ଭଣ୍ଡେଇଦେଲେ ମୋହନ:ବର୍ଷିଲେ ସାମ୍ବାଦିକ

Published May 2, 2026 ସ୍ୱତନ୍ତ୍ର ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): କଥା ଦେଈ ଭଣ୍ଡେଇ ଦେଲେ ମୋହନ ସରକାର। ସରକାରକୁ ଆସିବା ପୁର୍ବରୁ ଦେଇଥିବା ପ୍ରତିଶୃତି, ସରକାର କୁ ଆସିଲା ପରେ ଭୁଲି ଗଲେ ମୋହନ ସରକାର। ବଦଳିଗଲା ନିଜର ଆଭିମୁଖ୍ୟ। ଯାହାକୁ ନେଇ ଉତ୍କଳ ସାମ୍ବାଦିକ ସଂଘର ସାମ୍ବାଦିକ ମାନେ ଶ୍ରମିକ ଦିବସରେ କଳା ବ୍ୟାଚ୍ ପରିଧାନ କରି ନିଆରା ଢ଼ଙ୍ଗରେ ପ୍ରତିବାଦ କରିଛନ୍ତି। ନୟାଗଡରେ ଉତ୍କଳ ସାମ୍ବାଦିକ ସଂଘର ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।

ସାମ୍ବାଦିକମାନଙ୍କର ୬ଦଫା ଦାବି ପୁରଣ ପାଇଁ ଉତ୍କଳ ସାମ୍ବାଦିକ ସଂଘର ସଦସ୍ଯମାନେ ସାରା ରାଜ୍ଯରେ ଗତ ୨୯ତାରିଖରେ ମୂଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଦାବିପତ୍ର ପ୍ରଦାନ ପରେ ଆଜି କଳାବ୍ଯାଚ୍ ପରିଧାନ କରି ପ୍ରତିବାଦ କରିଛନ୍ତି । ନୟାଗଡ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ଶତାଧିକ ସାମ୍ବାଦିକମାନେ ଆଜି ଏକାଠି ହୋଇ କଳାବ୍ଯାଚ ପିନ୍ଧି ପ୍ରତିବାଦ କରିଛନ୍ତି । ଏହିଅବସରରେ ସାମ୍ବାଦିକ ଭବନ ପରିସରରେ ଆୟୋଜିତ ଜିଲ୍ଲାକାର୍ଯ୍ଯକାରିଣୀ ବୈଠକ ଓ ପ୍ରତିବାଦ ସଭାରେ ସଂଘର ରାଜ୍ଯସଭାପତି ବିଭୂତିଭୂଷଣ କର, ଉପଦେଷ୍ଟା ପବିତ୍ର ମହାରଥା, ଜିଲ୍ଲା ସଭାପତି ଶ୍ରୀକାନ୍ତ ଖଟେଇ ଏବଂ ସମ୍ପାଦକ ବୈଦ୍ୟଭୂଷଣ ମହାପାତ୍ର  ଯୋଗଦେଇ ସାମ୍ବାଦିକମାନଙ୍କ ନାର୍ଯ୍ଯ ଦାବିକୁ ମାନିନବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି।

ସରକାର ଦାବିପୁରଣ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ରାଜ୍ଯ ସଭାପତି ଚେତାବନୀ ଦେଇଛନ୍ତି। ତତ୍ ସହିତ ରାଜ୍ୟ ସଭାପତି ଶ୍ରୀଯୁକ୍ତ କରଙ୍କ ପାଖକୁ ଏକ ଦୁଃଖଦ ଖବର ପହଞ୍ଚିଥିଲା। ଯେ, ଉତ୍କଳ ସାମ୍ବାଦିକ ସଂଘ ବରିଷ୍ଠ ସଦସ୍ୟ ସାମ୍ବାଦିକ ଦେବ ପ୍ରସାଦ ମିଶ୍ରଙ୍କ ଅକାଳ ବିୟୋଗ ଘଟିଛି। ତେଣୁ ସାମ୍ବାଦିକ ଭବନ ପରିସରରେ ଥିବା ସମସ୍ତ ସାମ୍ବାଦିକ ବନ୍ଧୁ ମାନେ ବରିଷ୍ଠ ସଦସ୍ୟ ସାମ୍ବାଦିକ ଦେବ ପ୍ରସାଦ ମିଶ୍ରଙ୍କ ପରଲୋକରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏକ ମିନିଟ୍ ନିରବ ପ୍ରାର୍ଥନା କରି ସଭା କାର୍ଯ୍ୟ ଆଗକୁ ବଢ଼ିଥିଲା।

ବିଭିନ୍ନ ବ୍ଲକରୁ ଆସିଥିବା ଉତ୍କଳ ସାମ୍ବାଦିକ ସଂଘର ସଭାପତି ଓ ସମ୍ପାଦକ ମାନେ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ଉପରେ କିପରି ପଦକ୍ଷେପ ନେଇ ଆନ୍ଦୋଳନ କରାଯିବ ସେ ନେଇ ମତବ୍ୟକ୍ତ କରିଥିଲେ। ଏବଂ ସାମ୍ବାଦିକ ମାନଙ୍କ ହକ୍ ପାଇଁ ଉତ୍କଳ ସାମ୍ବାଦିକ ସଂଘ ଯେତେ ବେଳେ ଓ ଯେଉଁ ମୁହୃତରେ ଆନ୍ଦୋଳନର ଡାକରା ଦେବ ନୟାଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ସଦାସର୍ବଦା ତେୟାର ଅଛି କହି ରାଜ୍ୟ ସଭାପତି ଶ୍ରୀଯୁକ୍ତ କରଙ୍କ ହାତମୁଠାକୁ ମଜଭୁତ୍ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ଆଜିର କାର୍ଯ୍ୟକ୍ରମକୁ ଉତ୍କଳ ସାମ୍ବାଦିକ ସଂଘ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ସଂଯୋଜନ କରିଥିବା ବେଳେ ବିଭିନ୍ନ ବ୍ଲକ୍ ରୁ ଆସିଥିବା ସାମ୍ବାଦିକ ବନ୍ଧୁ ମାନଙ୍କୁ ଉପଢ଼ୌକନ୍ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

Preloader Image
IMG-20260815-WA0003
IMG-20260108-WA0001
Odisha Lekha May 2, 2026 May 2, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନୟାଗଡ଼ କଲେଜରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ: ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ଓ ମହାବିଦ୍ୟାଳୟର ବିକାଶ ପାଇଁ ନେଲେ ଶପଥ
ଜିଲ୍ଲା ଖବର
କୃଷ୍ଣ ଗୌରାଙ୍ଗ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ ନୈରାଶ୍ୟଜନକ
ଆଞ୍ଚଳିକ ଖବର
ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା
ସ୍ୱତନ୍ତ୍ର ଖବର
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର

ଅଧିକ ପଢନ୍ତୁ

ସ୍ୱତନ୍ତ୍ର ଖବର

ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା

Odisha Lekha October 16, 2026
ସ୍ୱତନ୍ତ୍ର ଖବର

ନୟାଗଡ଼ର ମାଟିରେ ସ୍ୱାଧୀନତା ସଂଗ୍ରାମର ଅମର ଗାଥା:ଅକ୍ଟୋବର ୧୦ରେ ସହିଦ ହୋଇଥିଲେ ଆଦିବାସୀ ନେତା କଷ୍ଟି ଡାକୁଆ

Odisha Lekha October 10, 2026
ସ୍ୱତନ୍ତ୍ର ଖବର

ସ୍ୱାଧୀନତାର ୮୦ ବର୍ଷ – ଆମେ କେଉଁଠି ?

Odisha Lekha October 4, 2026
ସ୍ୱତନ୍ତ୍ର ଖବର

ନୟାଗଡ଼ର ଦୁଇ ପୂର୍ବତନ ଏସ୍‌ପିଙ୍କ ଭିନ୍ନ ଅନ୍ଦାଜ:ଜଣଙ୍କ କଠୋର ଅପରାଧ ଦମନ, ଆଉ ଜଣଙ୍କ ଲୋକସମ୍ପର୍କ ଓ ମାନବିକତା

Odisha Lekha October 1, 2026
ସ୍ୱତନ୍ତ୍ର ଖବର

ପାର୍ବଣ ଋତୁରେ ‘ଓଡ଼ିଶା ଲେଖା’ର ପୂଜା ଧମାକା :ଆସୁଛି ଲକି ଡ୍ର କୂପନ:୩୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ମିଳିବ ଆକର୍ଷଣୀୟ ପୁରସ୍କାର

Odisha Lekha September 25, 2026
ସ୍ୱତନ୍ତ୍ର ଖବର

ସମ୍ପାଦକୀୟ:ନୟାଗଡ଼ର ସୂର୍ଯ୍ୟୋଦୟ

Odisha Lekha September 16, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?