Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଉତ୍କଳ ସାମ୍ବାଦିକ ସଂଘର ୫ଦଫା ଦାବି:ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନୟାଗଡ଼ ଜିଲ୍ଲାରୁ ଗଲା ୮ଟି ସ୍ମାରକ ପତ୍ର:୧ତାରିଖରୁ କଳା ବ୍ୟାଚ ପରିଧାନ କରିବେ ଜିଲ୍ଲାର ସାମ୍ବାଦିକ

Published April 30, 2026 ରାଜ୍ୟ ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଆଜି ଜିଲ୍ଲାପାଳ ଓ ଜିଲ୍ଲାର ୭ଟି ବ୍ଲକରେ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ସଭାପତି ଶ୍ରୀକାନ୍ତ ଖଟେଇ, ସମ୍ପାଦକ ବୈଦ୍ୟଭୂଷଣ ମହାପାତ୍ରଙ୍କ ନେତୃତ୍ୱରେ ନୟାଗଡ଼ ସାମ୍ବାଦିକ ଭବନ ପରିସରରୁ ଏକ ଶୋଭାଯାତ୍ରାରେ ଯାଇ ସମସ୍ତ ସଦସ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପଦର୍ଶନ କରିଥିଲେ ।

ଜିଲ୍ଲାପାଳ ମଧୁମିତା ରଥଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରାଯାଇଛି। ଅଧିସ୍ୱୀକୃତି କମିଟି ପୁର୍ନଗଠନ, ଜିଲ୍ଲା ଓ ରାଜ୍ୟ ସ୍ତରରେ ଯୋଗ୍ୟ ସାମ୍ବାଦିକଙ୍କୁ ମାନ୍ୟତା ପ୍ରଦାନ, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ୬୦ ବର୍ଷରୁ ଉର୍ଦ୍ଧ୍ୱ ସାମ୍ବାଦିକଙ୍କୁ ପେନସନ ବ୍ୟବସ୍ଥା, ଓଡ଼ିଶା ପ୍ରେସ ଏକାଡେମୀ ଗଠନ, ରାଜଧାନୀରେ ଭବନ ନିର୍ମାଣ, ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅବସରପ୍ରାପ୍ତ ସାମ୍ବାଦିକ, ହିତାଧିକାରୀଙ୍କ ପିତା ମାତା ଏବଂ ୨୫ ବର୍ଷରୁ ଉର୍ଦ୍ଧ୍ୱ ସନ୍ତାନଙ୍କୁ ସାମିଲ କରିବା, ମୃତ୍ୟୁକାଳୀନ ଅନୁକମ୍ପା ରାଶି ୧୦ ଲକ୍ଷକୁ ବୃଦ୍ଧି କରିବା ପାଇଁ ଦାବି କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ବହୁ ଜିଲ୍ଲା ସାମ୍ବାଦିକ ସାମିଲ ହୋଇଥିଲେ । ସମାନ ଭାବେ ଓଡ଼ଗାଁରେ ଅଶୋକ ମହାପାତ୍ର ଓ ସାରସ କୁମାର ମିଶ୍ର, ଦଶପଲ୍ଲା ପ୍ରେସ କ୍ଲବ ସଭାପତି ସୁରେଶ ଚନ୍ଦ୍ର ବେହେରା ସମ୍ପାଦକ ପ୍ରଫୁଲ କୁମାର ଦାଶ, ଗଣିଆରେ ଦେବୀ ପ୍ରସାଦ ଦାଶ, ଖଣ୍ଡପଡ଼ାରେ ଚିତ୍ତରଞ୍ଜନ ମିଶ୍ର, ଭାପୁରରେ ଶୁଭେନ୍ଦ୍ର ପଟ୍ଟନାୟକ, ରଣପୁରରେ ପ୍ରସନ୍ନ ସାମନ୍ତରାୟ,  ନୂଆଗାଁରେ ଶିବଦତ୍ତ ପାତ୍ର, ହୃଦୟାନନ୍ଦ ସାସମଲଙ୍କ ନେତୃତ୍ୱରେ ବିଡିଓ ମାନଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି । ଅନ୍ୟପକ୍ଷେ, ଆସନ୍ତା ୧ ତାରିଖରେ ଉତ୍କଳ ସାମ୍ବାଦିକ ସଂଘ ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ଓ ପ୍ରତିବାଦ ସଭା ସାମ୍ବାଦିକ ଭବନ ପରିସରରେ ଆୟୋଜିତ ହେବ ବୋଲି ସୂଚନା ମିଳିଛି । ଏହି ବୈଠକରେ ସମସ୍ତ ସାମ୍ବାଦିକ କଳାବ୍ୟାଜ୍ ପରିଧାନ କରି ପ୍ରତିବାଦ କରିବାକୁ ସ୍ଥିର ହୋଇଛି ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha April 30, 2026 April 30, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର
ବିଜେପି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଏସ୍‌ପି କାର୍ଯ୍ୟାଳୟ ଆଗରେ କଂଗ୍ରେସର ଧାରଣା :ପ୍ରହଲ୍ଲାଦଙ୍କ ଅବସ୍ଥା ଗୁରୁତର:ଶାଶ୍ୱତଆହାତ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍ : ସରିଲା ମତଦାନ, ଫଳାଫଳକୁ ଅପେକ୍ଷା:ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୬.୫୩% ମତଦାନ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍: ଅପରାହ୍ନ ୧ଟା ସୁଦ୍ଧା ୭0% ମତଦାନ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ରାଜ୍ୟ ଖବର

ବଦଳିଲେ ଓଡ଼ିଶା ସମେତ ୬ଟି ରାଜ୍ୟର ରାଜ୍ୟପାଳ:ବ୍ରଜମୋହନ ରାମଙ୍କୁ ଓଡ଼ିଶା ରାଜ୍ୟର ନୂଆ ଦାୟିତ୍ୱ

Odisha Lekha October 12, 2026
ରାଜ୍ୟ ଖବର

ନୟାଗଡ଼ ପ୍ରଜାମଣ୍ଡଳ ମହିଳା କଲେଜରେ ଉତ୍ତେଜନା:ପୋଲିସର ଭୂମିକାକୁ ନେଇ ବିଧାୟକ ଅରୁଣଙ୍କ କ୍ଷୋଭ :ଛାତ୍ର ସଂସଦ ନିର୍ବାଚନ ନାମାଙ୍କନକୁ ନେଇ ବିବାଦ:ଅନିର୍ଦ୍ଦିଷ୍ଟ କାଳ ପାଇଁ ‘ସାଇନ୍-ଏ-ଡାଏ’ ଘୋଷଣା କଲା ପ୍ରଶାସନ

Odisha Lekha October 9, 2026
ରାଜ୍ୟ ଖବର

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

Odisha Lekha October 2, 2026
ରାଜ୍ୟ ଖବର

ମହାନଦୀ ଜଳ ବିବାଦ:ଆଜି ଦିଲ୍ଲୀରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

Odisha Lekha October 1, 2026
ଖେଳରାଜ୍ୟ ଖବର

ବିସିସିଆଇ ଚୟନ ସମିତିର ଅନ୍ତରୀଣ ଅଧ୍ୟକ୍ଷ ହେବେ ପ୍ରଜ୍ଞାନ ଓଝା:ପ୍ରିୟ ଓଡ଼ିଆ କ୍ରିକେଟରଙ୍କୁ ଶୁଭେଚ୍ଛାର ସୁଅ

Odisha Lekha October 1, 2026
ରାଜ୍ୟ ଖବର

ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା:ନବ ନିର୍ମାଣ କୃଷକ ସଂଗଠନର ଆହ୍ୱାନ:ଆଇନଶୃଙ୍ଖଳା ପାଇଁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ଚିଠି

Odisha Lekha September 29, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?