ଓଡ଼ିଶା ଲେଖା ଅଫିସ୍: ବର୍ତ୍ତମାନର ବଡ଼ ଖବର। ମେ ୨ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ମାଟ୍ରିକ ଖାତା ଦେଖା ସାରିଥିବା ବେଳେ କେବେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ ତାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିବା ବେଳେ ବୋର୍ଡ଼ ପକ୍ଷରୁ ପ୍ରେସ୍ ରିଲିଜ୍ ଜାରି ହୋଇଛି। ମାଟ୍ରିକ ଛାତ୍ରଛାତ୍ରୀ ମାନଙ୍କ ପରୀକ୍ଷା ଫଳ ୨ତାରିଖ ଅପରାହ୍ନ ୪ଟା ପ୍ରକାଶ ପାଇବ। ସନ୍ଧ୍ୟା ୬ଟା ସମୟରେ ଛାତ୍ର ଛାତ୍ରୀ ମାନେ ୱେବ୍ ସାଇଟ୍ ରେ ପରୀକ୍ଷା ଫଳ ଦେଖିପାରିବେ। ସେଥିପାଇଁ ବୋର୍ଡ଼ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଥିବା ଜଣାପଡ଼ିଛି। ଛାତ୍ର ଛାତ୍ରୀ ମାନେ www.bseodisha.ac.in ଓ www.bseodisha.nic.in ରେ ସର୍ଚ୍ଚ କରି ନିଜ ନିଜର ପରୀକ୍ଷା ଫଳ ଦେଖିପାରିବେ। Sms ମାଧ୍ୟମରେ ମଧ୍ୟ ଛାତ୍ର ଛାତ୍ରୀ ମାନେ ମେସେଜ କରି ପରୀକ୍ଷା ଫଳ ଦେଖି ପରିବା ପାଇଁ ବୋର୍ଡ଼ ପକ୍ଷରୁ କୁହାଯାଇଛି।

