ନୟାଗଡ଼, (ଓଡ଼ିଶା ଲେଖା): ସକାଳର ବଡ ଖବର। ଖେଡ଼ପଡ଼ା ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ବେଳେ ୫ଜଣ ଗୁରୁତର ଥିବା ଜଣାପଡିଛି। ତେବେ ଘଟଣା ସ୍ଥଳରେ ନିକଟସ୍ଥ ଲୋକଙ୍କ ସାହାଯ୍ୟରେ ଓ ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନାନୁସାରେ, ବେବୀ ଆଣ୍ଡ ବେବୀ ଯାତ୍ରୀବାହୀ ବସ୍ ଟି ଭାପୁର ବ୍ଲକ୍ ରକମା ଅଞ୍ଚଳର ଯାତ୍ରୀ ଧରି ନୟାଗଡ଼ ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ବସ ଟି ନୟାଗଡ଼ ସଦର ଥାନା ଅନ୍ତର୍ଗତ ଖେଡ଼ପଡ଼ା ଗାଁ ନିକଟରେ ଓଲଟି ପଡିଥିଲା। ସ୍ଥାନୀୟ ଲୋକଙ୍କ ଦ୍ଵାରା ଅଗ୍ନିଶମ ବିଭାଗ ଓ ଆମ୍ବୁଲାନ୍ସ ଓ ପୋଲିସ ଖବର ଦେଇ ଉଦ୍ଧାର କରିଥିଲେ। ଘଟଣା ସ୍ଥଳରେ ନୟାଗଡ଼ ଅଗ୍ନିଶମ ବିଭାଗର କର୍ମଚାରୀ ଓ ଆମ୍ବୁଲାନ୍ସ ଓ ନୟାଗଡ଼ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରି ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ଜଣାପଡ଼ିଛି। ସେପଟେ ବସ୍ ରେ ୫୦ ଯାତ୍ରୀ ଥିବା ବେଳେ ସେଥିରୁ ୨୦ରୁ ଉର୍ଦ୍ଧ୍ବ ଆହାତ ହୋଇଛନ୍ତି ଏବଂ ୫ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ପ୍ରାଥମିକ ସୂଚନା ମିଳିଛି। ସଦର ପୋଲିସ ବସ୍ ଟି କେଉଁ କାରଣ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ତାହା ତଦନ୍ତ କରୁଥିବା ପ୍ରାଥମିକ ସୂଚନା ମିଳିଛି।

