ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲାର ଶରଣକୂଳ ଥାନା ଅନ୍ତର୍ଗତ ଜାମୁକୋଣ ମା ବୈଷ୍ଣଦେବୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ମାଙ୍କ ସୁନା ଅଳଙ୍କାର ଚୋରୀ ହୋଇଥିବା ସୂଚନା ମିଳିଛି। ରାତି ୨ଟାରୁ ଭୋର ୪ଟା ମଧ୍ୟରେ ଚୋରୀ ହୋଇଥିବା ଅନୁମାନ କରାଯାଉଛି। କାଳ ବୈଶାଖୀ ପ୍ରଭାବରେ ମନ୍ଦିରର ସିସିଟିଭି ବନ୍ଦ ଥିଲା। ତେବେ କେହି ଯୋଜନାବଦ୍ଧ ଭାବେ ଚୋରୀ କରିଥିବା ସନ୍ଦେହ କରାଯାଉଛି। ପ୍ରାୟ ୩୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଚୋରୀ ହୋଇଥିବା ଖବର। ଶରଣକୂଳ ପୋଲିସ ତଦନ୍ତ ଆରମ୍ଭ କରିଛି।


