ନୟାଗଡ଼, (ଓଡ଼ିଶା ଲେଖା): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ଉପରେ ଛୁଟି କରିବାର ନିଷ୍ପତ୍ତି ନେବେ ବୋଲି ଦାୟିତ୍ୱ ଦେଇଥିବା ଜଣାପଡ଼ିଛି। ତେବେ ଏହାରି ଭିତରେ କିଛି କିଛି ଜିଲ୍ଲାରେ ଜିଲ୍ଲାପାଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କରିଥିବା ଜଣାପଡ଼ିଛି। କିନ୍ତୁ ନୟାଗଡ଼ ଜିଲ୍ଲାପାଳ ଅନ୍ୟ ଏକ ପଦକ୍ଷେପ ନେଇଥିବା ଜଣାପଡ଼ିଛି। ନୟାଗଡ଼ ଜିଲ୍ଲାରେ ସକାଳୁଆ ସ୍କୁଲ୍ ଖୋଲା ଯାଉଥିବା ବେଳେ ସମୟ କମ୍ କରିଦେଇଛନ୍ତି ଜିଲ୍ଲାପାଳ। ନୟାଗଡ଼ରେ ଦିନ କୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ି ଚାଲିଥିବା ବେଳେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ଓ ଜିଲ୍ଲା ଶିକ୍ଷଧିକାରୀଙ୍କ ମଧ୍ୟରେ ଆଲୋଚନା କରିବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ଛୁଟି ଘୋଷଣା ନକରି ସମୟ କମେଇ ଦେଇଥିବା ଜଣାପଡ଼ିଛି। ଏଣିକି ଆସନ୍ତା କାଲି ଅର୍ଥାତ ଏପ୍ରିଲ୍ ୨୦ତାରିଖରୁ ସକାଳ ୬.୩୦ ରୁ ସକାଳ ସାଢ଼େ ୯ଟା ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।


