Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଷ୍ଟେସନରୁ ଶିଶୁପୁତ୍ର ଚୋରୀ:ରଣପୁରରୁ ଉଦ୍ଧାର: ଭିଣୋଇ ରଚିଥିଲେ ପିଲା ଚୋରିର ନାଟକ

Published April 10, 2026 ରାଜ୍ୟ ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳଷ୍ଟେସନରୁ ୪ମାସର ଶିଶୁପୁତ୍ର ଚୋରି ଅଭିଯୋଗ ଘଟଣା ନିଖୋଜ ଶିଶୁପୁତ୍ର ୨୪ଘଣ୍ଟା ମଧ୍ୟରେ ନୟାଗଡ ରଣପୁରରୁ ଉଦ୍ଧାର। ସ୍ୱାମୀ, ସ୍ତ୍ରୀ ଓ ଶିଶୁପୁତ୍ର ପ୍ଲାଟଫର୍ମରେ ବିଶ୍ରାମ ନେଉଥିବା ସମୟରେ ମା କୋଳରୁ ଶିଶୁପୁତ୍ର ଚୋରି ହୋଇଥିଲା । ଶିଶୁ ପୁତ୍ରର ବାପା ମାଆ ଏନେଇ ନିରାକାରପୁର ରେଳବାଇ ପୋଲିସରେ ଅଭିଯୋଗ କରିଥିଲେ । ତେବେ ରେଳବାଇ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ନିଖୋଜ ଶିଶୁପୁତ୍ର ଉଦ୍ଧାର କରିଛି। ଶିଶୁପୁତ୍ର ଚୋରି ଘଟଣାରେ ଅଭିଯୁକ୍ତ ପ୍ରଶାନ୍ତ ପ୍ରଧାନ, ଶାଳୀ ଚିନୁଳତା ପରିଡା ଓ ସ୍ତ୍ରୀ ମିନୁଲତା ପରିଡା ସାମିଲ୍ ଥିବା ଜଣାପଡିଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ରଣପୁର ଥାନା  କଳାମାଟିଆ ଗ୍ରାମର ପ୍ରଶାନ୍ତ ପ୍ରଧାନ ତାଙ୍କ ଶାଳୀ ଚିନୁଲତା ପରୀଡା ଓ ତାଙ୍କର ୪ମାସର ଶିଶୁପୁତ୍ର ଟ୍ରେନଯୋଗେ ତାମିଲନାଡୁ ଯିବାର ଥିଲା ସେମାନେ ଗତ ମଙ୍ଗଳବାର ରାତିରେ ନିରାକାରପୁର ଷ୍ଟେସନ ଆସିଥିଲେ । ନିରାକାରପୁର ଷ୍ଟେସନରେ ପ୍ଲାଟଫର୍ମରେ ରାତିରେ ରହିଥିଲେ।ସକାଳ ହୋଇଥିଲେ ଟ୍ରେନ ଯୋଗେ ଟ୍ରେନରେ ତାମିଲନାଡୁ ଯାଇଥାନ୍ତେ। କିନ୍ତୁ ପ୍ରଶାନ୍ତ ତାର ଶାଳୀ ଚିନୁଲତା ଓ ତାର ଶିଶୁପୁତ୍ର ନିରାକାରପୁର ଷ୍ଟେସନର ୩ନମ୍ବର ପ୍ଲାଟଫର୍ମରେ ବିଶ୍ରାମ ନେଉଥିଲେ। ପୂର୍ବରୁ  ପ୍ରଶାନ୍ତ ବିବାହିତ ହୋଇଥିଲେ ମଧ୍ଯ ଶାଳୀ ସହିତ ସମ୍ପର୍କ ଥିଲା। ସେହି ସମ୍ପର୍କକୁ ଲୁଚାଇବାକୁ ଯାଇ ରଚିଥିଲେ ଶିଶୁ ଚୋରିର ନାଟକ। ଶାଳୀର ଏକ ଶିଶୁ ପୁତ୍ର ହେବା ପରେ ଘରେ କଳହ ଉପୁଜିଥିବାରୁ ପ୍ରଶାନ୍ତ ଏକ ଶିଶୁପୁତ୍ର ଅପହରଣ ନାଟକ ବାଜି ରଚନା କରିଥିଲା। ୪ମାସର ଶିଶୁପୁତ୍ର କୁ ନିଜ ସ୍ତ୍ରୀକୁ ହସ୍ତାନ୍ତର କରି ଶାଳୀ ଠାରୁ ଦୁରେଇ ଯିବାକୁ ଯୋଜନା ପ୍ରସ୍ତୁତ କରିଥିଲା ପ୍ରଶାନ୍ତ। ପୂର୍ବ ଯୋଜନା ମୂତାବକ ପ୍ରଶାନ୍ତ ନିଜ ସ୍ତ୍ରୀ କୁ ରାତିରେ ନିରାକାରପୁର ଷ୍ଟେସନ କୁ ଡାକିଛି ସେ  ପହଞ୍ଚିବା ପରେ ଶାଳୀ ଟିକେ ହାଲିଆ ହୋଇ ଶୋଇପଡିବାରୁ ସୁଯୋଗ ଉଣ୍ଡି ସ୍ୱାମୀ ପ୍ରଶାନ୍ତ ଶିଶୁପୁତ୍ର ଟିକୁ ପ୍ରଥମ ସ୍ତ୍ରୀକୁ ହସ୍ତାନ୍ତର କରିଥିଲା । ପ୍ରଥମ ସ୍ତ୍ରୀ ଶିଶୁପୁତ୍ର ଟିକୁ ନେଇ ରଣପୁର ଯାଇଥିଲା । ପରେ ପ୍ରଶାନ୍ତ ଓ ଶାଳୀ ଶିଶୁପୁତ୍ର ଚୋରି ହୋଇଥିବା ରେଳବାଇ ପୋଲିସରେ ଅଭିଯୋଗ କରି ନାଟକବାଜି କରିଥିଲା । ଶିଶୁପୁତ୍ର ଚୋରି ଘଟଣାକୁ ରେଳବାଇ ପୋଲିସ ଗୁରୁତର ସହ ନେଇ ତଦନ୍ତ କରି ସ୍ୱାମୀର ଓ ପ୍ରଥମ ସ୍ତ୍ରୀର ସଂପୃକ୍ତ ଥିବା ଜଣାପଡିବା ପରେ ଅଭିଯୋଗର ୨୪ଘଣ୍ଟା ମଧ୍ୟରେ ନୟାଗଡ଼ ରଣପୁରରୁ ଶିଶୁ ପୁତ୍ରକୁ ଉଦ୍ଧାର କରିଛି।ରେଳବାଇ ପୋଲିସ ପ୍ରଶାନ୍ତ ଓ ତାର ପ୍ରଥମ ସ୍ତ୍ରୀକୁ ଖୋର୍ଦ୍ଧା ରୋଡ ରେଳବାଇ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ସେପଟେ ପ୍ରଶାନ୍ତ ନିଜ ଶାଳୀ ସହ ସମ୍ପର୍କ କୁ ଲୁଚାଇବାକୁ ଏସବୁ କରିଥିବାର ସ୍ୱୀକାର କରିଛି। ସେପଟେ ପ୍ରଶାନ୍ତ ଶାଳୀକୁ ମାରପିଟ କରୁଥିବାର କହିଛନ୍ତି ଚିନୁଲତା ପରିଡା। ଅନ୍ୟପଟେ ନିଜ ଭଉଣୀର ଏଭଳି ସମ୍ପର୍କ ବିଷୟରେ ଜାଣିବା ପରେ ସମସ୍ତେ ଏକାଠି ରହିବେ ବୋଲି  କହିଛନ୍ତି। ଖୋର୍ଦ୍ଧା ରୋଡ଼ ଜିଆରପି ପୋଲିସ ଅଭିଯୁକ୍ତ ପ୍ରଶାନ୍ତକୁ କୋର୍ଟ ଚାଲାଣ କରିବା ସହିତ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

Preloader Image
IMG-20260815-WA0003
IMG-20260108-WA0001
Odisha Lekha April 10, 2026 April 10, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନୟାଗଡ଼ କଲେଜରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ: ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ଓ ମହାବିଦ୍ୟାଳୟର ବିକାଶ ପାଇଁ ନେଲେ ଶପଥ
ଜିଲ୍ଲା ଖବର
କୃଷ୍ଣ ଗୌରାଙ୍ଗ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ ନୈରାଶ୍ୟଜନକ
ଆଞ୍ଚଳିକ ଖବର
ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା
ସ୍ୱତନ୍ତ୍ର ଖବର
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର

ଅଧିକ ପଢନ୍ତୁ

ରାଜ୍ୟ ଖବର

ବଦଳିଲେ ଓଡ଼ିଶା ସମେତ ୬ଟି ରାଜ୍ୟର ରାଜ୍ୟପାଳ:ବ୍ରଜମୋହନ ରାମଙ୍କୁ ଓଡ଼ିଶା ରାଜ୍ୟର ନୂଆ ଦାୟିତ୍ୱ

Odisha Lekha October 12, 2026
ରାଜ୍ୟ ଖବର

ନୟାଗଡ଼ ପ୍ରଜାମଣ୍ଡଳ ମହିଳା କଲେଜରେ ଉତ୍ତେଜନା:ପୋଲିସର ଭୂମିକାକୁ ନେଇ ବିଧାୟକ ଅରୁଣଙ୍କ କ୍ଷୋଭ :ଛାତ୍ର ସଂସଦ ନିର୍ବାଚନ ନାମାଙ୍କନକୁ ନେଇ ବିବାଦ:ଅନିର୍ଦ୍ଦିଷ୍ଟ କାଳ ପାଇଁ ‘ସାଇନ୍-ଏ-ଡାଏ’ ଘୋଷଣା କଲା ପ୍ରଶାସନ

Odisha Lekha October 9, 2026
ରାଜ୍ୟ ଖବର

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

Odisha Lekha October 2, 2026
ରାଜ୍ୟ ଖବର

ମହାନଦୀ ଜଳ ବିବାଦ:ଆଜି ଦିଲ୍ଲୀରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

Odisha Lekha October 1, 2026
ଖେଳରାଜ୍ୟ ଖବର

ବିସିସିଆଇ ଚୟନ ସମିତିର ଅନ୍ତରୀଣ ଅଧ୍ୟକ୍ଷ ହେବେ ପ୍ରଜ୍ଞାନ ଓଝା:ପ୍ରିୟ ଓଡ଼ିଆ କ୍ରିକେଟରଙ୍କୁ ଶୁଭେଚ୍ଛାର ସୁଅ

Odisha Lekha October 1, 2026
ରାଜ୍ୟ ଖବର

ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା:ନବ ନିର୍ମାଣ କୃଷକ ସଂଗଠନର ଆହ୍ୱାନ:ଆଇନଶୃଙ୍ଖଳା ପାଇଁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ଚିଠି

Odisha Lekha September 29, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?