ନରସିଂହପୁର, (ଓଡ଼ିଶା ଲେଖା): କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ରଣସିଂହପୁର ପଞ୍ଚାୟତ ମଥୁରାପୁର ଗ୍ରାମରେ ଆଜି ସକାଳ ସମୟରେ ବିଦ୍ୟୁତ ସର୍ଟ ସର୍କିଟ ରୁ ଅଗ୍ନିକାଣ୍ଡ ଘଟି ୮ବଖରା ଘର ସମ୍ପୂର୍ଣ୍ଣ ଜଳି ଯାଇଥିବା ଅଭିଯୋଗ ହୋଇଛି।ଯାହାଫଳରେ ଧାନ, ଚାଉଳ, ଲୁଗା ପଟା,କଂସା, ବାସନ,ଘରର ସମସ୍ତ ଆସବାବପତ୍ର ସମ୍ପୂର୍ଣ୍ଣ ଜଳି ଯାଇଛି । ଜଳି ଯାଇଥିବା ଜିନିଷ ଉଦ୍ଧାର କରିବା ସମୟରେ ୪ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା । ପ୍ରଶାସନ ପକ୍ଷରୁ ରାଜସ୍ବ ନିରୀକ୍ଷକ ପ୍ରସନ୍ନଜିତ ମହାନ୍ତି ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ପ୍ରଶାସନ ପକ୍ଷରୁ ଅଗ୍ନି ବିପନ୍ନ ପରିବାର କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ କରିଛନ୍ତି ।

