Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ନୟାଗଡ଼ ପୌର ପରିଷଦରେ ଟେଣ୍ଡର ଫିକ୍ସିଂ:ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର

Published April 10, 2026 ସ୍ୱତନ୍ତ୍ର ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ପୌପରିଷଦର ନାମରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ। ଟେଣ୍ଡର ଫିକ୍ସିଂ କରିଥିବା ନେଇ ଆସିଛି ସାଂଘାତିକ ଅଭିଯୋଗ। ଏଭଳି ଅଭିଯୋଗ ଆଣିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ରଣଜିତ୍ ଦାଶ। ପ୍ରାୟ ଅଢେଇ କୋଟି ଟଙ୍କା ଅଟକଳ ମୂଲ୍ୟର ୧୬ ଗୋଟି ଠିକା କାର୍ଯ୍ୟକୁ OPWD (ଓପିଡ଼ବ୍ଲ୍ୟୁଡି)ନିୟମାବଳୀକୁ ଉଲଂଘନ କରାଯାଇ କାର୍ଯ୍ୟନିର୍ବାହୀ ଅଧିକାରୀ ତାଙ୍କର କିଛି ନିର୍ଦ୍ଧିଷ୍ଟ ଠିକାଦାରଙ୍କୁ ତିନିଚାରିଟା ଲେଖାଏଁ ପ୍ରକଳ୍ପ କାର୍ଯ୍ୟ ଦେଇଥିବା ଆଜି ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଦାଶ। ଏହି ୧୬ ଗୋଟି ଠିକାକାର୍ଯ୍ୟ ପାଇଁ ଅନଲାଇନ ଟେଣ୍ଡର ଆବେଦନ ପାଇଁ ନୟାଗଡ଼ ପୌର ପରିଷଦ ପକ୍ଷରୁ ବିଜ୍ଞାପନ ପ୍ରକାଶ କରାଯାଇଥିଲା ।(ଓପିଡ଼ବ୍ଲ୍ୟୁଡି) OPWD ନିୟମ ଆଧାରରେ ଅନଲାଇନ ବିଡିଙ୍ଗ ପରେ ପୁନଶ୍ଚ ଅଫଲାଇନ ଦରଖାସ୍ତ କୌଣସି ଲାଇନ ଯାନ୍ତ୍ରିକ ସଂସ୍ଥାରେ ଆବେଦନ କରାଯାଉ ନଥିବା ବେଳେ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଟେଣ୍ଡର ଫିକ୍ସିଂ ପ୍ରୋତ୍ସାହନ ପାଇଁ ଠିକାଦାର ସଙ୍ଘ ସହିତ ଷଡଯନ୍ତ୍ର କରି ସମସ୍ତ ୧୬ ଗୋଟି କାର୍ଯ୍ୟକୁ ନିର୍ଦ୍ଧାରିତ ଅଟକଳ ମୂଲ୍ୟ ଅର୍ଥରାଶି ରେ ବିଡିଙ୍ଗ କରାଇଥିଲେ । ଜଣେ ମଧ୍ୟ କେହି ଠିକାସଂସ୍ଥା ୧୪.୯୯ କମ ମୂଲ୍ୟ ତାଙ୍କ ଟେଣ୍ଡର ପେପରରେ ଉଲ୍ଲେଖ କରିନଥିବା ନିର୍ବାହୀ ଅଧିକାରୀଙ୍କ ଭୂମିକା ସନ୍ଦେହଜନକ ଥିବା କଂଗ୍ରେସ ନେତା ଶ୍ରୀଯୁକ୍ତ ଦାଶ ଜିଲ୍ଲାପାଳଙ୍କୁ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି । ଏପରିକି ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇଥିବା ଠିକାଦାର ମାନଙ୍କୁ ସେମାନଙ୍କ ଇମେଲ ଅନିଚ୍ଛା ସତ୍ୱେ ସେମାନଙ୍କୁ ଲଟେରୀ ଚୟନ ପ୍ରକ୍ରିୟାରୁ ବାଦ ଦେଇଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ । ଟେଣ୍ଡରଧାରୀ ଯଦି ଲଟେରୀ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ପାଇଁ ଅନିଛୁକ ଏବେ ସେ ବ୍ୟକ୍ତିଗତ ହାଜର ହୋଇ ଲିଖିତ ଭାବେ ଜଣାଇବା ନିୟମ ଥିଲାବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ଏହି ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି ଯାହାକି ତାଙ୍କ ବିରୁଦ୍ଧରେ ଫୌଜଦାରୀ ମୋକଦ୍ଦମା ରୁଜ୍ଜୁ ହେବା ପାଇଁ ରାସ୍ତା ଉନ୍ମୁକ୍ତ ରହିଥିବା ଶ୍ରୀଯୁକ୍ତ ଦାଶ କହିଛନ୍ତି । କାର୍ଯ୍ୟନିର୍ବାହୀ ଅଧିକାରୀ ତାଙ୍କ ପଦର ଅପବ୍ୟବହାର କରି ପ୍ରାୟ ଅଢେଇ କୋଟି ଟଙ୍କା ର ଠିକାକାର୍ଯ୍ୟକୁ ଟେଣ୍ଡର ଫିକ୍ସିଂ କରାଇ ରାଜ୍ୟ ରାଜକୋଷରୁ ପ୍ରାୟ ୪୦ କୋଟି ଟଙ୍କା କ୍ଷତି ପହଞ୍ଚାଇଛନ୍ତି । ସମ୍ପୂର୍ଣ୍ଣ ଅନଲାଇନ ଟେଣ୍ଡର ପ୍ରକ୍ରିୟାରେ ଯଦି ଠିକାଦାର ଚୟନ କରାଯାଇ ଥାନ୍ତା ତେବେ ସରକାରଙ୍କୁ ପ୍ରାୟ ୪୦ ଲକ୍ଷ ଟଙ୍କା ହରିଲୁଟ ହୋଇ ନଥାନ୍ତା ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ଜିଲ୍ଲାପାଳ ଏହାର ଉପଯୁକ୍ତ ତଦନ୍ତ ପାଇଁ ନିର୍ଦ୍ଦେଶ ପ୍ରଦାନ କରନ୍ତୁ ଏବଂ ତଦନ୍ତ ରିପୋର୍ଟ ଆସିବା ଯାଏଁ ଏହି ୧୬ ଗୋଟି କାର୍ଯ୍ୟର କାର୍ଯ୍ୟାଦେଶ ପ୍ରଦାନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଶ୍ରୀଯୁକ୍ତ ଦାଶ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।ପାଣିରେ ପଡ଼ିଲା ଲକ୍ଷାଧିକ ଟଙ୍କାର ପାନୀୟ ଜଳ ପ୍ରକଳ୍ପ: ପାନୀୟ ଜଳ ନପାଇ ବାଟୋଇ ହସ୍ତସନ୍ତ କନ୍ଧମାଳ, (ବାଘୁଆବାର୍ତ୍ତା): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକର ପ୍ରାଣକେନ୍ଦ୍ର କୁହାଯାଉଥିବା ମୁଖ୍ୟ ବଜାର ତଥା ପୁରୁଣା ବସଷ୍ଟାଣ୍ଡ ଅଞ୍ଚଳରେ ପାନୀୟ ଜଳର ସଙ୍କଟ ତୀବ୍ର ହେବାରେ ଲାଗିଛି। ସାଧାରଣ ଲୋକଙ୍କୁ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ଯୋଗାଇଦେବା ଲକ୍ଷ୍ୟରେ ଲକ୍ଷାଧିକ ଟଙ୍କା ବ୍ୟୟରେ ସ୍ଥାପିତ ହୋଇଥିବା ପାଣି ଫିଲ୍ଟର ଓ କୁଲର ବ୍ୟବସ୍ଥା ଦୀର୍ଘ ଏକ ବର୍ଷ ହେବ ଅକାମି ହୋଇ ପଡ଼ିରହିଛି। ଫଳରେ ଏହି ପ୍ରଚଣ୍ଡ ରୌଦ୍ରତାପରେ ବାହାରୁ ଆସୁଥିବା ବାଟୋଇ ଓ ସ୍ଥାନୀୟ ବ୍ୟବସାୟୀମାନେ ଜଳକଷ୍ଟ ଭୋଗୁଛନ୍ତି। ସୂଚନାନୁସାରେ, ଟିକାବାଲି ବ୍ଲକର ପୁରୁଣା ବସଷ୍ଟାଣ୍ଡ ନିକଟରେ ସଦା ସର୍ବଦା ଜନ ଗହଳି ଲାଗି ରହୁଛି। ଏହାକୁ ଦୃଷ୍ଟିରେ ସେଠାରେ ବାଟୋଇ ଓ ସ୍ଥାନୀୟ ଜନସାଧାରଣଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା କରାଯାଇଥିଲା। ତେବେ ଉକ୍ତ ପାନୀୟ ଜଳ ପ୍ରକଳ୍ପ ଟି ଅଚଳ ହୋଇପଡ଼ିଛି। ସେହି ସ୍ଥାନ ଟି ବର୍ତ୍ତମାନ ବିଭିନ୍ନ ପ୍ରକାରର ବିଜ୍ଞାପନ ପୋଷ୍ଟର ମୁଖ୍ୟ ସ୍ଥାନ ପାଲଟିଛି। ବର୍ଷେ ତଳେ ଏହାକୁ ମରାମତି କରାଯାଇଥିବା ନେଇ ସ୍ଥାନୀୟ ସରପଞ୍ଚ କୁନ୍ଦରୁ ମଳିକ ସଫେଇ ଦେଇଛନ୍ତି। ସେପଟେ କିନ୍ତୁ ଉକ୍ତ ପାନୀୟ ଜଳ ପ୍ରକଳ୍ପର ରକ୍ଷଣା ବେକ୍ଷଣା ଅଭାବରୁ ସ୍ଥାନିୟ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ବଜାର ଓ ରାସ୍ତାଘାଟରେ ଯାତାୟାତ କରୁଥିବା ଲୋକେ ଟୋପେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ବସଷ୍ଟାଣ୍ଡକୁ ଆସୁଥିବା ଯାତ୍ରୀମାନେ ବାଧ୍ୟ ହୋଇ ଚଢ଼ା ଦରରେ ପାଣି ବୋତଲ କିଣିବାକୁ ବାଧ୍ୟ ହେଉଛନ୍ତି। ସରକାରୀ ଅର୍ଥରେ ନିର୍ମିତ ଏହି ବ୍ୟବସ୍ଥା ଥାଇ ମଧ୍ୟ କାର୍ଯ୍ୟକ୍ଷମ ନହେବା ସ୍ଥାନୀୟ ପ୍ରଶାସନର ଅପାରଗତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ପାନୀୟ ଜଳ ପ୍ରକଳ୍ପକୁ ତୁରନ୍ତ ମରାମତି କରି କାର୍ଯ୍ୟକ୍ଷମ କରିବା ପାଇଁ ଅଞ୍ଚଳବାସୀ ଓ ପଥିକମାନେ ଜୋରଦାର ଦାବି କରିଛନ୍ତି। ଯଦି ଶୀଘ୍ର ଏହି ସମସ୍ୟାର ସମାଧାନ କରାନଯାଏ, ତେବେ ଆଗାମୀ ଦିନରେ ଖରା ବଢ଼ିଲେ ପରିସ୍ଥିତି ଆହୁରି ଜଟିଳ ହେବାର ସମ୍ଭାବନା ରହିଛି। ତେବେ ଏଥିପ୍ରତି କନ୍ଧମାଳ ଜିଲ୍ଲପାଳ ଓ ଉପ ଜିଲ୍ଲପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ବାଘୁଆବାର୍ତ୍ତା ପକ୍ଷରୁ ନିବେଦନ କରାଯାଇଛି। ଏବଂ ସ୍ଥାନୀୟ ସରପଞ୍ଚ ଓ ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣରେ ନିବେଦନ କରିଛନ୍ତି।

Preloader Image
IMG-20260815-WA0003
IMG-20260108-WA0001
Odisha Lekha April 10, 2026 April 10, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ଛାତ୍ର ସଂସଦ ନିର୍ବାଚନ ହିଂସା:ଗୁରୁତର ଆହତ କଂଗ୍ରେସ କର୍ମୀ ପ୍ରହଲ୍ଲାଦଙ୍କୁ ଭେଟିଲେ ଅରୁଣ ସାହୁ
ଜିଲ୍ଲା ଖବର
ନୟାଗଡ଼ କଲେଜରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ: ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ଓ ମହାବିଦ୍ୟାଳୟର ବିକାଶ ପାଇଁ ନେଲେ ଶପଥ
ଜିଲ୍ଲା ଖବର
କୃଷ୍ଣ ଗୌରାଙ୍ଗ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ ନୈରାଶ୍ୟଜନକ
ଆଞ୍ଚଳିକ ଖବର
ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା
ସ୍ୱତନ୍ତ୍ର ଖବର

ଅଧିକ ପଢନ୍ତୁ

ସ୍ୱତନ୍ତ୍ର ଖବର

ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା

Odisha Lekha October 16, 2026
ସ୍ୱତନ୍ତ୍ର ଖବର

ନୟାଗଡ଼ର ମାଟିରେ ସ୍ୱାଧୀନତା ସଂଗ୍ରାମର ଅମର ଗାଥା:ଅକ୍ଟୋବର ୧୦ରେ ସହିଦ ହୋଇଥିଲେ ଆଦିବାସୀ ନେତା କଷ୍ଟି ଡାକୁଆ

Odisha Lekha October 10, 2026
ସ୍ୱତନ୍ତ୍ର ଖବର

ସ୍ୱାଧୀନତାର ୮୦ ବର୍ଷ – ଆମେ କେଉଁଠି ?

Odisha Lekha October 4, 2026
ସ୍ୱତନ୍ତ୍ର ଖବର

ନୟାଗଡ଼ର ଦୁଇ ପୂର୍ବତନ ଏସ୍‌ପିଙ୍କ ଭିନ୍ନ ଅନ୍ଦାଜ:ଜଣଙ୍କ କଠୋର ଅପରାଧ ଦମନ, ଆଉ ଜଣଙ୍କ ଲୋକସମ୍ପର୍କ ଓ ମାନବିକତା

Odisha Lekha October 1, 2026
ସ୍ୱତନ୍ତ୍ର ଖବର

ପାର୍ବଣ ଋତୁରେ ‘ଓଡ଼ିଶା ଲେଖା’ର ପୂଜା ଧମାକା :ଆସୁଛି ଲକି ଡ୍ର କୂପନ:୩୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ମିଳିବ ଆକର୍ଷଣୀୟ ପୁରସ୍କାର

Odisha Lekha September 25, 2026
ସ୍ୱତନ୍ତ୍ର ଖବର

ସମ୍ପାଦକୀୟ:ନୟାଗଡ଼ର ସୂର୍ଯ୍ୟୋଦୟ

Odisha Lekha September 16, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?